ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିହାରରେ ଭୟଙ୍କର ସଡ଼କ ଦୁର୍ଘଟଣା ; ୯ ମୃତ

ମୋହନିଆ, କୈମୂର - କୈମୂରରେ ରବିବାର ରାତି ପାଖାପାଖି ୮ଟା ୩୦ରେ ଭୟଙ୍କର ଦୁର୍ଘଟଣା ଘଟିଛି। ଯେଉଁଥିରେ ଦୁଇ ଜଣ ମହିଳାଙ୍କ ସହିତ ୯ଜଣ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଦିଲ୍ଲୀରୁ କୋଲକାତାକୁ ଯୋଡ଼ୁ ଥିବା ସିକ୍ସଲେନ୍‌ ଠାରେ ମୋହନିଆଁ ଥାନା ଅଞ୍ଚଳର ଦେବକଲି ଗାଁ ସାମନାରେ ହୋଇଛି। ମୃତକଙ୍କ ମଧ୍ୟରେ ଦେବକଲି ଗାଁର ବାଇକ୍‌ ଯାତ୍ରୀ ୫୦ ବର୍ଷିୟ ଦଧିବଳ ଯାଦବଙ୍କ ସହ ୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେପଟେ ସ୍କର୍ପିଓରେ ବସି ଥିବା ଯାତ୍ରୀମାନଙ୍କର ଏବେସୁଦ୍ଧା ଚିହ୍ନଟ ହୋଇ ପାରି ନାହିଁ। 

ଘଟଣା ସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ - ଧଳା ରଙ୍ଗର ଗୋଟିଏ ସ୍କର୍ପିଓ ଦ୍ରୁତ ଗତିରେ ବାରଣାସୀ ଆଡ଼କୁ ଯାଉଥିଲା। ସ୍କର୍ପିଓଟି ବାଇକକୁ ଜୋରରେ ଧକ୍କା ଦେଇ ଥିଲା, ଯାହା ଫଳରେ ବାଇକ୍‌ ଓ ସ୍କର୍ପିଓ ଖୁବ୍‌ ଜୋରରେ ଦକ୍ଷିଣ ଲେନ୍‌ରୁ ଯାଇ ଉତ୍ତର ଲେନ୍‌ରେ ଖୁବ୍ ଜୋରରେ ଆସୁଥିବା ଟ୍ରକ୍‌ ସହ ଧକ୍କା ହୋଇଥିଲା । ଏହି ଘଟଣାରେ ସ୍କର୍ପିଓଟି ପୂରା ଚୁରମାର ହୋଇ ଯାଇଥିଲା ଏବଂ ଏଥିରେ ବସିଥିବା ଦୁଇ ମହିଳାଙ୍କ ସମେତ ସମସ୍ତ ୮ଜଣ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। 

ସୂଚନା ମିଳିବା ପରେ ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଭିଡ଼ ଲାଗିଛି। ସ୍କର୍ପିଓରେ ଫସି ଥିବା ମୃତ ଦେହକୁ ବାହାରକୁ ଆଣିବାକୁ ମୁସ୍କିଲ ହୋଇ ଥିଲା। ଧକ୍କା ଏତେ ଜୋରରେ ଥିଲା କି ସ୍କର୍ପିଓ ଚାଳକଙ୍କ ଶରୀର ଦୁଇ ଭାଗ ହୋଇ ଯାଇଥିଲା। ଅଧିକାଂଶ ମୃତଦେହ କ୍ଷତବିକ୍ଷତ ହୋଇ ପଡ଼ିଥିଲା। ସୂଚନା ପାଇ ପୁଲିସ ଆସି ମୃତଦେହକୁ ଗାଡ଼ିରୁ ବାହାର କରି ଆମ୍ୱୁଲାନ୍ସରେ ହସ୍ପିଟାଲ ପଠାଇ ଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.