ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ଶର୍ମାଙ୍କ ଖୁଲାସା, ପ୍ରସ୍ତୁତି ନେଇ ଏଭଳି କହିଲେ ହିଟ୍‌ମ୍ୟାନ୍

ନୂଆଦିଲ୍ଲୀ,୮।୬:  ଟି-୨୦ ବିଶ୍ବକପ୍‌ରେ ଭାରତ ଓ ପାକିସ୍ତାନ ଭିତରେ ମ୍ୟାଚ୍ ରବିବାର ହେବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ଟିମ୍‌ର କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ଆସିଛି। ସେ ଭାରତୀୟ ଟିମ୍‌ର ପ୍ରସ୍ତୁତିକୁ ନେଇ ବଡ ଖୁଲାସା କରିଛନ୍ତି। ରୋହିତ କହିଛନ୍ତି, ପାକିସ୍ତାନ ସହ ମୁକାବିଲା କରିବା ପୂର୍ବରୁ ମଧ୍ୟ ଆମେ ତାଙ୍କ ମ୍ୟାଚ୍ ଦେଖୁ।ଏହାକୁ ପ୍ରସ୍ତୁତିର ଏକ ଅଂଶ ବୋଲି କହିଛନ୍ତି ହିଟ୍‌ମ୍ୟାନ୍। 

ଉଲ୍ଲେଖନୀୟ ଯେ, ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ପକ୍ଷ ସବୁବେଳେ ଶକ୍ତିଶାଳୀ ରହିଛି। ତେବେ ଦୁବାଇରେ ଖେଳଯାଇଥିବା ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନ ଟିମ୍ ଭାରତକୁ ୧୦ ଓ୍ବିକେଟ୍‌ରେ ହରାଇ ଦେଇଥିଲା। ଚଳିତ ବର୍ଷ ଟି-୨୦ ବିଶ୍ବକପ୍‌ ଆମେରିକା ଓ ଓ୍ବେଷ୍ଟ ଇଣ୍ଡିଜରେ ଖେଳାଯାଉଛି। ଭାରତ ଓ ପାକିସ୍ତାନର ମ୍ୟାଚ୍‌ ନ୍ୟୁୟର୍କରେ ହେବାକୁ ଯାଉଛି।

ରୋହିତ ଶର୍ମା ଷ୍ଟାର ସ୍ପୋର୍ଟସ ସହ କଥା ହୋଇ କହିଛନ୍ତି, ଯେତେବେଳେ ବି ପାକିସ୍ତାନର ଟିମ୍ ଖେଳ ଆମେ ମ୍ୟାଚ୍ ଦେଖୁ। ଆମକୁ ଜଣାଅଛି ଓ୍ବାର୍ଲ୍ଡକପ୍‌ରେ ଆମକୁ ପାକିସ୍ତାନ ବିପକ୍ଷରେ ଖେଳିବାକୁ ପଡିବ। ଏଭଳି ସ୍ତିତିରେ ଆମେ ତାଙ୍କ ବିରୋଧରେ ଖେଳୁ ନାହୁଁ, ଆମେ ନିଜର ପ୍ରସ୍ତୁତି କରୁଛୁ। ଭାରତୀୟ କ୍ୟାପଟେନ୍ କହିଛନ୍ତି, ଆମେ ଏହା ଭାବୁନୁ ଯେ, ଏହା ବହୁତ ବଡ ମ୍ୟାନ୍। ବିଶ୍ବକପ୍ ଭଳି ଟୁର୍ଣ୍ଣାମେଣ୍ଟର ପ୍ରତି ମ୍ୟାଚ୍‌ ଖୁବ୍ ଗୁରୁତ୍ବପୂର୍ଣ୍ଣ। ସେ କହିଛନ୍ତି, ଏଠାରେ ଆପଣ ଯେଉଁ ମ୍ୟାଚ୍ ଖେଳୁଛନ୍ତି, ସବୁ ମ୍ୟାଚ୍ ବଡ। ତେଣୁ ଆମେ ଏଭଳି ଆମେ ଭାବି ପାରିବୁନି, କାରଣ ପାକିସ୍ତାନ ବିରୋଧରେ ହେବାକୁ ଥିବା ମ୍ୟାଚ୍‌ ସବୁଠାରୁ ଅଲଗା। ଭାରତ-ପାକିସ୍ତାନ ଭିତରେ ଏହି ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ।  ଦୁଇ ଟିମ୍‌ର ଯାତ୍ରା ବିଷୟରେ ଯଦି କଥା ହେବା ତେବେ ଭାରତ ଆୟରଲାଣ୍ଡ ବିରୋଧରେ ମ୍ୟାଚ୍‌ ଜିତିସାରିଛି। ସେପଟେ ପାକିସ୍ତାନ ୟୁଏସ୍‌ଏ ଟିମ୍‌ଠାରୁ ପରାଜୟର ସାମନା କରିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.