ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଛୁଆ ଇଂରାଜୀ ବର୍ଣ୍ଣମାଳା ଟାଇପ୍‌ କରି ଗିନିଜ୍‌ ରେକର୍ଡ କଲେ ଏସ୍‌କେ ଅଶରଫ୍

ନୂଆଦିଲ୍ଲୀ ୦୪/୦୫: ଆପଣ କେବେ ଇଂରାଜୀ ବର୍ଣ୍ଣମାଳାକୁ ପଛୁଆ ଟାଇପ୍‌  କରିବାକୁ ଉଦ୍ୟମ କରିଛନ୍ତି? ପଛୁଆ ଭାବେ ଟାଇପ୍‌ କରିବା କଥା ଛାଡ଼ନ୍ତୁ, ଅନେକ ଲୋକଙ୍କ ଲାଗି ଶୀଘ୍ର ଶୀଘ୍ର ଟାଇପ୍‌  କରିବା ଅତି କଷ୍ଟକର କାମ ହୋଇଥାଏ । ଏଭଳି କ୍ଷେତ୍ରରେ  ତେଲଙ୍ଗାନା, ହାଇଦ୍ରାବାଦର ଜଣେ ବ୍ୟକ୍ତି ଇଂରାଜୀ ବର୍ଣ୍ଣମାଳାକୁ  ୩ ସେକେଣ୍ଡରୁ କମ୍‌ ସମୟରେ ପଛୁଆ ଟାଇପ୍‌ କରି ଗିନିଜ୍‌  ରେକର୍ଡ ସ୍ଥାପନ କରିଛନ୍ତି । ସେ ହେଲେ ଏସ୍‌କେ ଅଶରଫ ।  ସେ ପେସାରେ ଜଣେ ଓକିଲ । 

ଗତ ଫେବ୍ରୁଆରୀ ୫ ତାରିଖରେ  ମାତ୍ର ୨.୮୮ ସେକେଣ୍ଡ୍‌ ସମୟ ମଧ୍ୟରେ ସେ ଏହି ଉପଲବ୍ଧି  ହାସଲ କରିଥିଲେ । ଗିନିଜ୍‌ ରେକର୍ଡ ପକ୍ଷରୁ ନିକଟରେ ଏହାର  ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।  ଭିଡିଓରେ ଦେଖିବାକୁ ମିଳୁଛି ଯେ ଲାପ୍‌ଟପ୍‌ର ସ୍କ୍ରିନ୍‌ ଖୋଲିବା ମାତ୍ରେ ଆଖି ପିଛୁଳାକେ ଅଶରଫ୍‌ ଇଂରାଜୀ ବର୍ଣ୍ଣମାଳାର ୨୬ଟି  ଯାକ ଅକ୍ଷରକୁ ପଛୁଆ ଟାଇପ୍‌ କରି ପକାଉଛନ୍ତି । ତାଙ୍କର ବିରଳ ଉପଲବ୍ଧିର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌  ହେଉଛି । ଅଶରଫ ପ୍ରଥମ ଥର ଗିନିଜ୍‌ ରେକର୍ଡର ଅଧିକାରୀ ହୋଇନାହାନ୍ତି । ସବୁଠୁ ଶୀଘ୍ର ବର୍ଣ୍ଣମାଳା ଟାଇପ୍‌ କରିବା ନେଇ ତାଙ୍କୁ ପୂର୍ବରୁ ଗିନିଜ୍‌ ରେକର୍ଡରେ ସ୍ଥାନ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.