ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

୬୮ ବର୍ଷ ବୟସରେ ତୃତୀୟ ବିବାହ କଲେ ପ୍ରସିଦ୍ଧ ଆଇନଜୀବି ହରିଶ ସାଲଭେ, ବିବାହରେ ଯୋଗ ଦେଲେ ନୀତା ଅମ୍ବାନୀ ଓ ଲଳିତ ମୋଦି

ନୂଆଦିଲ୍ଲୀ,୪।୯: ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଭାରତର ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ। ୬୮ ବର୍ଷ ବୟସରେ ସାଲଭେଙ୍କ ତୃତୀୟ ବିବାହକୁ ନେଇ ଖୁବ ଚର୍ଚ୍ଚା। ଗତକାଲି ଲଣ୍ଡନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ସେ କରିଛନ୍ତି ବିବାହ। ହରିଶ ସାଲଭେଙ୍କ ତୃତୀୟ ପତ୍ନୀଙ୍କ ନାଁ ହେଉଛି ତ୍ରିନା। ସେ ଜଣେ ବ୍ରିଟିଶ ବଂଶୋଦ୍ଭବ। ବିବାହ ଉତ୍ସବରେ ନୀତା ଅମ୍ବାନି, ଲଳିତ ମୋଦି, ଉଜ୍ଜ୍ୱଳା ରାଉତଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ହରିଶ ପୂର୍ବରୁ ଦୁଇ ଦୁଇ ଥର ବିବାହ କରିସାରିଛନ୍ତି। ସେ ପ୍ରଥମେ ମୀନାକ୍ଷୀ ସାଲଭେଙ୍କୁ ବିବାହ କରିଥିଲେ। ସେମାନଙ୍କର ସାକ୍ଷି ଓ ସାନିଆ ନାମକ ଦୁଇ ଝିଅ ମଧ୍ୟ ଅଛନ୍ତି। ବିବାହର ୩୮ବର୍ଷ ପରେ ୨୦୨୦ରେ ରେ ଉଭୟଙ୍କ ବିଚ୍ଛେଦ ହୋଇଥିଲା। ଏହାପରେ ୨୦୨୦ ରେ କାରୋଲାଇନ୍ ବ୍ରୋସର୍ଡଙ୍କୁ ବିବାହ କରିଥିଲେ ସାଲଭେ। ବର୍ତ୍ତମାନ ସେ ତ୍ରିନାଙ୍କୁ ତୃତୀୟ ବିବାହ କରିଛନ୍ତି ।

ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ଜଣେ ହାଇପ୍ରୋଫାଇଲ ଓକିଲ। ବହୁ ବିବାଦୀୟ ମାମଲାରେ ଆଇନଜୀବୀ ଭାବେ ବେଶ୍ ପରିଚିତ। ସେ ସୁପ୍ରିମକୋର୍ଟରେ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି। ପାକିସ୍ତାନରେ ଗୃହବନ୍ଦୀ ଥିବା କୂଳଭୂଷଣ ଯାଦବଙ୍କ ମାମଲା ହେଉ କିମ୍ବା ସଲମାନ ଖାନ୍‌ଙ୍କ ହିଟ୍‌ ଆଣ୍ଡ ରନ୍ ମାମଲା। ସବୁଠି ତାଙ୍କର ଚର୍ଚ୍ଚା।  


ହରିଶ ସାଲଭେ ଭାରତର ଅଧିକ ପାରିଶ୍ରମିକ ନେଉଥିବା ଓକିଲଙ୍କ ମଧ୍ୟରୁ ଅନ୍ୟତମ । ଗୋଟିଏ ଦିନ ପାଇଁ ହରିଶ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାରିଶ୍ରମିକ ନେଇଥାନ୍ତି । କିନ୍ତୁ କୁଳଭୂଷଣଙ୍କ କ୍ଷେତ୍ରରେ ମାତ୍ର ୧ ଟଙ୍କାରେ ପୂରା ମାମଲା ଲଢିଛନ୍ତି। ୨୦୧୫ରେ ହିଟ୍ ଆଣ୍ଡ ରନ୍ କେସ ମାମଲାରେ ସଲମାନ ଖାନଙ୍କୁ ୫ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ଏପରିକି କୋର୍ଟ ରୁମରୁ ଆର୍ଥର ରୋଡ ଜେଲକୁ ସଲମାନଙ୍କୁ ନିଆଯିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ପହଞ୍ଚିଥିଲେ ହରିଶ । ଆଉ ସଲମାନଙ୍କ ପାଇଁ ପକ୍ଷ ରଖିବା ସହ ଜାମିନ କରାଇବାରେ ବଡ ଭୂମିକା ଗ୍ରହଣ କରିଥିଲେ । ସେହିଭଳି ଭୋଡାଫୋନ ଟ୍ୟାକ୍ସ ମାମଲା, ରିଲାଏନ୍ସ ଗ୍ୟାସ ବିବାଦରେ ମୁକେଶ ଅମ୍ବାନିଙ୍କ ପାଇଁ ମାମଲା ଲଢିଛନ୍ତି ହରିଶ। ୧୯୯୯ ରୁ ନଭେମ୍ବର ୨୦୨୨ ପର୍ଯ୍ୟନ୍ତ ଭାରତର ସଲିସିଟର ଜେନେରାଲ ଭାବରସେ କାର୍ଯ୍ୟ କରିଥିଲେ। ହରିଶ ଜାନୁଆରୀରେ ୱେଲ୍ସ ଆଣ୍ଡ ଇଂଲଣ୍ଡ କୋର୍ଟ ପାଇଁ କ୍ୟୁଇନ୍ସ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ଉଲ୍ଲେଖନୀୟ ଯେ, ୨୦୧୫ରେ ସାଲଭେଙ୍କୁ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା।

Advocate
Harish salve

Copyright © 2022 - Summa Real Media Private Limited. All Rights Reserved.