ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚିନି ଖାଇବା ଛାଡ଼ନ୍ତୁ, ମାସକ ଭିତରେ ମିଳିବ ଏଭଳି ଫାଇଦା...

ଭୁବନେଶ୍ୱର, ୧୪।୫: ମିଠା ଅଧିକ ଖାଇବାକୁ ସମସ୍ତେ ମନା କରନ୍ତି । ଅଧିକ ମିଠା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି । ସେହିଭଳି ମିଠାଠାରୁ ଦୂରରେ ରହିଲେ ଆମର ଅନେକ ଫାଇଦା ହୋଇଥାଏ । ଆସନ୍ତୁ ଜାଣିବା ସେହିଭଳି ଫାଇଦା ବିଷୟରେ । 

ଓଜନ ହ୍ରାସ : 

ଚିନିର ସିଧା ପ୍ରଭାବ ଆମ ଓଜନ ଉପରେ ପଡ଼ିଥାଏ । କମ୍ ଚିନି ଖାଇଲେ ଆମ ଓଜନ ହ୍ରାସ ହେବାରେ ଲାଗିଥାଏ । ତେଣୁ ଯଦି ଆପଣ ସୁଗାର ଫ୍ରି ଡାଏଟ୍‌ ଖାଉଛନ୍ତି, ତେବେ ଆପଣ ମେଦବହୁଳତାରୁ ବହୁ ଦୂରରେ ରହିବେ । ଏଥିସହିତ ଖୁବ୍ ଶୀଘ୍ର ଆପଣଙ୍କ ଓଜନ ହ୍ରାସ ହେବାକୁ ଲାଗେ ।  

ହାଇ ଏନର୍ଜି ଲେବଲ୍  :  

ଅଧିକ ମିଠା ଖାଇଲେ ଏନର୍ଜି ଲେବଲ୍ ଅଧିକ ରହିଥାଏ । ହେଲେ ଖୁବ୍ ଶୀଘ୍ର ଏହା ଆପଣଙ୍କୁ ଥକ୍କାପଣ ଅନୁଭବ କରାଏ । ତେଣୁ ଏକ ନିର୍ଦ୍ଧାରିତ ଏନର୍ଜି ପାଇଁ ସୁଗାର ଫ୍ରି ଡାଏଟ୍ ଫଲୋ କରନ୍ତୁ । ଏହା ଆପଣଙ୍କୁ ଦିନସାରା ଏନର୍ଜେଟିକ୍ ରଖିବ । 

ହେଲଦି ସ୍କିନ୍ :

ଯଦି ଆପଣଙ୍କ ସ୍କିନ୍‌ରେ ସବୁବେଳେ ବ୍ରଣ, ଦାଗ ଆଦି ସମସ୍ୟା ଦେଖିବାକୁ ମିଳୁଛି । ତେବେ ନିଜର ମିଠା ଖାଇବାର ପରିମାଣ କମାନ୍ତୁ । ଅଧିକ ମିଠା ଖାଇବା ଦ୍ୱାରା ସ୍କିନ୍ ଡଲ୍ ହେବା ସହ ବ୍ରଣ ହେବାର ସମ୍ଭାବନା ରହିଥାଏ । ତେଣୁ ସୁଗାର ଫ୍ରି ଡାଏଟ୍ ତ୍ୱଚାକୁ ସୁନ୍ଦର କରିବା ସହ ତ୍ୱଟାକୁ ସୁନ୍ଦର କରିବା ସହ ଉଜ୍ଜ୍ୱଳ ମଧ୍ୟ କରିଥାଏ ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.