ପ୍ରମୂଖ ଖବର
  • ସାରା ରାଜ୍ୟରେ ଲାଗୁ ହେବ ସୁଭଦ୍ରା ଯୋଜନା, ୧୦୦ ଦିନ ଭିତରେ ହେବ କାର୍ଯ୍ୟକାରୀ
  • ||
  • ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମା' ତାରିଣୀ ପୀଠ ପାଇଁ ୫୦ କୋଟିର ଅନୁଦାନ
  • ||
  • T-20 ବିଶ୍ୱକପ୍ ସୁପର ୮ ରାଉଣ୍ଡ, ୨୧ ରନ୍‌ରେ କଙ୍ଗାରୁ ବାହିନୀ ଚିତ୍ ପଟାଙ୍ଗ, ଆଫଗାନିସ୍ତାନ ପ୍ରଥମ ବିଜୟ
  • ||
  • ଯୌନ ନିର୍ଯାତନା ମାମଲା, ପ୍ରଜ୍ବଳଙ୍କ ଭାଇ ସୂରଜ ରେଭାନ୍ନାକୁ ବାନ୍ଧିଲା ପୋଲିସ
  • ||
  • ମାଲକାନଗିରି ସହରର ଡିଏନ୍‌କେ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମହିଳା ମୃତ
  • ||
  • ସାଲେପୁର: ବାଇକ୍‌ ସହ ପୋଲରୁ ଖସି ପଡ଼ିଲେ ୨ ଆରେହୀ, ଜଣେ ମୃତ ,ଜଣେ ଗୁରୁତର
  • ||
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

୨୦୨୨-୨୩ ଘରୋଇ ଖର୍ଚ୍ଚ ସର୍ବେକ୍ଷଣ ତଥ୍ୟ ପ୍ରକାଶିତ; ହରିୟାଣାରେ କ୍ଷୀର ଓ କେରଳରେ ମାଛ ମାଂସ ବିକ୍ରି ଅଧିକ

Image source: FSSAI

ନୂଆଦିଲ୍ଲୀ,୦୮/୦୬: ୨୦୨୨-୨୩ ବର୍ଷ ପାଇଁ ପ୍ରକାଶିତ ଘରୋଇ ବ୍ୟବହାରିକ ଖର୍ଚ୍ଚ ସର୍ବେକ୍ଷଣ ଅନୁଯାୟୀ ଦେଶର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଲୋକମାନେ ପାନୀୟ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। କିନ୍ତୁ କେତେକ ରାଜ୍ୟ ମଧ୍ୟ ପ୍ୟାକେଜ୍ ଖାଦ୍ୟ ବ୍ୟତୀତ ଅଧିକ ଟଙ୍କା କ୍ଷୀର ଏବଂ କ୍ଷୀର ଜାତୀୟ ପଦାର୍ଥ, ଅଣ୍ଡା, ମାଂସ ଏବଂ ମାଛରେ ଅଧିକ ଖର୍ଚ୍ଚ କରିଛନ୍ତି।

ହରିୟାଣାର ଗ୍ରାମାଞ୍ଚଳରେ ଲୋକମାନେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। ଏହା ସେମାନଙ୍କର ଖାଦ୍ୟ ଖର୍ଚ୍ଚର ୪୧.୭୦ ପ୍ରତିଶତ ଅଟେ। ଭାରତର ଦକ୍ଷିଣ ରାଜ୍ୟ କେରଳରେ ଲୋକମାନେ ଖାଦ୍ୟ ଖର୍ଚ୍ଚର ୨୩.୫ ପ୍ରତିଶତ ମାଂସ, ମାଛ ଏବଂ ଅଣ୍ଡା ପରି ଖାଦ୍ୟ ପାଇଁ ଖର୍ଚ୍ଚ କରନ୍ତି। ରାଜସ୍ଥାନର ସହରାଞ୍ଚଳରେ ଲୋକମାନେ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। ଏହା ସେମାନଙ୍କର ଖାଦ୍ୟ ଖର୍ଚ୍ଚର ୩୩.୨ ପ୍ରତିଶତ ଅଟେ। ହରିୟାଣାର ସହରାଞ୍ଚଳରେ ମୋଟ ଖାଦ୍ୟ ଖର୍ଚ୍ଚର ୩୩.୧ ପ୍ରତିଶତ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପାଇଁ ଏବଂ ପଞ୍ଜାବରେ ୩୨.୩ ପ୍ରତିଶତ ଖର୍ଚ୍ଚ ହୋଇଛି।

