ମେଷ : ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟଏବଂକର୍ମରେ ସଫଳତା ମିଳିବ ।ଏହାପରେ ଦ୍ୱାଦଶଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ସମସ୍ତକର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ଅଧିକ ହେବ ଏବଂ ଆର୍ଥିକ ସଙ୍କଟ ଦେଖାଦେବ । କର୍ମରେ ବିଫଳତା ଓ କର୍ମପ୍ରତି ଆଳସ୍ୟତାଭାବ ପ୍ରକାଶ ପାଇବ । ଯେଉଁ ମାନଙ୍କର ଅଶ୍ୱିନୀ ମେଷ ଓ ଯାହାର ପ୍ରଥମ ନାମାକ୍ଷର ଚୁ, ଚେ, ଚୋ, ଲା, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ, ଶୁଭସଂଖ୍ୟା: ୧୧, ଆରାଧନା : ମା’ ଚଣ୍ଡୀ ।
ବୃଷ: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ବୁଧବାର ଯୋଗୁ ଭାଗ୍ୟରେ, କର୍ମରେ ଏବଂ ଆର୍ଥିକ ଅବସ୍ଥାରେଉନ୍ନତି ଆସିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ । ଆୟରେ ଆଖି ଦୃଶିଆ ଉନ୍ନତି ଏବଂ ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ ।ମନରେ ସତ୍ଚିନ୍ତା, ସତ୍ଭାବନା ପ୍ରକାଶପାଇବ ଏବଂ ସତ୍କର୍ମରେ ଅଧିକ ଆଗ୍ରହ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧାସୁଯୋଗ ହାସଲ କରିବେ । ଯେଉଁମାନଙ୍କର ରୋହିଣୀ ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୧୨, ଆରାଧନା: ମା’ ଗାୟତ୍ରୀ ।
ମିଥୁନ: ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ ।କର୍ମରେ ବାଧାବିଘ୍ନ ଏବଂ ଅପମାନ, ଅପଯଶ, ଅପନିନ୍ଦା ମିଳିବ ।ଏହାପରେ ଦଶମଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ଆର୍ଦ୍ରାମିଥୁନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ସବୁଜ, ସଂଖ୍ୟା: ୪, ଆରାଧନା: ଭଗବାନ ବିଷ୍ଣୁ ।
କର୍କଟ: ଘାତବାର ଓ ଅଷ୍ଟମ ଏବଂ ନବମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ମାନ, ସମ୍ମାନ ହାନି, ମାନସିକ ଦୁଶ୍ଚିନ୍ତା, ପରିବାରରେ ମନୋମାଳିନ୍ୟ ଏବଂ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ହୋଇପାରେ । ନିଜର ପ୍ରିୟବନ୍ଧୁ କିମ୍ବା ପୁରାତନ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ସଫଳତା ମିଳିଲେ ମଧ୍ୟ ମନରେ ଆତ୍ମସନ୍ତୋଷ ମିଳିବ ନାହିଁ । ଯେଉଁ ମାନଙ୍କର ପୁନର୍ବସୁ କର୍କଟ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା: ୫, ଆରାଧନା: ମା’ ଭୁବନେଶ୍ୱରୀ ।
ସିଂହ: ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ସପ୍ତମଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ କିଛିଟା ଶୁଭଫଳ ମିଳିବ । ଏହାପରେ ଅଷ୍ଟମ ଚନ୍ଦ୍ର ଯୋଗୁ ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ା ପଣ ପ୍ରକାଶ ପାଇବ ଏବଂ ଚାଲିଚଳନ, ବ୍ୟବହାର ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ମଘାସିଂହ ଓ ଯାହାର ପ୍ରଥମ ନାମାକ୍ଷରମା, ମି, ମୁ, ମେ, ସେମାନେ ସତର୍କ ହେବେ । ଶୁଭରଙ୍ଗ: ଧଳା, ସଂଖ୍ୟା: ୩, ଆରାଧନା : ମା’ ମାତଙ୍ଗୀ ।
କନ୍ୟା: ଷଷ୍ଠ ଓ ସପ୍ତମ ଚନ୍ଦ୍ର ଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ଶରୀରରେ ସୁସ୍ଥତା, ପରିବାରରେ ମିତ୍ରତା, ସମସ୍ତଙ୍କ ସହ ବନ୍ଧୁତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଓ ସମୟାନୁବର୍ତ୍ତିତା ଆପଣାଇବେ । ପରିବାରରେ ସୁଖଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ଆର୍ଥିକସ୍ଥିତିରେ ସୁଧାର ଆସିବ । କର୍ମରେ ସଫଳତା ଓ ମହିଳା ସହକର୍ମୀଙ୍କ ସହ ଯୋଗପ୍ରାପ୍ତ ହେବ । ଯେଉଁ ମାନଙ୍କର ହସ୍ତାକନ୍ୟା, ସେମାନେ ଉପକୃତ ହେବେ । ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ଛିନ୍ନମସ୍ତା ।
