ପ୍ରମୂଖ ଖବର
  • ବାରିପଦା : କଳା ବାଘ ଚମଡ଼ା ଜବତ, ୪ ଶିକାରୀ ଗିରଫ
  • ||
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ବେଲି ଫ୍ୟାଟ କମାଇବାକୁ ଚାହୁଁଛନ୍ତି କି?ଖାଆନ୍ତୁ ଏହି ସବୁ ପରିବା

Published By : Anindita | June 14, 2024 1:59 PM

ବର୍ତ୍ତମାନ ସମୟରେ ବେଲି ଫ୍ୟାଟର ସମସ୍ୟା ବହୁତ ସାଧାରଣ ହୋଇଯାଇଛି। ଖରାପ ଜୀବନଶୈଳୀ, ଖାଦ୍ୟପେୟ , ଘଣ୍ଟା ଘଣ୍ଟା ଧରି ଚୌକିରେ ବସିବା ଦ୍ୱାରା ପେଟରେ ଚର୍ବି ଜମିଯାଏ। ଲୋକ ବେଲି ଫ୍ୟାଟ କମାଇବା ପାଇଁ ଡାଏଟିଂ ଠାରୁ ଆରମ୍ଭ କରି ଜିମ୍ ମଧ୍ୟ ଯାଇଥାନ୍ତି। କିନ୍ତୁ ନିଜର ଦୈନିକ ଆହାରରେ କିଛି ପନିପରିବାକୁ ଗ୍ରହଣ କରି ଆପଣ ନିଜର ବେଲି ଫ୍ୟାଟକୁ କମ କରିପାରିବେ। ତେବେ ଆସନ୍ତୁ ଜାଣିବା କେଉଁସବୁ ପନିପରିବା ଗ୍ରହଣ କରିବା ଉଚିତ। 

ଗାଜର:-ଗାଜର ଭିଟାମିନ ଏ, କେରୋଟିନାଏଡ ଏବଂ ଅନ୍ୟ ଏଣ୍ଟିଅକ୍ସିଡେଣ୍ଟର ଏକ ଉତ୍ତମ ସ୍ରୋତ ଅଟେ । ଏହା ମୋଟପଣ କମ କରାଇ ଶୀଘ୍ର ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଥି ସହିତ ମୋଟାପଣ ସମ୍ବନ୍ଧିତ ଅନ୍ୟାନ୍ୟ ସମସ୍ୟାକୁ ମଧ୍ୟ କମ୍ କରିଥାଏ। ଏହା ଆପଣଙ୍କ ତ୍ୱଚା ଏବଂ କେଶ ପାଇଁ ମଧ୍ୟ ବହୁତ ଭଲ। ନିଜର ଦିନନ୍ଦିନ ଜୀବନରେ ଗାଜର କୁ ଗ୍ରହଣ କରନ୍ତୁ।

ବିନ୍ସ:-ନିୟମିତ ରୂପରେ ବିନ୍ସ ଖାଇବା ଦ୍ଵାରା ମୋଟାପଣର ବିପଦ କୁ କମ କରିପାରିବେ। କାରଣ ସେଥିରେ ଫାଇବର ପ୍ରଚୁର ମାତ୍ର ରେ ରହିଛି। ଏହା ଶରୀରକୁ ଫୁଲିବାରୁ ରକ୍ଷା କରି ପେଟ ରେ ଚର୍ବି ଜମା ହେବାକୁ ଦେଇନଥାଏ। ଏହା ରକ୍ତରେ ଥିବା ଶର୍କରାର ସ୍ତରକୁ ସ୍ଥିର ରଖି ବାରେ ସାହାଯ୍ୟ କରିଥାଏ। 

ଶତାବରୀ :-  ଏହା ଏକ କମ୍ କ୍ୟାଲୋରୀ ଯୁକ୍ତ ପରିବା ଅଟେ । ଏହା ଫାଇବର ରେ ଭରପୁର ହୋଇ ରହିଥାଏ। ଯାହା ଅଧିକ ସମୟ ପାଇଁ ପାଟି କୁ ଅଟକାଇ ସ୍ନାକିଙ୍ଗର ଇଛାକୁ କମ କରିଥାଏ। ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ ଏବଂ ଫ୍ୟାଟ କୁ କମାଇବରେ ସାହାଯ୍ୟ କରିଥାଏ। ଏହା କ୍ୟାଲସିୟମ, ଆୟରନ, ଜିଙ୍କ, ମ୍ୟାଗ୍ନେସିୟମ, କପର, ପୋଟାସିୟମ ଆଦି ଅନ୍ୟ ଖଣିଜ ପଦାର୍ଥରେ ଭରପୁର ଅଟେ।

କ୍ୟାପ୍ସିକମ୍ :-  ଏହା ପୋଷକତତ୍ତ୍ୱରେ ଭରପୁର ହେବା ସହ କ୍ୟାଲୋରିରେ ମଧ୍ୟ କମ୍ ହୋଇଥାଏ। ଏହା ଭୋଜନ ପରେ ତୃପ୍ତିର ଭାବନାକୁ ବଢ଼ାଇଥାଏ।   ଅର୍ଥାତ୍ ଆପଣଙ୍କ ପେଟ ପୂର୍ଣ୍ଣ ରହିଥାଏ ଏବଂ ଆପଣ ବାରମ୍ବାର ଖାଇବାରୁ ବଞ୍ଚିଥାଆନ୍ତି। ଏଥିରେ ଥିବା ଫାଇବର ଏବଂ କେପ୍ସାଇସିନ ଓଜନ କମାଇବାରେ ସହାୟକ ହୋଇଥାଏ। ଯାହାଦ୍ଵାରା ଆପଣଙ୍କର ପେଟର ଚର୍ବି କମିଯାଏ । 

ବ୍ରୋକୋଲି:-ଏଥିରେ ଫାଇଟୋକେମିକଲ୍ସ ଭଳି ଶକ୍ତିଶାଳୀ ଏଣ୍ଟିଅକ୍ସିଡେଣ୍ଟସ ରହିଥାନ୍ତି ଯାହା ଶରୀରର ଚର୍ବି କମ କରିବାରେ ସାହାଯ୍ୟ କରିଥାଏ। ଏହାଛଡା ଏଥିରେ ଫାଇବର, ଖଣିଜ ପଦାର୍ଥ ଏବଂ ଭିଟାମିନ ରହିଥାଏ ଯାହା ,ସ୍ୱାସ୍ଥ୍ୟର ଉନ୍ନତି ରେ ସାହାଯ୍ୟ କରିଥାଏ। ଏକ କପ ବ୍ରୋକୋଲି ଭିଟାମିନ ବି୨, ସି, କେ ସହ ଫସଫରସ, ମ୍ୟାଗ୍ନେସିୟମ, ପ୍ରୋଟିନ ଏବଂ ଓମେଗା ୩ ଫ୍ୟାଟି ଏସିଡ ପ୍ରଦାନ କରିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଉତ୍ତମ ଅଟେ।




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.