ରାଜସ୍ଥାନ, ପଞ୍ଜାବ, ଗୁଜୁରାଟ, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଲୋକମାନେ ଦୁଗ୍ଧ ଓ ଦୁଗ୍ଧଜାତୀୟ ଖାଦ୍ୟ ଅପେକ୍ଷା ଦୈନନ୍ଦିନ ସ୍ବାଭାବିକ ଖାଦ୍ୟରେ ଅଧିକ ଖର୍ଚ୍ଚ କରୁଛନ୍ତି। ରାଜସ୍ଥାନର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଲୋକମାନେ ମୋଟ ଖାଦ୍ୟ ଖର୍ଚ୍ଚର ୩୫.୫ ପ୍ରତିଶତ ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ, ୩୪.୭ ପ୍ରତିଶତ ପଞ୍ଜାବରେ, ଗୁଜୁରାଟରେ ୨୫.୫ ପ୍ରତିଶତ, ଉତ୍ତରପ୍ରଦେଶରେ ୨୨.୬ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୨୧.୫୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି। ତାମିଲନାଡୁ ହେଉଛି ସେହି ରାଜ୍ୟ ଯେଉଁଠାରେ ଲୋକମାନେ ଦୈନନ୍ଦିଦ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତି। ରାଜ୍ୟର ସହରାଞ୍ଚଳରେ ପ୍ରକ୍ରିୟାକୃତ ଅର୍ଥାତ୍‌ ସ୍ବାଭାବିକ ଖାଦ୍ୟ ପାଇଁ ଲୋକମାନେ ୩୩.୭୦ ପ୍ରତିଶତ ଏବଂ ଗ୍ରାମାଞ୍ଚଳରେ ୨୮.୪୦ ପ୍ରତିଶତ ଖର୍ଚ୍ଚ କରନ୍ତି।

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖାଦ୍ୟରେ କେତେ ଖର୍ଚ୍ଚ କରୁଛନ୍ତି ଲୋକ

ଘରୋଇ ଉପଭୋକ୍ତା ଖର୍ଚ୍ଚ ସର୍ଭେ ୨୦୨୨-୨୩ ଅନୁଯାୟୀ ଦେଶର ଗ୍ରାମାଞ୍ଚଳର ଏକ ପରିବାର ଆୟର ୪୬ ପ୍ରତିଶତ ଖାଦ୍ୟ ପାଇଁ ଖର୍ଚ୍ଚ କରନ୍ତି। ଏଥିରେ ପ୍ରକ୍ରିୟାକୃତ ପାନୀୟ ଏବଂ ସବୁଜ ପରିବା ପାଇଁ ସର୍ବାଧିକ ୯.୬୨ ପ୍ରତିଶତ ଖର୍ଚ୍ଚ ହୋଇଥାଏ। ଯେଉଁଠାରେ ୮.୩୩ ପ୍ରତିଶତ ଅଂଶ କ୍ଷୀର ଓ ଦୁଗ୍ଧଜାତ ଦ୍ରବ୍ୟରେ ଏବଂ ୪.୯୧ ପ୍ରତିଶତ ଅଂଶ ଶସ୍ୟ ଏବଂ ଶସ୍ୟ ଉତ୍ପାଦରେ ଖର୍ଚ୍ଚ ହେଉଛି। ଅନ୍ୟପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷରେ, ସହରାଞ୍ଚଳର ଲୋକମାନେ ମୁଣ୍ଡପିଛା ହାରାହାରି ଖର୍ଚ୍ଚର ୩୯ ପ୍ରତିଶତ ଖର୍ଚ୍ଚ କରିଛନ୍ତି। ଗ୍ରାମାଞ୍ଚଳ ପରି ଦେଶର ସହରାଞ୍ଚଳର ଲୋକମାନେ ମଧ୍ୟ ଦୈନନ୍ଦିନ ଖାଦ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରୁଛନ୍ତି। ମୋଟ ଖର୍ଚ୍ଚର ୧୦.୬୪ ପ୍ରତିଶତ କ୍ଷୀର ଏବଂ ଦୁଗ୍ଧଜାତ ଦ୍ରବ୍ୟରେ ଖର୍ଚ୍ଚ ହେଉଥିବାବେଳେ ୭.୨୨ ପ୍ରତିଶତ ପନିପରିବା ଏବଂ ଫଳ ପାଇଁ ଖର୍ଚ୍ଚ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.