ପ୍ରମୂଖ ଖବର

ମୋଟାପା କମାଇବା ସହ ଚେହେରାର ଚମକ ବଢାଇ ଥାଏ , ଜାଣନ୍ତୁ ହଳାସନର ଅନେକ ଉପକାରିତା ବିଷୟରେ

ଭୁବନେଶ୍ୱର- ଆପଣ ଶରୀରର ଓଜନ ବୃଦ୍ଧିକୁ ନେଇ ଚିନ୍ତିତ କି ? ଚେହେରାରେ ଚମକ ଆଣିବାକୁ ଚାହାନ୍ତି କି ? ତାହେଲେ ଆପଣଙ୍କର ଦୈନିକ ରୁଟିନ୍‌ରେ ହଳାସନକୁ କରନ୍ତୁ ସାମିଲ। ହଳାସନ ପାଚନ କ୍ରିୟାରେ ସୁଧାର ଆଣି ଗ୍ୟାସ୍‌, କୋଷ୍ଠ କାଠିନ୍ୟ ଓ ମଳ ତ୍ୟାଗରେ ସମସ୍ୟାକୁ ଠିକ୍‌ କରିବାରେ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ ହଳାସନର ନିୟମିତ ଅଭ୍ୟାସ ଉଚ୍ଚ ରକ୍ତଚାପ , ମଧୁମେହ , ଉତ୍ତେଜନା  ମାଂସପେଶୀୟ ଗୁଡ଼ିକରେ ଉତ୍ତେଜନା ଭଳି ସମସ୍ୟାରୁ ମଧ୍ୟ ବର୍ତ୍ତିବାରେ ସାହାଯ୍ୟ କରିପାରେ।  ସହଜ ଶବ୍ଦରେ କହିବା ତ ହଳାସନ ଏକ ଏମିତି ଆସନ, ଯାହାକୁ ପ୍ରତିଦିନ ଅଭ୍ୟାସ କରିବା ଦ୍ୱାରା ଆପଣଙ୍କ ମୁଣ୍ଡରୁ ନେଇ ପାଦ ଯାଏ ଅନେକ ସମସ୍ୟାକୁ ଦୂର କରିପାରେ । ହଳାସନକୁ ଇଂରାଜୀରେ ପ୍ଲୋ ପୋଜ୍‌ର ନାଁରେ ଜଣାଯାଏ। ଆସନ୍ତୁ ଜାଣିବା ପ୍ରତିଦିନ ହଳାସନର ଅଭ୍ୟାସ କରିବାରେ ସ୍ୱାସ୍ଥ୍ୟକୁ କେଉଁ କେଉଁ ଫାଇଦା ମିଳିଥାଏ । 

 ହଳାସନରୁ ଫାଇଦା ...

ମୋଟାପା – ଓଜନ ବୃଦ୍ଧି ଓ ପେଟର ଚର୍ବିକୁ ହ୍ରାସ କରିବା ପାଇଁ ହଳାସନ ଖୁବ୍‌ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। ହଳାସନର ନିୟମିତ ଅଭ୍ୟାସରେ ପେଟର ଅତିରିକ୍ତ ଚର୍ବି ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗେ। କହି ରଖୁଛି କି , ହଳାସନ କରିବା ପରେ କିଛି ସେକେଣ୍ଡ ଯାଏ ଏହି ଅବସ୍ଥାରେ ସ୍ଥିର ରହିଲେ ଏହାର ଲାଭ ମିଳିବ। 

ଅଣ୍ଟା ଯନ୍ତ୍ରଣାରୁ ଉପଶମ – 

ଅଫିସ୍‌ର ଲଗାତାର ୮-୧୦ ଘଣ୍ଟା କାମ କରିବା ଦ୍ୱାରା ଅନେକ ଲୋକଙ୍କ ଅଣ୍ଟା ଯନ୍ତ୍ରଣା ହେବାର କହିଥାନ୍ତି । ଏହି ସମସ୍ୟାରୁ ଆଶ୍ୱସ୍ତି ଦେବାରେ ହଳାସନ ଖୁବ୍‌ ଫଳପ୍ରଦ ହୋଇପାରେ। ଲଗାତାର ଏହି ଆସନର ଅଭ୍ୟାସ ଅଣ୍ଟା ଯନ୍ତ୍ରଣାର ସମସ୍ୟାରୁ ମୁକ୍ତି ଦେଇ ପାରିବ।

