ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜାରେ ଟପିଲା ଇସ୍ରାଏଲ୍‌ ସେନାର ବର୍ବରତା; ହସ୍ପିଟାଲ ଭିତରୁ ବାହାରିଲା ୨୦୦ ଶବ, କଡ଼ା ପ୍ରତିକ୍ରୀୟା ଦେଲା ଜାତିସଂଘ

Image source: LiveHindustan

ନୂଆଦିଲ୍ଲୀ,୨୪/୦୪: ଇସ୍ରାଏଲ ଓ ହମାସ୍‌ ଯୁଦ୍ଧକୁ ଟପିଲାଣି ଦୁଇଶହ ଦିନରୁ ଅଧିକ ସମୟ। ଗାଜା ସହରରେ ଇସ୍ରାଏଲି ସେନାର ନରସଂହାରକୁ ନେଇ ଆମେରିକା ମଧ୍ୟ ବର୍ଷିବାରେ ଲାଗିଛି। ଇସ୍ରାଏଲର ଏକ ବାଟାଲିୟନ ଉପରେ ପ୍ରତିବନ୍ଧକ ଘୋଷଣା କରିଛି ଆମେରିକା। ଏହାରି ଭିିିତରେ ଗାଜା ସହରରେ ଆଇଡିଏଫ୍‌ର ନୂଆ କାଣ୍ଡ ସାମ୍ନାକୁ ଆସିଛି। ହମାସ୍‌ ଅଧିକାରୀମାନଙ୍କର କହିବା କଥା ହେଲା ଖାନ୍‌ ୟୂନୁସ୍‌ ହସ୍ପିଟାଲ ଖୋଳିବା ବେଳେ ୨୦୦ ଜଣଙ୍କର ଶବ ବାହାରିଥିଲା। ହସ୍ପିଟାଲ ଭିତରେ ସାମୁହିକ କବ୍ରସ୍ତାନ କରିଥିବା ନେଇ ଇସ୍ରାଏଲ ଉପରେ ଅଭିଯୋଗ ଆଣିଛି ହମାସ୍। ଅନେକ ଶବ ଗୁଡ଼ିକରେ ହାତ ବନ୍ଧା ହୋଇଥିବା ବେଳେ ଆଉ କେତେକ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା କୁହାଯାଇଛି।  

ହମାସ୍‌ର ଅଧିକାରୀମାନେ ଦାବି କରିଛନ୍ତି ଯେ, ଶତାଧିକ ନିର୍ଦ୍ଦୋଷ ଲୋକଙ୍କୁ ଇସ୍ରାଏଲ ସେନା ହତ୍ୟା କରି ହସ୍ପିଟାଲରେ ପୋତି ଦେଇଥିଲା। ଏହାକୁ ହମାସ୍‌ ସାମୂହିକ କବର ବୋଲି ଅଭିଯୋଗ କରିଛି। ଟାଇମ୍ସ ଅଫ୍‌ ଇସ୍ରାଏଲର ରିପୋର୍ଟ ମୁତାବକ ସେହି ସ୍ଥାନରେ ଇସ୍ରାଏଲୀ ସୈନ୍ୟ ଓ ହମାସ୍‌ ଆତଙ୍କୀଙ୍କ ମଧ୍ୟରେ ଆକ୍ରମଣ ମଧ୍ୟରେ ମରିଥିବା ଲୋକଙ୍କର ଶବ ଏଗୁଡ଼ିକ ଅଟେ, ଯାହାକୁ ନିଜେ ପାଲେଷ୍ଟାଇନୀୟମାନେ ହସ୍ପିଟାଲ ଭିତରେ ପୋତି ଦେଇଛନ୍ତି। 

ହମାସ୍‌ର ଏହି ଅଭିଯୋଗକୁ ଇସ୍ରାଏଲୀ ସେନାର ବରିଷ୍ଠ ଅଧିକାରୀମାନେ ଭିତ୍ତିହୀନ ବୋଲି କହିଛନ୍ତି । ଆଇଡିଏଫ୍‌ର ମୂଖପାତ୍ର ଏକ ବୟାନରେ କହିଛନ୍ତି ଯେ, ଇସ୍ରାଏଲ ସେମାନଙ୍କ ବନ୍ଧକଙ୍କ ସନ୍ଧାନରେ ଅଛି। ଆମ ସେନା ନାସିର୍‌ ହସ୍ପିଟାଲ ପାଖରେ ପାଲେଷ୍ଟାଈନୀୟଙ୍କ ଦ୍ବାରା ପୋତାଯାଇଥିବା ଶବଗୁଡ଼ିକର ଯାଞ୍ଚ କରିବା ପରେ ସେଇଠି ରଖିଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.