ମୁମ୍ବାଇ,୧୧।୧୧: ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ପାଲେଷ୍ଟାଇନ୍ର ଇସ୍ଲାମିକ ଆତଙ୍କବାଦୀ ସଂଗଠନ ହମାସ ଓ ଇସ୍ରାଏଲର ଘମାଘୋଟ ଲଢେଇ ତୃତୀୟ ମହାଯୁଦ୍ଧ ରୂପ ନେଇପାରେ। ଏହି ଯୁଦ୍ଧକୁ ନେଇ ଅନେକ ୟୁରୋପୀୟ ତଥା ବିକାଶଶୀଳ ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଅନେକ ଆରବୀୟ ରାଷ୍ଟ୍ର ହମାସକୁ ଏକାକୀ କରି ଦିଆଯିବା ନେଇ କ୍ଷୋଭ ପ୍ରକାଶ କରୁଛନ୍ତି । ଏବେ ଏହା ଭିତରେ ଆଇଆଇଟି ବମ୍ବେରେ ଦେଖିବାକୁ ମିଳିଛି ଏକ ବଡ ଘଟଣା। ଏଠିକାର ହ୍ୟୁମାନିଟିଜ୍ ଆଣ୍ଡ ସୋସିଆଲ ସାଇନ୍ସ ବିଭାଗରେ ଆୟୋଜିତ ସେମିନାରରେ ବିଭାଗୀୟ ପ୍ରଫେସର ଶର୍ମିଷ୍ଠା ଶାହା ଏବଂ ଗେଷ୍ଟ ସ୍ପିକର ସୁଧନୱା ଦେଶପାଣ୍ଡେ ହମାସ ଲିଡର ଜୁକାରିଆ ଜୁବେଦଙ୍କ ଗୁଣଗାନ କରିଥିଲେ।
ଦୀପାବଳି ଥିବାରୁ ସେଠାରେ କମ୍ ଛାତ୍ର ଥିଲେ। କିନ୍ତୁ ଯେଉଁମାନେ ଉପସ୍ଥିତ ଥିଲେ ସେହି ଛାତ୍ରଙ୍କୁ କ୍ଷୁବ୍ଧ କରିଥିଲା । ଫଳରେ ସେମାନେ ଉକ୍ତ ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସରେ ମାମଲା ଦାଏର କରିଛନ୍ତି। ବିବେକ ବିଚାର ମଞ୍ଚ ମହାରାଷ୍ଟ୍ର ଚାପ୍ଟର ମୁମ୍ବାଇ ପୋଲିସ କମିଶନ୍ରଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ସେ କହିଛନ୍ତି, ବିଭାଜନକାରୀ ନୀତି ଗ୍ରହଣ କରି କ୍ୟାମ୍ପସ୍ ପରିବେଶକୁ ଖରାପ କରିବାକୁ ଚେଷ୍ଟା କରାଯାଉଛି। ଆଇଆଇଟି ବମ୍ବେର ଛାତ୍ର ଜଣେ ପ୍ରଫେସର ଓ ଜଣେ ଗେଷ୍ଟ ଟିଚରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଅଭିଯୋଗ ରହିଛି ଯେ, ସେ ସ୍ପିଚ ଦେବା ବେଳେ ହମାସ ଓ ଆତଙ୍କବାଦୀଙ୍କୁ ସମର୍ଥନ କରିଥିଲେ।
ଅଭିଯୋଗ ପତ୍ରରେ ଲେଖା ହୋଇଛି କାର୍ଯ୍ୟକ୍ରମ ବେଳେ ଦଶେପାଣ୍ଡେ କହିଥିଲେ, ସେ ୨୦୧୫ ରେ ପାଲେଷ୍ଟାଇନ୍ ଆତଙ୍କା ଜୁକାରିଆ ଗୁବେଦକୁ ଭେଟିଥିଲେ। କେବଳ ସେତିକି ନୁହେଁ ହିଂସା ଓ ସଶସ୍ତ୍ର ବିଦ୍ରୋହର ମହିମା ମଣ୍ଡନ କରିଥିଲେ। ଜୁବେଦୀ ଅଲ୍-ଅକ୍ସା ଶହୀଦ ବ୍ରିଗେଡ୍ ସହ ଗଡିତ ବ୍ୟକ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଓ ଇସ୍ରାଏଲ ସହିତ ବିଭିନ୍ନ ସରକାର ଓ ଅନ୍ତର୍ଜାତୀୟ ସଂଗଠନ ଦ୍ବାରା ଏକ ଆତଙ୍କବାଦୀ ରୂପରେ ନାମିତ ଏକ ସଂଗଠନ। ଅଭିଯୋଗରେ କୁହାଯାଇଛି, ଦେଶପାଣ୍ଡେ ପାଲେଷ୍ଟାଇନ୍ ସଂଘର୍ଷକୁ ଏକ ସ୍ବାଧିନତା ସଂଗ୍ରାମ ବୋଲି କହିଥିଲେ।