ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ପ୍ରଚଣ୍ଡ ତାତି ଜଳୁଛି ମକ୍କା, ପାରଦ ୫୧ ଡିଗ୍ରୀର ପାର୍‌: ସପ୍ତାହରେ ୬୪୫ ହଜ ଯାତ୍ରୀଙ୍କ ଗଲାଣି ଜୀବନ, ୬୮ ଭାରତୀୟ ମୃତ

ରିୟାଦ,୨୦/୦୬: ସାଉଦି ଆରବର ମକ୍କାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ  ଗତ ସପ୍ତାହକ ମଧ୍ୟରେ ୬୪୫ ହଜ ଯାତ୍ରୀ ପ୍ରାଣ ହରାଇଛନ୍ତି । ଗତବର୍ଷ ଏହି  ସଂଖ୍ୟା ୨୪୦ ରହିଥିଲା । ଜୁନ ୧୭ରେ ମକ୍କାର ଗ୍ରାଣ୍ଡ ମସଜିଦରେ ତାପମାତ୍ରା  ୫୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । 

ରିପୋର୍ଟ ମୁତାବକ  ମୃତକଙ୍କ ମଧ୍ୟରେ ଇଜିପ୍ଟର ସର୍ବାଧିକ ୩୨୩ ନାଗରିକ ଅଛନ୍ତି । ସେହିଭଳି ୬୦  ଜଣ ଜୋର୍ଡାନର । ଏହାବ୍ୟତୀତ ଇରାନ, ଇଣ୍ଡୋନେସିଆ ଏବଂ ସେନେଗଲର  ହଜ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୬୮ଜଣ ଭାରତୀୟ  ଅଛନ୍ତି । ପ୍ରଚଣ୍ଡ ଗରମ ଯୋଗୁ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଏଭଳି ଘଟଣା  ଘଟିଛି । ଇଜିପ୍ଟର ବିଦେଶ ମନ୍ତ୍ରୀ ମଙ୍ଗଳବାର କହିଥିଲେ କି କିଛି ଲୋକ ନିଖୋଜ  ହୋଇଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ସାଉଦି ସରକାର ସହ ମିଶି ଆମେ  ଅପରେସନ ଚଳାଇଛୁ । ଗରମ ଯୋଗୁ ରୋଗଗ୍ରସ୍ତ ହୋଇ ପ୍ରାୟ ୨ ହଜାର  ଯାତ୍ରୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । 

ସାଉଦି ଅଧିକାରୀଙ୍କ ମୁତାବକ  ମକ୍କାରେ ଜଳବାୟୁ ପରିବର୍ତ୍ତନର ଘୋର ପ୍ରଭାବ ଅନୁଭୂତ ହେଉଛି । ଏଠାରେ  ପ୍ରତିବର୍ଷ ହାରାହାରି ତାପମାତ୍ରା ୦.୪ ଡିଗ୍ରୀ ବଢୁଛି । ଗତବର୍ଷ ୨୪୦ ଲୋକଙ୍କ  ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ଇଣ୍ଡୋନେସିଆର ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.