ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ବିଶ୍ବକପ୍‌ ହାରିବା ପରେ ଆସିଲା ରୋହିତ୍‌ ଶର୍ମାଙ୍କ ପ୍ରତିକ୍ରିୟା; କହିଲେ 'ପିଚ୍‌ ନୁହେଁ ବ୍ୟାଟିଂ ବିଫଳ ହୋଇଥିଲା..'

Image source: Sportstar

ଅହମ୍ମଦାବାଦ,୧୯/୧୧: ମିଚେଲ ଷ୍ଟାର୍କଙ୍କ ନେତୃତ୍ୱରେ ବୋଲରଙ୍କ ଭଲ ପ୍ରଦର୍ଶନ ପରେ ଟ୍ରାଭିସ୍ ହେଡ୍‌ଙ୍କ ଶତକ ଅଷ୍ଟ୍ରେଲିଆକୁ ରବିବାର ଦିନ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ୬ଟି ୱିକେଟ୍ ସହ ଭାରତକୁ ପରାସ୍ତ କରିବାରେ ସହାୟକ ହୋଇଛି। କ୍ରମାଗତ ନବମ ବିଜୟ ହାସଲ କରିବା ପରେ ଦିନିକିଆ ବିଶ୍ୱକପ୍ ଟାଇଟଲ୍ ଜିତିବାରେ ବିଫଳ ହେଲା ଟିମ୍‌ ଇଣ୍ଡିଆ ଏବଂ ଏଥିସହିତ କୋଟି କୋଟି ଭାରତୀୟଙ୍କ ହୃଦୟ ମଧ୍ୟ ଭାଙ୍ଗିଗଲା।

ଲଗାତାର ୧୦ ଟି ବିଜୟରଥ ଉପରେ ଫାଇନାଲାରେ ପହଞ୍ଚିଥିବା ଭାରତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ତୃତୀୟ ବିଶ୍ୱକପ ଜିତିବ ବୋଲି ଆଶା କରାଯାଉଥିଲା। ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ଥର ପାଇଁ ଏକଦିବସୀୟ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅଂଶ ହେବାର ସ୍ୱପ୍ନ ଦେଖିଥିବାବେଳେ ଅଧିନାୟକ ରୋହିତ ଶର୍ମା ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱ ଚାମ୍ପିଅନ୍ ହେବାର ସ୍ୱପ୍ନ ଦେଖିଥିଲେ, କିନ୍ତୁ ପ୍ୟାଟ୍ କମିନ୍ସଙ୍କ ଦଳ ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନକୁ ଛଡ଼ାଇ ନେଇଥିଲେ। 

ତେବେ ରୋହିତ ପୁଣି କହିଛନ୍ତି ଯେ, “ଆରମ୍ଭରେ ତିନିଟି ୱିକେଟ୍ ନେବା ପରେ ଆମେ ସବୁକିଛି ସମ୍ଭବ ହେବ ବୋଲି ଭାବିଥିଲୁ, କିନ୍ତୁ ଟ୍ରେଭିସ୍‌ ହେଡ୍ ଏବଂ ଲାବୁସେନ୍‌ ମ୍ୟାଚ୍‌କୁ ଆମଠାରୁ ଛଡ଼ାଇ ନେଇଥିଲେ। ପରେ ପିଚ୍ ଅଣ୍ଡରଲାଇଟ୍ ପରେ ବ୍ୟାଟିଂ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଆମେ ପିଚ୍‌କୁ ନେଇ କୌଣସି ବାହାନା କରିବୁନାହିଁ। କିନ୍ତୁ ଆମକୁ ସ୍ୱୀକାର କରିବାକୁ ହେବ ଯେ, ବୋର୍ଡରେ ପର୍ଯ୍ୟାପ୍ତ ରନ୍ ସ୍କୋର କରିବା ଲକ୍ଷରେ ଆମେ ବ୍ୟାଟିଂ କରିପାରିନାହୁଁ।'

  • IND vs AUS
  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.