ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦୀପାବଳି ପୂର୍ବରୁ ଦିଲ୍ଲୀ ଆନନ୍ଦ ବିହାର ବସ୍ ଷ୍ଟାଣ୍ଡରେ ପ୍ରବଳ ଭିଡ, ଫୁଟ୍ ଓଭର ବ୍ରିଜର ଫଟୋ ହେଲା ଭାଇରାଲ

ନୂଆଦିଲ୍ଲୀ,୧୧।୧୧: ରବିବାର ସାରା ଦେଶରେ ଦୀପାବଳି ପାଳନ କରାଯିବ। ସମସ୍ତେ ନିଜ ପରିବାର ସହିତ ଏହି ପର୍ବ ପାଳନ କରିବାକୁ ଚାହାଁନ୍ତି। ବସ୍ ଏବଂ ଟ୍ରେନ୍ ସାହାଯ୍ୟରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ନିଜ ଘର ଆଡକୁ ଆରମ୍ଭ କରିଛନ୍ତି ଯାତ୍ରା। ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଦିଲ୍ଲୀର ଲକ୍ଷ ଲକ୍ଷ ଲୋକ ମଧ୍ୟ ବସ୍ ଏବଂ ଟ୍ରେନ୍ ଯୋଗେ ଘରକୁ ଯାଇଛନ୍ତି।

ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସୀମାରେ ଅବସ୍ଥିତ ଗାଜିଆବାଦର ଆନନ୍ଦ ବିହାର ବସଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ କୌଶମ୍ବି ବସ୍‌ ଷ୍ଟାଣ୍ଡରେ ମଧ୍ୟ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ କେବଳ ଦୁଇ ରାଜ୍ୟର ସୀମାକୁ ସଂଯୋଗ କରୁଥିବା ଫୁଟ୍‌ ଓଭର ବ୍ରିଜ୍ ଉପରେ କେବଳ ଲୋକ ହିଁ ଲୋକଙ୍କୁ ଦେଖିବାକୁ ମିଳୁଛି । ଏହି ଫୁଟ୍‌ ଓଭର ବ୍ରିଜ୍  ଉପରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନାହିଁ । ସମସ୍ତେ ଶୀଘ୍ର ଘରେ ପହଞ୍ଚିବାକୁ ଚାହୁଁନ୍ତି। ଏଥିପାଇଁ ସରକାର ମଧ୍ୟ ବିଶେଷ ବ୍ୟବସ୍ଥା କରିଛନ୍ତି। ୟୁପି ରୋଡୱେ ଅନେକ ମାର୍ଗରେ ସ୍ୱତନ୍ତ୍ର ବସ୍ ଚଳାଉଛି।

ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ମଧ୍ୟ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି। ପାର୍ବଣ ଋତୁରେ ଦୃଷ୍ଟିରେ ରଖି  ଯାତ୍ରାକୁ ସହଜ କରିବା ପାଇଁ ଭାରତୀୟ ରେଳବାଇ ପ୍ରାୟ ୨୬ ଲକ୍ଷ ଅତିରିକ୍ତ ବର୍ଥ ସାମିଲ କରିଛି।  ରେଳ ବିଭାଗର ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଉଭୟ ଦୀପାବଳିଏବଂ ଛଟ୍‌ ପୂଜା କାରଣରୁ ଅଧିକ ଯାତ୍ରୀଙ୍କ ଚାହିଦାକୁ ପୂବଣ କରିବା ପାଇଁ ଏହି ଅତିରିକ୍ତ ଟ୍ରେନ୍ ଚଳାଚଳ କରୁଛି।

 

 

Copyright © 2022 - Summa Real Media Private Limited. All Rights Reserved.