ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ପ୍ୟାରିସ୍ ଅଲିମ୍ପିକ୍ସ: ଶୁଟ ଆଉଟରେ ଜିତି ସେମିରେ ଭାରତୀୟ ହକି ଟିମ୍, ବ୍ରିଟେନକୁ ୪-୨ ଗୋଲରେ ହରାଇଲା

ନୂଆଦିଲ୍ଲୀ,୪।୮: ପ୍ୟାରିସ୍ ଅଲିମ୍ପିକ୍ସରେ ଇତିହାସ ରଚିଲା ଭାରତୀୟ ହକି ଟିମ୍। ବ୍ରିଟେନ୍କୁ ପେନାଲ୍ଟି କର୍ଣ୍ଣରରେ ହରାଇ ଦ୍ବିତୀୟ ଥର ଅଲିମ୍ପିକ୍ସର ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ଭାରତ ଏହି ପଦକ ପାଇବାଠାରୁ ମାତ୍ର ଗୋଟିଏ ପାଦ ପଛରେ ରହିଛି। ୬୦ ମିନିଟର କଡ଼ା ସଂଘର୍ଷ ପରେ ସ୍ଥିତି ୧-୧ରେ ରହିବାରୁ ଶୁଟ ଆଉଟ ହୋଇଥିଲା।  ତା ପରେ ପେନାଲ୍ଟି କର୍ଣ୍ଣରର ସାହାରା ନିଆଯାଇଥିଲା।

ସୁଟ ଆଉଟ ଗୋଲ ବେଳେ ଚମତ୍କାର ପ୍ରଦର୍ଶନ କରିଥିଲେ ଗୋଲକିପର ଶ୍ରୀଜେଶ । ଶୁଟ ଆଉଟରେ ଭାରତ ୪-୨ରେ ବ୍ରିଟେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସ୍ୱର୍ଣ୍ଣ ଜିତିବା ଦିଗରେ ଆଉ ପାଦେ ଆଗେଇଛି। ଭାରତ ଦ୍ୱିତୀୟ କ୍ୱାର୍ଟରରେ  ୧୦ ଜଣ ଖେଳାଳିଙ୍କୁ ନେଇ ଲଢ଼େଇ କରିଥିଲା।କାରଣ ଦ୍ବିତୀୟ କ୍ବାର୍ଟରରେ ଅମିତ ରୋହିଦାସ ରେଡ କାର୍ଡ ପାଇଁ ମ୍ୟାଚ୍‌ର ୧୭ ମିନିଟ  ବାହାରେ ବସିଥିଲେ। ତେବେ ଭାରତୀୟ ଟିମ୍ ହାର ମାନିନଥିଲା। ଶେଷ ପର୍ଯ୍ୟନ୍ତ ବ୍ରିଟେନ୍ ଟିମ୍‌କୁ ଦେଇଥିଲା କଡା ଟକ୍କର। ଭାରତୀୟ ଟିମ୍ ଏଭଳି ଭାବରେ ସ୍ବର୍ଣ୍ଣ ପଦକ ପାଇବା ଆଡକୁ ଅଗ୍ରସର ହୋଇଛି। ଯଦି ଭାରତ ସେମିଫାଇନାଲରେ ଜିତିବାରେ ସଫଳ ରୁହେ ତେବେ ଅତି କମ୍‌ରେ ରୌପ୍ୟ ପଦକ ଜିତିପାରିବ। ଭାରତର ସେମିଫାଇନାଲ ମୁକାବିଲା ୬ ଅଗଷ୍ଟ ଅର୍ଥାତ ମଙ୍ଗଳବାର ଖେଳାଯିବ।    


  • prameyanews
  • PrameyaOdia
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.