ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଖୁଲାସା ହେଲା ହମାସ୍‌ର କଳା ସତ; ଲୋକଙ୍କୁ ମାରି ଲୁଟି ନେଉଛି ସାହାଯ୍ୟରେ ମିଳିଥିବା ସାମଗ୍ରୀ

Image source: TV9

ନୂଆଦିଲ୍ଲୀ,୧୦/୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ବିବାଦ ବନ୍ଦ ହେବାର କୌଣସି ନାଁ ନାହିଁ। ଇସ୍ରାଏଲ କ୍ରମାଗତ ଭାବେ ଆକ୍ରମଣ ପରେ ଆକ୍ରମଣ କରି ହମାସ ଠିକଣାକୁ ଛାରଖାର କରୁଛି। ଏହାରି ଭିତରେ ଇସ୍ରାଏଲ ସେନା ଏକ ବଡ଼ ଦାବି କରିଛି। ଆଇଡିଏଫ୍ କହିଛି ଯେ, ହମାସ୍ ଆତଙ୍କବାଦୀମାନେ ଏହାର ସାଧାରଣ ନାଗରିକଙ୍କୁ ପ୍ରତି ଅମାନୁଷିକ ବ୍ୟବହାର କରିବା ସହିତ ମାରପିଟ ମଧ୍ୟ କରୁଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଇସ୍ରାଏଲ୍ ସେନା ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ କିଛି ଲୋକ ସାଧାରଣ ନାଗରିକଙ୍କୁ ପିଟୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଏକ ସାମଗ୍ରୀ ଭର୍ତ୍ତି ଗାଡ଼ି ମଧ୍ୟ ଦେଖିବାକୁ ମିଳିଛି। ଏହା ସହିତ ଆଇଡିଏଫ୍ ଅଭିଯୋଗ କରିଛି ଯେ, ହମାସ ଆତଙ୍କବାଦୀମାନେ ଅନ୍ତର୍ଜାତୀୟ ସଂଗଠନରୁ ଗାଜା ପାଇଥିବା ମାନବିକ ସହାୟତାକୁ ଚୋରି କରୁଛି। ଆଇଡିଏଫ୍ କହିଛି ଯେ, ହମାସ ଏହାର ଆବଶ୍ୟକତାକୁ ଗାଜା ଲୋକଙ୍କ ଠାରୁ ଅଧିକ ରଖିଛି। 

ପଢ଼ନ୍ତୁ: ଅତ୍ୟାଧୁନିକ ହେବ ଭାରତୀୟ ସେନା; ଏଆଇ ଚଳିତ ଅସ୍ତ୍ର କରିବ ବ୍ୟବହାର

ଭିଡିଓ ସେୟାର କରି ଆଇଡିଏଫ୍ କ୍ୟାପସନରେ ଲେଖିଛି ଯେ, ହମାସ ସଦସ୍ୟମାନେ ସାଧାରଣ ନାଗରିକଙ୍କୁ ମାଡ଼ ମାରୁଛନ୍ତି ଏବଂ ଆନ୍ତର୍ଜାତୀୟ ସଂଗଠନଗୁଡ଼ିକରୁ ମିଳିଥିବା ମାନବିକ ସହାୟତା ମଧ୍ୟ ଚୋରି କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ହମାସ ଏହାର ଆତଙ୍କବାଦୀଙ୍କ ଲକ୍ଷ୍ୟକୁ ଗାଜାବାସୀଙ୍କ ଆବଶ୍ୟକତା ଠାରୁ ଅଧିକ ରଖିଛି। ଏହା ସହିତ ଆଇଡିଏଫ୍ ଆହୁରି ମଧ୍ୟ କହିଛି ଯେ, ଗାଜାରେ ଅଲ-ମୱାସୀ ଏକ ମାନବୀୟ ଅଞ୍ଚଳ ଅଟେ, ଯାହାର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଯୁଦ୍ଧକ୍ଷେତ୍ରରୁ ଦୂରରେ ରଖିବା। କିନ୍ତୁ ହମାସ ଗାଜାବାସୀଙ୍କୁ ନିଆଁର ରାସ୍ତାରେ ଚଲାଇବାରେ ଲାଗିଛି। ଗାଜା ଏହି ଅଞ୍ଚଳ ଉପରକୁ ରକେଟ୍ ଫିଙ୍ଗୁଛି, ଯାହାକି ବିଫଳ ହେଉଛି। ଏହିପରି ଭାବେ ଗାଜାରେ ରହୁଥିବା ଲୋକଙ୍କ ଜୀବନ ବିପଦରେ ପକାଉଛି ହମାସ୍‌। 

