ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୈତାନ ସ୍ବାମୀ : ପ୍ରଥମେ ସ୍ତ୍ରୀକୁ ମାରିଲା ଗୁଳି, ପରେ କଲା ଆତ୍ମହତ୍ୟା

ଗାଜିୟାବାଦ,୩୦/୧ :  ଦିଲ୍ଲୀସ୍ଥିତ ଗାଜିୟାବାଦର ମଧୁବନ ବାପୁଧାମ ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ପୁଲିସ ଜଣେ ମହିଳା ଏବଂ ପୁରୁଷର ମୃତଦେହ ଜବତ କରିଛି । ମୃତଦେହ ନିକଟରେ ଏକ କାର୍ ଛିଡ଼ା ହୋଇଥିଲା ଏବଂ ବନ୍ଧୁକ ବି ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଲିସର ପ୍ରାରମ୍ଭିକ ତଦନ୍ତ ଅନୁସାରେ ମୃତକ ସ୍ବାମୀ-ସ୍ତ୍ରୀ ଥିଲେ । ପୁଲିସ କହିଛି କି ପ୍ରଥମ ନଜରରେ ଏଭଳି ଲାଗୁଛି କି ସ୍ବାମୀ ପ୍ରଥମେ ନିଜ ସ୍ତ୍ରୀକୁ ଗୁଳି ମାରିଛି ପରେ ନିଜକୁ ବି ଗୁଳି ମାରି ଆତ୍ମହତ୍ୟା କରି ନେଇଛି । ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ପୁଲିସ ସୂଚନା ମୁତାବକ, ବିନୋଦ ଚୌଧୁରୀ(୩୫) ଏବଂ ତାଙ୍କ ସ୍ତ୍ରୀ ଦୀପକ ଚୌଧୁରୀ(୩୨)ଙ୍କ ମୃତଦେହ ମଙ୍ଗଳବାର ସକାଳେ ନିଶା ମୁକ୍ତ କେନ୍ଦ୍ର ସମ୍ମୁଖିରେ ପଡ଼ିଥିବା ଦେଖାଯାଇଥିଲା । ଉଭୟଙ୍କ ମୁଣ୍ଡରେ ଗୁଳିର ନିଶାନା ଥିଲା । ଡିସିପି ସିଟି ଜୋନ ଗାଜିୟାବାଦ କୁମ୍ବର ଜ୍ଞାନଜୟ ସିଂହ କହିଛନ୍ତି କି ପୋଲିସ ଯାଞ୍ଚ କରିଥିଲା ତ ଜଣାପଡ଼ିଥିଲା କି ବିନୋଦ ଏବଂ ଦୀପକ ଉଭୟେ ସ୍ବାମୀ-ସ୍ତ୍ରୀ ଥିଲେ । ବିନୋଦ ଚୌଧୁରୀ ମୂଳ ରୂପରେ ଉତ୍ତରାଖଣ୍ଡରେ ରହୁଥିଲେ । ମାତ୍ର ସେ ନିଜ ସ୍ତ୍ରୀ ଏବଂ ଗୋଟିଏ ପୁଅ, ଝିଅ ସହ କବିନଗର ଥାନା ଅନ୍ତର୍ଗତ ମହିନ୍ଦ୍ରା ଏନକ୍ଲେଭରେ ରହୁଥିଲେ । ତାଙ୍କ ମୃତଦେହ ନିକଟରେ କାର୍ ବି ଛାଡ଼ି ହୋଇଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ମୋବାଇଲ ଫୋନ ଏବଂ ବନ୍ଧୁକ ବି ଜବତ ହୋଇଛି । ବନ୍ଧୁକରେ ଏକ ଗୁଳି ବି ଫଶି ରହିଥିବା ମିଳିଛି ।

ପୁଲିସ ସୂଚନା ଅନୁଯାୟୀ, ବିନୋଦ ଚୌଧୁରୀଙ୍କ ଘର ଲୋକଙ୍କ ଠାରୁ ଜଣାପଡ଼ିଥିଲା କି ସେ ବହୁ ଦିନରୁ ମାନସିକ ଭାରାକ୍ରାନ୍ତ ଥିଲେ । ସନ୍ଧ୍ୟା ସମୟରେ ସେ ଅଧିକ ଏଗ୍ରିସିଭ ହୋଇଯାଉଥିଲେ । ଘରଲୋକଙ୍କ ଅନୁସାରେ ସେ ତାଙ୍କ ଘର ଲୋକଙ୍କୁ ବି କହିଥିଲେ କି ସେ ଯେବେ ବି ମରିବେ ସେବେ ନିଜ ସ୍ତ୍ରୀଙ୍କ ସହ ମରିବେ । ସେ ଏହା ବି ସିଧାସଳଖ କହିଥିଲେ କି ବିନୋଦଙ୍କ କାହା ସହ କୌଣସି ଶତ୍ରୁତା ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.