ତୁଳା: ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟଭୋଗ ହେଉଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଏବଂ ଜନ ସମ୍ପର୍କ ବୃଦ୍ଧି ପାଇବ । ସନ୍ତାନ ମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ବକ୍ତବ୍ୟରେ ବିଚକ୍ଷଣତା, ବ୍ୟବହାରରେ ସଂଯମତା ଏବଂ ମନରେ ପ୍ରସନ୍ନତାଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଉଦ୍ୟମ ଜାରି ରଖିବେ । କର୍ମର ସଫଳତା ଏବଂ ଉଚ୍ଚ ସମ୍ମାନ, ଉଚ୍ଚ ପଦବୀପ୍ରାପ୍ତ ହେବ । ଯେଉଁମାନଙ୍କର ସ୍ୱାତୀତୁଳା, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ନୀଳ, ସଂଖ୍ୟା : ୬, ଆରାଧନା : ମା’ କମଳା ।
ବିଛା : ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ମତାନ୍ତର, ଆର୍ଥିକ ଠକାମି, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖାଦେବ । ଏହାପରେ ପଞ୍ଚମ ଚନ୍ଦ୍ର ଯୋଗୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ୟମ ଆୟ ଓ କର୍ମରେ ସ୍ପଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ । ଯେଉଁ ମାନଙ୍କର ବିଶାଖା ବିଛା ଓ ଯାହାର ପ୍ରଥମ ନାମାକ୍ଷରତି, ତୁ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ବଗଳାମୁଖୀ ।
ଧନୁ : ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ ମଧ୍ୟମ ଆୟ ଏବଂ କର୍ମରେ ଆଶାନୁରୂପ ସଫଳତା ମିଳିବ ।ଏହାପରେ ଘାତଚନ୍ଦ୍ର ଯୋଗୁ ବାଦବିବାଦ, ସ୍ୱାସ୍ଥ୍ୟ, ଆର୍ଥିକ କାରବାର, ସ୍ୱଜନରେ କଥାବାର୍ତ୍ତାବେଳେ ସତର୍କ ହେବେ । ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମତାନ୍ତର ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କ ରୋଷର ଶିକାର ହେବେ । ଯେଉଁ ମାନଙ୍କର ମୂଳା ଧନୁ ଓ ଯାହାର ପ୍ରଥମ ନାମାକ୍ଷର ଯେ, ଯୋ, ଭା, ଭିସେମାନେ ସତର୍କ ହେବେ ।ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀଜଗନ୍ନାଥ ।
ମକର : ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିôବାରୁ ଏବଂ ବୁଧବାର ଯୋଗୁ ଅସମ୍ଭବକୁ ସମ୍ଭବ କରିବାରେ ସମର୍ଥ ହେବେ । ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ,ଶାନ୍ତି, ସମସ୍ତ ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଭାଇ, ଭଉଣୀଙ୍କ ପ୍ରତିସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଅଧିକ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ । କର୍ମରେ ସଫଳତା, ସମ୍ମାନ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଏବଂ କାର୍ଯ୍ୟଦକ୍ଷତା ପ୍ରକାଶପାଇବ । ଯେଉଁମାନଙ୍କର ଶ୍ରବଣାମକର, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : କଳା, ସଂଖ୍ୟା : ୩, ଆରାଧନା : ମା’ ଦୁର୍ଗା ।
କୁମ୍ଭ : ଶ୍ରୀଚନ୍ଦ୍ର ଏବଂ ଦ୍ୱିତୀୟଚନ୍ଦ୍ର ଉଭୟଭୋଗ ହେଉଥିବାରୁ ଧନ, ମାନ, ସମ୍ମାନ, ସୁଖ୍ୟାତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ଚାଲିଚଳନ, ବ୍ୟବହାର ମାର୍ଜିତ ଏବଂ ସର୍ବଜନ ଆଦୃତହେବ । ଧନ, ସମ୍ପଦ ବୃଦ୍ଧିପାଇବ ଏବଂ ବିଭିନ୍ନ ଉତ୍ସରୁ ଧନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁ ମାନଙ୍କର ଶତଭିଷାକୁମ୍ଭ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ବାଇଗଣୀ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।
ମୀନ : ଦିବା ୧୨ଟା ୫୮ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟରେ କ୍ଷତି ଏବଂ କର୍ମରେ ବାଧାବିଘ୍ନ ଦେଖାଦେବ । ଏହା ପରେ ଶ୍ରୀଚନ୍ଦ୍ର ଏବଂ ବୃହସ୍ପତିଙ୍କ ନକ୍ଷତ୍ରଭୋଗ ହେଉଥିବାରୁ ମନରେ ପ୍ରସନ୍ନତା, ବଚନରେ ବିଚକ୍ଷଣତା, ବ୍ୟବସାୟରେ ସଂଯମତା ଏବଂ ସମସ୍ତଙ୍କର ପ୍ରଶଂସାଭାଜନ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅତିଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ପ୍ରଶଂସା ମିଳିବ । ଯେଉଁମାନଙ୍କର ଉତ୍ତର ଭାଦ୍ରମୀନ, ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୯, ଆରାଧନା : ମା’ ମାଣିକେଶ୍ୱରୀ ।