ପ୍ରମୂଖ ଖବର
  • ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||

ଜିମ୍ବାଓ୍ବେକୁ ହରାଇବା ମାତ୍ରେ ବିରଳ ରେକର୍ଡର ଅଧିକାରୀ ହୋଇଯିବ ଭାରତୀୟ ଟିମ୍‌

Image Courtesy: insidesport

ନୂଆଦିଲ୍ଲୀ: ଜୁଲାଇ ୬ରୁ ଆରମ୍ଭ ହେବାକୁ ଯାଉଛି ଜିମ୍ବାଓ୍ବେ ବନାମ ଭାରତ ଟି-୨୦ ସିରିଜ୍‌ । ଭାରତ ଜିମ୍ବାଓ୍ବେ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିବ । ସିରିଜ୍‌ର ପ୍ରଥମ ମୁକାବିଲା ଶିନିବାର ହରାରେ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରେ ଭାରତୀୟ ଟିମ୍‌ ପକ୍ଷରୁ ଅନେକ ଖେଳାଳିଙ୍କ ଡେବ୍ୟୁ କରିବାକୁ ସୁଯୋଗ ମିଳିବ । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଏହି ସରିଜ୍‌ ଲାଗି ପୂର୍ବରୁ ଟିମ୍‌ ଘୋଷଣା କରିସାରିଛି । 

ଶୁଭମନ ଗିଲଙ୍କ ନେତୃତ୍ବାଧୀନ ଏହି ଟି-୨୦ ସ୍କ୍ବାଡ୍‌ରେ ଋତୁରାଜ ଗାଏକ୍ବାଡ ଏବଂ ସଞ୍ଜୁ ସାମସନଙ୍କ ଭଳି ଅନୁଭବୀ ଖେଳାଳି ସାମିଲ ଅଛନ୍ତି । ଏହି ଗସ୍ତ ସମୟରେ ଶୁଭମନ ଗିଲଙ୍କ ପାଖରେ ଏକ ବଡ ରେକର୍ଡ କରିବା ପାଇଁ ସୁଯୋଗ ରହିଛି । ଯଦି ଭାରତୀୟ ଟିମ୍‌ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଯାଏ ତେବେ ଯେଉଁ ରେକର୍ଡ ହେବ ତାହା କୌଣସି ଟେଷ୍ଟ ଖେଳୁଥିବା ଟିମ୍‌ ପାଖରେ ନାହିଁ । 

ସୂଚନାଯୋଗ୍ୟ, ଲଗାତାର ସବୁଠୁ ଅଧିକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିବା ରେକର୍ଡ ବରମୁଡା ପାଖରେ ରହିଛି । ବରମୁଡା ୨୦୨୧ରୁ ୨୦୨୩ ମଧ୍ୟରେ ଲଗାତାର ୧୩ଟି ଟି-୨୦ ଅନ୍ତର୍ଜାତୀୟ ମୁକାବିଲାରେ ବିଜୟୀ ହୋଇଥିଲା । ମାଲେସିଆ ମଧ୍ୟ ଏଭଳି ରେକର୍ଡର ଅଧିକାରୀ । ମାଲେସିଆ ୨୦୨୨ରେ ଲଗାତାର ୧୩ଟି ମ୍ୟାଚ୍‌ ଜିତିଥିଲା । କିନ୍ତୁ ଏହି ଦୁଇଟି ଟିମ୍‌ ଟେଷ୍ଟ ମ୍ୟାଚ୍‌ ଖେଳୁନାହାନ୍ତି ।  ଯଦି ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଦେଶମାନଙ୍କ ମଧ୍ୟରେ ଆଫଗାନିସ୍ତାନ ଟିମ୍‌ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ଲଗାତାର ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଥିଲା ।  

ଭାରତୀୟ ଦଳ ୨୦୨୧ରୁ ୨୦୨୨ ପର୍ଯ୍ୟନ୍ତ ଲଗାତାର ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିଛି। ଯଦି ଜିମ୍ବାଓ୍ଵେ ବିପକ୍ଷ ପ୍ରଥମ ଟି-୨୦ ଭାରତ ଜିତିଯାଏ ତେବେ ଏହି ତାଲିକାରେ ଭାରତ ଶୀର୍ଷରେ ପହଞ୍ଚିଯିବ । ଏମିତି ହେଲେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ପ୍ରଥମ ଦେଶ ଭାବେ ଭାରତ ଲଗାତାର ୧୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିବାର ରେକର୍ଡ କରିବ ।


 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.