ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ଟିକେଟ ପାଇଁ କଂଗ୍ରେସ ଭବନରେ ହୋ-ହାଲ୍ଲା

ଭୁବନେଶ୍ୱର,୨/୪ : ଆଗାମୀ ସାଧାରଣ ନିର୍ବାଚନକୁ ହାତରେ ମାତ୍ର ଆଉ କେତେଟା ଦିନ । ରାଜ୍ୟ ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀ ଘୋଷଣା କରିବା ଆରମ୍ଭ କରିସାରିଛନ୍ତି।  ମାତ୍ର ଏହାରି ଭିତରେ ଏବେ ଦିନକୁ ଦିନ କଂଗ୍ରେସ ହେଭିଓ୍ବେଟ ନେତା ଦଳ ଛାଡ଼ୁଛନ୍ତି । ଏହି ଦଳରେ ଛିଡ଼ା ହୋଇ ଆଉ ଜିତିବା ସମ୍ଭାବନା ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହୁଛନ୍ତି। ତୁହା ତୁହା କଂଗ୍ରେସ ଭବନରେ ବସୁଛି ବୈଠକ । ଦଳ କାହାକୁ କରିବ ପ୍ରାର୍ଥୀ । ବରିଷ୍ଠ ନେତାମାନେ ଦଳ ଛାଡ଼ୁଥିବାବେଳେ କାହାକୁ ଦଳ ପ୍ରାର୍ଥୀ କରିବ ସେହି ଚିନ୍ତା ଏବେ ଘାରିଛି । ଏହାରି ଭିତରେ ମଙ୍ଗଳବାର ଦଳ ପକ୍ଷରୁ ୪୭ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।  ଅନ୍ୟପକ୍ଷରେ ଆଜି ଏକ ଭିନ୍ନ ଦୃଶ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି । କଂଗ୍ରେସର ମୁଖପାତ୍ର ତଥା ବରିଷ୍ଠ ନେତା ସୁଦର୍ଶନ ଦାସଙ୍କ ସମର୍ଥକମାନେ ମଙ୍ଗଳବାର କଂଗ୍ରେସ ଭବନରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଜଳେଶ୍ବରରୁ ଶତାଧିକ କଂଗ୍ରେସ କର୍ମୀ ଆସି ହଠାତ୍ କଂଗ୍ରେସ ଭବନରେ ଧସେଇ ପଶିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି । ନିଜର ନେତାଙ୍କ ଦବଦବା ଜାହିର କରିବାକୁ ଚେଷ୍ଟା କରିଛନ୍ତି । ହାତରେ ପ୍ଲାକାର୍ଡ଼ ଧରି ନିରବ ବିରୋଧ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କର ଦାବି ରହିଛି ସୁଦର୍ଶନ ଦାସଙ୍କ ପ୍ରତି ଅନ୍ୟାୟକୁ ମାନିବୁ ନାହିଁ l ଟିକେଟ ବଣ୍ଟନରେ ସ୍ୱଛତା ଆମର ଦାବି l ଏହାର କିଛି ସମୟ ପରେ ବରିଷ୍ଠ କଂଗ୍ରେସ ନେତା ତାରାବାହିନୀ ପତି ମଧ୍ୟ ଆସି ସେମାନଙ୍କୁ ସେଠାରେ ହୋ ହଲ୍ଲା ନ କରିବାକୁ ବୁଝାଇଥିଲେ । ଏହି ଘଟଣାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି କି, ଏହା ଜାତୀୟ ପାର୍ଟି l ହାଇ କମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ସେଥିରେ ଏକମତ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.