ପ୍ରମୂଖ ଖବର
  • ୩ ପ୍ରସ୍ତାବରେ କ୍ୟାବିନେଟ ମୋହର : ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ, ବାପାଙ୍କ ମୃତ୍ୟୁ ପରେ ଚାକିରି ପାଇବ ଝିଅ
  • ||
  • ରିଆମାଳ; ପାରିବାରିକ କଲହରୁ ମହିଳାଙ୍କ ଆତ୍ମହତ୍ୟା, ପୋଲିସର ତଦନ୍ତ ଆରମ୍ଭ।
  • ||
  • ଗଣେଶ ମେଢ଼ ଭସାଣିବେଳେ ତୁମୁଳକାଣ୍ଡ: ଗୋଷ୍ଠୀ ସଂଘର୍ଷ, ୧୫ ଆହତ
  • ||
  • ଭୁବନେଶ୍ୱର: ମାଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବନ୍ୟା ଅଞ୍ଚଳ ପରିଦର୍ଶନ କରିବେ
  • ||
  • ମୟୂରଭଞ୍ଜ: ବିଦ୍ୟୁତ ଆଘାତରେ ମାଈ ହାତୀ ମୃତ
  • ||
  • ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ, ବିଭିନ୍ନ ପ୍ରସ୍ତାବ ଉପରେ ହେବ ଆଲୋଚନା
  • ||
  • ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ: ଆଜି ୬ ଗ୍ରାମରୁ ୩୧୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ
  • ||
  • ସମାକୋଇ ଜଳସେଚନ ପ୍ରକଳ୍ପକୁ ବିରୋଧ, ତେଲକୋଇରେ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୧୩ ଏବଂ ୧୪ରେ ଅଧିକ ବର୍ଷା ସମ୍ଭାବନା
  • ||

ଟ୍ରେନରେ ହଜି ଯାଉଛି କି ଜିନିଷ , ଜାଣନ୍ତୁ କେମିତି ପାଇବେ ...

ନୂଆଦିଲ୍ଲୀ, ୨୪/୮ :  ଭାରତୀୟ ରେଳରେ ପ୍ରତିଦିନ ଲକ୍ଷାଧିକ ଲୋକ ଯାତ୍ରା କରିଥାନ୍ତି । ଯାତ୍ରା ସମୟରେ କେତେକ ଥର ତାଙ୍କର ଜିନିଷ ହଜିଯାଇଥାଏ କିମ୍ବା କେତେକ ଥର ଟ୍ରେନରେ ରହିଯାଇଥାଏ । କିନ୍ତୁ ଏଭଳି ଭାବେ କେତେକ ଲୋକ ଏହି ସବୁ ଜିନିଷର ଅଭିଯୋଗ କରିନଥାନ୍ତି କି ଏହା ଭାବି ଏହା ତାଙ୍କୁ ମିଳିବ ନାହିଁ ବୋଲି । ମାତ୍ର ଏଭଳି ନୁହେଁ । ଯାତ୍ରା ସମୟରେ ଆପଣଙ୍କ ଜିନିଷ ହଜିଯାଉଛି କିମ୍ବା ଟ୍ରେନରେ ରହିଯାଉଛି ତ ଚିନ୍ତା କରନ୍ତୁ ନାହିଁ । କାରଣ ଭାରତୀୟ ରେଲଓ୍ବେ ନିଜ ଯାତ୍ରୀଙ୍କୁ ହଜିଯାଇଥିବା ଜିନିଷକୁ ଫେରାଇ ଆଣିବାର ସୁବିଧା ଦେଇଥାଏ ।

କିନ୍ତୁ କେତେକ ଥର ଲୋକମାନଙ୍କୁ ଏହି ସୁବିଧା ବିଷୟରେ ଜଣାପଡ଼ିନଥାଏ ଯେଉଁ କାରଣରୁ ସେ ଏହାର ସୁବିଧା ଉଠାଇପାରିନଥାନ୍ତି । ଆସନ୍ତୁ ଜାଣିବା ଟ୍ରେନରେ ଜିନିଷ ଚୋରୀ ହୋଇଗଲେ କ’ଣ କରିବାକୁ ପଡ଼ିଥାଏ । ଯଦି ଟ୍ରେନରେ ଯାତ୍ରା କରିବା ସମୟରେ ଆପଣଙ୍କ ଜିନିଷ କେବେ ହଜିଯାଏ କିମ୍ବା ଟ୍ରେନରେ ରହିଯାଏ ତେବେ ଆପଣ ନିଜ ମୋବାଇଲରେ ତୁରନ୍ତ ରେଳ ମଦଦ ଆପ କିମ୍ବା ରେଳ ମଦଦ ଓ୍ବେବସାଇଟରେ ଯାଇ ତାହାର ଅଭିଯୋଗ କରିପାରିବେ । ଏହି ଆପ୍ ଏବଂ ଓ୍ବେବସାଇଟରେ ଆପଣ କେବଳ ଚୋରି ନୁହଁ ବାଥରୁମ୍ ସଫା କିମ୍ବା କେହି ହଇରାଣର କୌଣସି ଘଟଣା ବିଷୟରେ ବି ଅଭିଯୋଗ କରିପାରିବେ । 

ଏହା ବ୍ୟତୀତ ଆପଣ ରେଲଓ୍ବେକୁ ଆହୁରି ଭଲ କରିବା ଲାଗି ନିଜର କୌଣସି ଉପାୟ ଦେବାକୁ ଚାହୁଁଛନ୍ତି ତ ଆପଣ ତାହା ବି କରିପାରିବେ । ରେଳ ମଦଦର ଅଫିସିଆଲ ଓ୍ବେବସାଇଟ  railmadad.indianrailways.gov.in/madad/final/home.jsp ଅଟେ , ଯେଉଁଥିରେ ଯାଇ ଆପଣ ନିଜ ଅଭିଯୋଗ କରିପାରିବେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.