ପଢ଼ନ୍ତୁ: ଦକ୍ଷିଣ ଚୀନ୍ ସାଗରରେ ଚୀନ୍‌ର ଦାଦାଗିରି, ଫିଲିପାଇନ୍ସର ଜାହାକୁ ଦେଲା ଧକ୍କା...ଜଳ ତୋପରେ ଆକ୍ରମଣ

ଆଇଡିଏଫ୍ ଏହା ମଧ୍ୟ ଦାବି କରିଛି ଯେ, ହମାସ୍ ଆତଙ୍କବାଦୀମାନେ ଇସ୍ରାଏଲ୍ ସୈନ୍ୟ ଉପରେ ଗୁଳି ଚଳାଇବା ପାଇଁ ବେତ୍‌ ହନୌନରେ ଥିବା ଏକ ସ୍କୁଲ ଏବଂ ମସଜିଦକୁ ବ୍ୟବହାର କରୁଛନ୍ତି। ପିଲାମାନଙ୍କର ନିରାପଦ ସ୍ଥାନକୁ ଆତଙ୍କବାଦୀ ସ୍ଥାନରେ ପରିଣତ କରିବା ପାଇଁ ହମାସ ସ୍କୁଲଗୁଡିକର ଅପବ୍ୟବହାର କରିଛି। ଏହାରି ଭିତରେ ଟାଇମ୍ସ ଅଫ୍ ଇସ୍ରାଏଲ୍ ରିପୋର୍ଟ ଅନୁଯାୟୀ, ଆଇଡିଏଫ୍ ମୁଖପାତ୍ର ରିୟର ଆଡମିରାଲ୍ ଡାନିଏଲ୍ ହଗାରୀ କହିଛନ୍ତି ଯେ, ଶନିବାର ଦିନ ହମାସର ଅନେକ ସଦସ୍ୟ ଗାଜା ପଟ୍ଟିରେ ଥିବା ସୈନ୍ୟଙ୍କ ନିକଟରେ ଆତ୍ମସମର୍ପଣ କରି ସେନାକୁ ଅସ୍ତ୍ର ହସ୍ତାନ୍ତର କରିଛନ୍ତି। ମୁଖପାତ୍ର କହିଛନ୍ତି ଯେ ପଚରାଉଚରା ବେଳେ ଆତଙ୍କବାଦୀମାନେ ହମାସ ବିଷୟରେ ଏହି ଗୁପ୍ତ ସୂଚନା ସବୁ ସେୟାର କରିଥିଲେ। 

ସୂଚନାଥାଉକି, ହମାସ ଏବଂ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ଶେଷ ହେବା ପରେ ଇସ୍ରାଏଲ ପୁଣି ଥରେ ଗାଜାରେ ହମାସ ଠିକଣା ଉପରେ ଆକ୍ରମଣ କରିଛି। ଅସ୍ତ୍ରବିରତି ସମୟରେ ଉଭୟ ବନ୍ଧକଙ୍କୁ ମୁକ୍ତ କରିଥିବାବେଳେ କୁହାଯାଉଛି ଯେ ପ୍ରାୟ ୧୩୮ ସାଧାରଣ ନାଗରିକ ଏବେ ମଧ୍ୟ ହାମାସରେ ବନ୍ଦୀ ଅବସ୍ଥାରେ ଅଛନ୍ତି।

You can also read: ଟ୍ରୁଡୋଙ୍କ ଦେଶ ଛାଡିକି ଯାଉଛନ୍ତି ଲୋକେ, କାନାଡାରେ ରହିବା ଏବେ ଅଧିକ ମହଙ୍ଗା


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.