ମଜବୁତ ପାଚନତନ୍ତ୍ର – 

ହଳାସନର ନିୟମିତ ଅଭ୍ୟାସରେ ପାଚନ ତନ୍ତ୍ର ଖୁବ୍‌ ମଜବୁତ ହୋଇଥାଏ । ହଳାସନ କରିବା ଦ୍ୱାରା ପେଟର ମାଂସପେଶୀ ଗୁଡ଼ିକ ଉପରେ ପ୍ରଭାବ ପଡ଼ିଥାଏ , ଯେଉଁଥିରେ ତାହା ମଜବୁତ ହୋଇଥାଏ ଏବଂ ପେଟ ସହ ଜଡ଼ିତ ସମସ୍ୟା ଯେମିତି କି ଗ୍ୟାସ୍‌ , ଏସିଡିଟି , ବଦହଜମୀ ତଥା କୋଷ୍ଠ କାଠିନ୍ୟ ଦୂର ହେବାରେ ଲାଗେ। 

ଚେହେରାରେ ଚିକ୍କଣପଣ – 

ହଳାସନର ଅଭ୍ୟାସ କରିବା ସମୟରେ ଚେହେରା ଆଡ଼କୁ ରକ୍ତ ପ୍ରବାହ ଅଧିକ ହୁଏ , ଯେଉଁଥି ପାଇଁ ଚେହେରା ଯାଏ ବ୍ଲଡ୍‌ ସର୍କୁଲେସନ ଓ ଅକ୍ସିଲେସନର ପ୍ରବାହ ଖୁବ୍‌ ଅଧିକ ହୁଏ । ଫଳସ୍ୱରୂପ ଚେହେରାରେ ଚମକ ଆଣିବା , ଚର୍ମ କୁଞ୍ଚନରେ ମଧ୍ୟ ସୁଧାର ଆଣିଥାଏ।

ଇମ୍ୟୁନିଟି ବୁଷ୍ଟ କରିବା – ଥାୟରଏଡ୍‌ ଗ୍ରନ୍ଥିକୁ ଉତ୍ତେଜିତ କରି ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ସାହାଯ୍ୟ କରିଥାଏ। ଖାଲି ଏତିକି ନୁହେଁ ଏହି ଆସନ ରଜୋନିର୍ଗତ ବେଳେ ମହିଳାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଉତ୍ତମ କରିବାରେ ସାହାଯ୍ୟ କରିଥାଏ ।

ହଳାସନ କରିବାର ବିଧି – ହଳାସନ କରିବା ପାଇଁ ସର୍ବ ପ୍ରଥମେ ଯୋଗ ମ୍ୟାଟ୍‌ ଉପରେ ପିଠି ସାହାଯ୍ୟରେ ସିଧା ଶୋଇ ଯାନ୍ତୁ । ଏହାପରେ ନିଜର ବାହୁ ଗୁଡ଼ିକୁ ନିଜ ଶରୀରର ପାର୍ଶ୍ୱରେ ରଖନ୍ତୁ । ଏହା ପରେ ଦୁ‍ଇ ଗୋଡକୁ ଧୀରେ ଧୀରେ (୯୦ ଡିଗ୍ରୀ କୋଣ କରି) ଉପରକୁ ଉଠାନ୍ତୁ । କିଛି ସମୟ ପାଇଁ ଏହିଭଳି ସ୍ଥିତିରେ ରୁହନ୍ତୁ । ପୁଣି ପୂର୍ବାବସ୍ଥାକୁ ଫେରନ୍ତୁ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.