ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ମାଲକାନଗିରିରେ ପୁରୁଷ ଓ ମହିଳା ଭାରୋତ୍ତୋଳନ ଚମ୍ପିୟାନ ସିପ୍ ପ୍ରତିଯୋଗିତା

ମାଲକାନଗିରି, ୨/୯  ; ମାଲକାନଗିରି ଜିଲ୍ଲାରେ ପ୍ରଥମଥର ମହିଳା ଓ ପୁରୁଷ ବର୍ଗରେ ଭାର ଉତ୍ତୋଳନ ଚମ୍ପିୟାନ ସିପ୍ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ମୋଟ ୬୬ ଜଣ ପ୍ରତିଯୋଗୀ ଭାଗ ନେଇ ଥିବାବେଳେ ସେମାନଙ୍କ ମଧ୍ୟରୁ ମହିଳା ପ୍ରତିଯୋଗୀ ଙ୍କ ସଂଖ୍ୟା ୧୦ ଅଛି l ଏହା ପ୍ରାୟ ୧୫ ପ୍ରତିଶତ ହୋଇଥିବାରୁ ଜିଲ୍ଲାରେ ମହିଳାଙ୍କ ଭାଗିଦାରୀ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ରହିଛି ବୋଲି ପ୍ରତିଯୋଗିତା ପରିଚାଳକ  ସିଦ୍ଧାର୍ଥ ବେହେରା କହିଛନ୍ତି l

ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୨ଟି ସରକାରୀ ଓ ୯ଟି ବ୍ୟକ୍ତିଗତ ଭାର ଉତ୍ତୋଳନ କେନ୍ଦ୍ର ରହିଥିବା ଜଣାପଡିଛି l ମହିଳାଙ୍କ ବର୍ଗରେ ୫୫କେଜି ରୁ କମ୍ ଥିଲେ ୪ଜଣ, ୫୫ରୁ ୬୫କେଜି ଥିଲେ ୨ଜଣ ଓ ୬୫ କେଜୀରୁ ଅଧିକ ଥିଲେ ୪ଜଣ ପ୍ରତିଯୋଗୀ ମୋଟ ୧୦ ଜଣ ଭାଗ ନେଇଥିଲେ l 

ସେପରି ପୁରୁଷଙ୍କ ବର୍ଗରେ ୬୦ କେଜିରୁ କମ୍ ୧୩ ଜଣ, ୬୦ରୁ ୭୦ କେଜି ୧୨ଜଣ, ୬୦ ରୁ ୮୦ କେଜି ମଧ୍ୟରେ ୧୧ ଜଣ , ୮୦ ରୁ ୯୦ କେଜି ୭ ଜଣ ଓ ୯୦ କେଜି ରୁ ଅଧିକ ୫ ପ୍ରତିଯୋଗୀ ଭାଗ ନେଇଥିଲେ l ଏପରିକି ୫୦ ବର୍ଷରୁ ଅଧିକ ମାଷ୍ଟର ୨ ବିଭାଗର ୨ ଜଣ ପ୍ରତିଯୋଗୀ ଓ  ନିଜର ଫିଟନେସ ମନ୍ତ୍ର ଏହି କମ୍ପିଟିସନ୍ ରେ ଭାଗ ନେଇ ସାଧାରଣ ଜନତାଙ୍କୁ ଉତ୍ସାହିତ କରିଥିଲେ l

ମହିଳାମାନଙ୍କ ପ୍ରଥମ କାଟାଗୋରିରେ ମନିଷା ମହାନ୍ତି, ଦ୍ଵିତୀୟ କାଟାଗୋରିରେ ସିପ୍ରା ବିଶ୍ୱାସ, ଓ ତୃତୀୟ କାଟାଗୋରିରେ ଉଷା ଶର୍ମା ପ୍ରଥମ ହୋଇଛନ୍ତି ।  ସେହିପରି ପୁରୁଷମାନଙ୍କ ପ୍ରଥମ କାଟାଗୋରି ରେ କୁର୍ବାନ ଅଲି ସର୍ଦ୍ଦାର , ଦ୍ୱିତୀୟ କାଟାଗୋରି ରେ ଅମୂଲ୍ୟ ପ୍ରିୟଦର୍ଶିନୀ କ୍ଷେତ୍ରୀୟ, ତୃତୀୟ କାଟାଗୋରି ରେ ବିଜେନ୍ଦ୍ର ବିହାରୀ ବାଘ, ଚତୁର୍ଥ କାଟାଗୋରି ରେ ଶେଖ୍ ଅବତାବ ଓ ପଞ୍ଚମ କାଟାଗୋରିରେ ରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରି କୃତି ହାସଲ କରିଥିଲେ l

ଏହି ଜିଲ୍ଲା ସ୍ତରୀୟ ଭାରତ୍ତୋଳନ ଚାମ୍ପିଅନସିପ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି, ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜର ଶ୍ରୀ ସତବିର ସିଂହ ରିଆନ୍ , ଏମ ୟୁ ଯେ ସଭାପତି ଦେବ ପ୍ରସାଦ ଦାସ, ଜିଲ୍ଲା ବଣିକ ସଂଘ ସଭାପତି ସୁରେଶ ସୋମାନି, କୋରାପୁଟ ପାୱାର ଲିଫିଟିଂ (ନ୍ୟାସନାଲ ଚମ୍ପିୟାନ)  ସତ୍ୟ ପାଣି, ଏସିଆନ ବେଞ୍ଚ ପ୍ରେସ ଗୋଲ୍ଡ ମେଡାଲିଷ୍ଟ ବୈବ କୁମାର ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ। ସଂସ୍ଥା ର ପରିଚାଳକ  ସିଦ୍ଧାର୍ଥ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.