ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ୟୁପିର କାନପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା, ୩ ଛାତ୍ର ମୃତ, ନିୟନ୍ତ୍ରଣ ହରାଇ ଖାଇକୁ ଖସିଲା ବସ୍...

ନୂଆଦିଲ୍ଲୀ: ୟୁପିର କାନପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଠାରେ ଦ୍ରୁତ ଗତିରେ ଆସୁଥିବା ଏକ ରୋଡୱେଜ୍ ବସ୍ ସାଇକେଲରେ ଯାଉଥିବା ଛାତ୍ରଙ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ସାଇକେଲରେ ଯାଉଥିବା ତିନି ଜଣ ଛାତ୍ର ପ୍ରାଣ ହରାଇଛନ୍ତି । ଆଉ ଏହା ପରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଏକ ଖାଇ ଭିତରକୁ ଖସି ପଡିଛି । ବସ୍‌ରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପୋଲିସ ସୂଚନା ପାଇ ଆହତ ମାନଙ୍କୁ ଉଦ୍ଧାର କରୁଛି । 

ସୂଚନା ଅନୁଯାୟୀ,ଉତ୍ତରପ୍ରଦେଶ କାନପୁର ଘାଟମପୁରର ପାଟରାରେ ଦ୍ରୁତଗାମୀ ବସ୍‌ଟି ସାଇକେଲ ଆରୋହୀ ଛାତ୍ରଙ୍କୁ ଧକ୍କା ଦେଇଥିଲା । ଏହା ପରେ ବସ୍ ନିୟନ୍ତ୍ରଣ ବାହାରକୁ ଯାଇ ଖାଇରେ ଖସିପଡିଥିଲା । ବସ୍‌ରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ଏହି ତିନିଜଣ ଛାତ୍ର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । 

ଏହି ତିନିଜଣ ଘାଟମପୁର ପୋଲିସ ଷ୍ଟେସନ ଅଞ୍ଚଳର କୁନୱରପୁର ବାସିନ୍ଦା ଦୀପକ ତିୱାରୀ, ଅଙ୍କୁଷ ପ୍ରଜାପତି, ମନୀଷ କୁମାର ବୋଲି ଜଣାପଡିଛି । ଏହି ତିନିଜଣ ପଲିଟେକନିକ୍ ଛାତ୍ର ବୋଲି କୁହାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.