ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିଆରା ବିରୋଧ ପ୍ରଦର୍ଶନ, ଚୋର ଧରି ନ ପାରିବାରୁ ପୁଲିସର ଆରତୀ କଲେ ଦମ୍ପତି

ନୂଆଦିଲ୍ଲୀ ୧୫/୦୪: ମଧ୍ୟପ୍ରଦେଶର ରିଭାରେ ଚୋରି ମାମଲାରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ଅସନ୍ତୁଷ୍ଟ ହୋଇ ଏକ ଦମ୍ପତି ନିଆରା ଉପାୟରେ ନିଜର ବିରୋଧ ପ୍ରଦର୍ଶନ କରିଛନ୍ତି । ସେମାନେ ଆରତୀର ଥାଳି ଓ ଫୁଲ ମାଳା ନେଇ ସିଟି କୋତୱାଲି ଥାନାରେ ପହଞ୍ଚିଥିଲେ । ଏହାପରେ ଉପସ୍ଥିତ ଥାନା ପ୍ରଭାରୀଙ୍କର ଆରତୀ କରିଥିଲେ । ଘଟଣାଟି ଏହିପରି । ରିଭାର ବାସିନ୍ଦା ଅନୁରାଧା ସୋନି ଓ ତାଙ୍କର ସ୍ୱାମୀ ଜାନୁଆରୀ ୨୮ ତାରିଖରେ ଚୋରି ନେଇ ଏକ ଅଭିଯୋଗ ଦାଖଲ କରିଥିଲେ । ପରବର୍ତ୍ତୀ ସମୟରେ ପୁଲିସ ଚୋରକୁ ଚିହ୍ନଟ କରିଥିଲା । କିନ୍ତୁ ଦୀର୍ଘ ୨ ମାସରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ ତାକୁ ଧରିବାରେ ସକ୍ଷମ ହୋଇନଥିଲା । ସେଥିଯୋଗୁ ଦମ୍ପତି ଭୀଷଣ ଅସନ୍ତୁଷ୍ଟ ଥିଲେ । 

ଗତ ୬ ତାରିଖରେ ସେମାନେ ହାତରେ ପୂଜା ଥାଳି, ନଡ଼ିଆ, ଫୁଲମାଳା ନେଇ ପୁଲିସ ଷ୍ଟେସନ ପହଞ୍ଚିଥିଲେ । ସେଠାରେ ପୁଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଉପସ୍ଥିତ ଥିବା ଥାନା ପ୍ରଭାରୀ ଜେପି ପଟେଲଙ୍କର କୋଠରୀ ମଧ୍ୟରେ ପ୍ରବେଶ କରି ତାଙ୍କର ଆରତୀ କରିଥିଲେ । ଏଭଳି ନିଆରା ବିରୋଧ ପ୍ରଦର୍ଶନ ଯୋଗୁ ଉପସ୍ଥିତ ପୁଲିସକର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ପତି-ପତ୍ନୀଙ୍କୁ ଥାନାରୁ ବାହାର କରି ଦିଆଯାଇଥିଲା । ଏହାପରେ ଥାନା ପ୍ରଭାରୀ ଜେପି ପଟେଲ କହିଛନ୍ତି, ଖୁବ୍‌ ଶୀଘ୍ର ଏ ସଂପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତ ଫେରାର ଥିବାବେଳେ ପରେ ହାଇକୋର୍ଟରେ ଆବେଦନ କରି ଆଗୁଆ ଜାମିନ ହାସଲ କରିନେଇଥିଲେ । ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କର ସନ୍ଧାନ କରାଯାଉଥିଲା । ସେପଟେ ପୁଲିସର କାର୍ଯ୍ୟରେ ବାଧା ସୃଷ୍ଟି କରିବା, ପୁଲିସର ଅପମାନ କରିବା ନେଇ ଦମ୍ପତିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.