ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସେଲଫି ପାଇଁ ୨୯,୦୩୦ ଫୁଟ ଉପରେ ମୁଥ-ଲାତ

ନୂଆଦିଲ୍ଲୀ,୧୧/୭: ୨୯,୦୩୦ ଫୁଟ ଉପରେ ମାରପିଟ୍‌ । ତାହା ପୁଣି ସେଲ୍‌ଫି ନେବା ପାଇଁ । ଅବିଶ୍ୱସନୀୟ ଓ ମଜାଦାର ଲାଗିଲେ ବି କଥାଟା ସତ । ନିକଟରେ ଚୀନ୍‌ର ଦୁଇଟି ଭିନ୍ନ ଭିନ୍ନ ଗ୍ରୁପ୍‌ର ପର୍ଯ୍ୟଟକ ଚୀନ୍‌ର ତିବ୍‌ବତ ଅଟୋନମସ୍‌ କ୍ଷେତ୍ରରେ ସ୍ଥିତ ୮୮୪୮ ଭ୍ୟୁଇଙ୍ଗ୍‌ ପଏଣ୍ଟ୍‌ରେ ପହଞ୍ଚିଥିଲେ । ପର୍ବତାରୋହଣ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ସେମାନେ ସେଲ୍‌ଫି ନେବାକୁ ଚିନ୍ତାକଲେ । ଟୁର୍‌ ଗାଇଡ୍‌ ସେମାନଙ୍କୁ ଏଭରେଷ୍ଟ୍‌ ଏଲିଭେସନ୍‌ ମନୁମେଣ୍ଟ୍‌ ନିକଟରେ ଏକାଠି ଫଟୋ ଉଠାଇବାକୁ କହିଲେ । ଦୁଇ ଗ୍ରୁପ୍‌ ସେଲ୍‌ଫି ପାଇଁ ସବୁଠୁ ଭଲ ସ୍ଥାନ ବାଛିଲେ । ପ୍ରଥମେ ଫଟୋ ପୋଜ୍‌କୁ ନେଇ ଦୁଇ ଗ୍ରୁପ୍‌ ମଧ୍ୟରେ ଝଗଡ଼ା ହେଲା । ତା’ପରେ ଆରମ୍ଭ ହୋଇଗଲା ମୁଥ-ଲାତ । ହଁ, ଏ ସବୁ ମାଉଣ୍ଟ୍‌ ଏଭରେଷ୍ଟ୍‌ରେ ଚାଲିଲା । ମାମଲାଟି ଗତ ଜୁନ୍‌ ୨୫ ତାରିଖର, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । 

ଭାଇରାଲ ହେଉଥିବା ଭିଡିଓରେ ଜଣେ ମହିଳା ଦୁଇ ଗ୍ରୁପ୍‌କୁ ଅଟକାଉଥିବା ନଜର ଆସିଛନ୍ତି । କିନ୍ତୁ ମାମଲା ଥମିବା ବଦଳରେ ବଢ଼ିବାରେ ଲାଗିଛି । ଶେଷରେ ସୀମା ପୁଲିସ ସିବିରର ଅଧିକାରୀମାନେ ମାମଲାରେ ହସ୍ତକ୍ଷେପ କଲେ ଏବଂ ଦୁଇ ସମୂହକୁ ଅଲଗା କଲେ । ଏଥିରେ ସାମିଲ ୪ ପର୍ଯ୍ୟଟକଙ୍କୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଲାଗି ଗିରଫ କରାଗଲା । ସୂଚନାଯୋଗ୍ୟ, କରୋନା ପରେ ପ୍ରଥମ ଥର ଗତ ଏପ୍ରିଲରେ ଚୀନ୍‌ ମାଉଣ୍ଟ୍‌ ଏଭରେଷ୍ଟ୍‌ର ତିବ୍‌ବତ ପାଶ୍ୱର୍କୁ ପର୍ବତାରୋହୀଙ୍କ ପାଇଁ ପୁଣି ଖୋଲିଛି । ବିଶ୍ୱର ଏହି ସର୍ବୋଚ୍ଚ ପର୍ବତରେ ଭିଡ଼ ସମସ୍ୟା ବଢ଼ିବାରେ ଲାଗିଛି । ଗତ ମାସ ଏଠାରେ ଦୁଇ ପର୍ବତାରୋହୀ ନିଖୋଜ ହେବା ପରେ ସମସ୍ୟା ପୁଣି ଥରେ ଖବରର ଶିରୋନାମା ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.