ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

କୁହୁଡ଼ି ଚାଦର ତଳେ ପାଟଣା, ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ

ପାଟଣା, ୦୩/୧୧ : କୁହୁଡ଼ିର ଚାଦର ତଳେ ଘୋଡ଼େଇ ହୋଇଛି ପାଟଣା। ଶୁକ୍ରବାର ଭୋରରୁ ପାଟଣା ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ଯୋଗୁଁ ସକାଳୁ ସକାଳୁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇଯାଇଥିବା ବେଳେ ପ୍ରାତଃଭ୍ରମଣ ପାଇଁ ଲୋକେ ନାନା ସମସ୍ୟାରେ ପଡିଛନ୍ତି। ମୁହଁକୁ ମୁହଁ ଦୃଶ୍ୟ ହେଉନାହିଁ। ଫଳରେ ଗାଡି ମୋଟର ଚଳାଚଳରେ ବାଧା ସୃଷ୍ଟି ହେଉଛି।

ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ କଲିକତା, ଏବଂ ୨୨୦ ନମ୍ବର ରାଞ୍ଚି ବିଜୟୱାଡା ଜାତୀୟ ରାଜପଥରେ ଗାଡି ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି। ଦୁର୍ଘଟଣା ଘଟିବାର ମଧ୍ୟ ସମ୍ଭାବନା ରହିଛି। ଅପର ପକ୍ଷରେ ଚା ଖଟିରେ ଭିଡ଼ ଜମୁଛି। ଦେହକୁ ଫୂର୍ତ୍ତି ରଖିବା ପାଇଁ ଲୋକମାନେ ସକାଳୁ ବ୍ୟାୟାମ କରୁଛନ୍ତି। 


  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.