ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହୋଲିରେ ଆପଣଙ୍କ ସ୍ମାର୍ଟଫୋନକୁ ଏଭଳି ରଖନ୍ତୁ ସୁରକ୍ଷିତ...

ନୂଆଦିଲ୍ଲୀ, ୨୦/୦୩: ଚଳିତବର୍ଷ ୨୫ ତାରିଖରେ ପଡ଼ୁଛି ରଙ୍ଗର ପର୍ବ ହୋଲି । ହୋଲି ପାଇଁ ସମସ୍ତେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରଙ୍ଗ ଖେଳିବା ସମୟରେ ଅନେକଙ୍କ ମୋବାଇଲ୍ ଫୋନ୍ ପାଣି ବାଜି ଖରାପ ହୋଇ ଯାଇଥାଏ । ତେଣୁ ହୋଲି ଦିନ ଫୋନକୁ ସୁରକ୍ଷିତ ରଖିବା ଜରୁରୀ । ଆସନ୍ତୁ ଜାଣିବା ହୋଲିରେ କେମିତି ମୋବାଇଲ୍ ଫୋନକୁ ରଖିବେ ସୁରକ୍ଷିତ ?

ହୋଲି ଦିନ ଆପଣ ବାହାରକୁ କିମ୍ବା କାହା ଘରକୁ ଯିବା ସମୟରେ ମୋବାଇଲକୁ ଏୟାର ଟାଇଟ୍ ଜିପଲକ୍ ଅଥବା ୱାଟରପ୍ରୁଫ୍ ପାଉଚରେ ରଖନ୍ତୁ । ଏଭଳି କଲେ ରଙ୍ଗ ଖେଳିବା ସମୟରେ ଆପଣଙ୍କ ସ୍ମାର୍ଟଫୋନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।

ହୋଲି ଦିନ ଆପଣଙ୍କ ଫୋନର ପୋର୍ଟ୍ସ ଯେଭଳି ସ୍ପିକର ଗ୍ରିଲ୍, ଚାର୍ଜିଂ ପୋର୍ଟ୍ସ ଆଦିକୁ ଡକ୍ଟ ଟେପ୍ ଜରିଆରେ ବନ୍ଦ କରି ଦେବା ଆବଶ୍ୟକ । ଡକ୍ଟ ଟେପ୍ ଲଗାଇବା ସମୟରେ ଧ୍ୟାନ ଦେବେ ଫୋନ୍ ଯେଭଳି ସାଇଲେଣ୍ଟ ଥିବ । ରଙ୍ଗ ଖେଳ ଦିନ ଆପଣ ଇୟରଫୋନ୍ ଅଥବା ଇୟରବଡ୍ ଲଗାଇ ବାହାରକୁ ବାହାରନ୍ତୁ ନାହିଁ । ଯଦି ଲଗାଇ ଯାଉଛନ୍ତି ତାହେଲେ ଯିବା ପୂର୍ବରୁ ତା ଉପରେ ଗ୍ଲିସରିନ୍ ଲଗାନ୍ତୁ।

ରଙ୍ଗ ଖେଳ ବେଳେ ଯଦି ଅସାବଧାନତା ବଶତଃ ସ୍ମାର୍ଟଫୋନରେ ପାଣି ପଶିଯାଏ ତ ଫୋନକୁ ଚାର୍ଜରେ ବସାଇବାର ଭୁଲ୍ କରନ୍ତୁ ନାହିଁ । ଫୋନରେ ପାଣି ପଶିଗଲେ କିଛି ସମୟ ଖରାରେ ରଖି ଶୁଖିବାକୁ ଦିଅନ୍ତୁ । ଫୋନ୍ ଶୁଖିଯିବା ପରେ ସର୍ଭିସ୍ ସେଣ୍ଟରକୁ ନେଇ ଯାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.