ଭଞ୍ଜନଗର,୧୪/୦୯: ଗଣେଶ ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସାମାନ୍ୟ ବଚସାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ଟେକାପଥର ମାଡ଼ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହରର ମଦନମୋହନ ଛକରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ବୁଗୁଡାର ଆଦିପୁର ଏବଂ ଓଡ଼ିଆ ସାହି ପକ୍ଷରୁ ଚଳିତ ବର୍ଷ ଗଣେଶ ପୂଜା ଖୁବ୍ ଧୁମଧାମ୍ରେ ହୋଇଥିଲା । ତେବେ ଶୁକ୍ରବାର ଭସାଣି ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସେଠାରେ ସାମାନ୍ୟ ବଚସାକୁ ନେଇ ଆରମ୍ଭ ହୋଇଥିଲା ଝଗଡ଼ା । ପରେ ପରସ୍ପରକୁ ପ୍ରବଳ ଟେକାପଥର ମାରିଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବୁଗୁଡ଼ା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ତେବେ ଉଭୟ ଗୋଷ୍ଠୀ ମଧ୍ୟରେ କମେଣ୍ଟ ମରାକୁ ନେଇ ଏହି ଘଟଣା ଘଟିଥିବା ପୋଲିସ ଅନୁମାନ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।