ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡବ୍ଲ୍ୟୁଟିସି ତାଲିକା: ଶୀର୍ଷକୁ ଫେରିଲା ଭାରତ, ତଳକୁ ଖସିଲା ନ୍ୟୁଜିଲାଣ୍ଡ

ଦୁବାଇ,୦୪/୦୩: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ଘରୋଇ ନ୍ୟୁଜିଲାଣ୍ଡ୍‌ର ଶୋଚନୀୟ ପରାଜୟ ପରେ ଟିମ୍‌ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌  (ଡବ୍ଲ୍ୟୁଟିସି) ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଫେରିଛି । ଦଳର ବିଜୟ ପ୍ରତିଶତ ୬୪.୫୮ ରହିଛି । ଅନ୍ୟ  ପଟରେ ନ୍ୟୁଜିଲାଣ୍ଡ (୬୦.୦୦) ଦ୍ୱିତୀୟକୁ ଖସି ଯାଇଛି ।  ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ଥିବାବେଳେ ବିଜୟ  ପ୍ରତିଶତ ୫୯.୦୯ ରହିଛି । 




ସେହିପରି ବାଂଲାଦେଶ  (୫୦.୦୦) ଚତୁର୍ଥ, ପାକିସ୍ତାନ (୩୬.୦୦) ପଞ୍ଚମ,  ୱେଷ୍ଟଇଣ୍ଡିଜ୍‌ (୩୩.୩୩) ଷଷ୍ଠ, ଦକ୍ଷିଣ ଆଫ୍ରିକା  (୨୫.୦୦) ସପ୍ତମ, ଇଂଲଣ୍ଡ (୧୯.୪୪) ଅଷ୍ଟମ  ଏବଂ ଶ୍ରୀଲଙ୍କା (୦୦.୦୦) ନବମ ସ୍ଥାନରେ ରହିଛିୀ । ରୋହିତ ବାହିନୀ ଏବେ ଘରୋଇ ପରିବେଶରେ  ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଖେଳୁଛି । ଦଳ ୩-୧ରେ  ସିରିଜ କବ୍‌ଜା କରି ସାରିଛି ଏବଂ ଆଉ ଗୋଟିଏ ଟେଷ୍ଟ  ବାକି ରହିଛି । ଯଦି ଭାରତ ଅନ୍ତିମ ଟେଷ୍ଟରେ ବିଜୟୀ  ହୁଏ, ତେବେ ଡବ୍ଲ୍ୟୁଟିସି ତାଲିକାରେ ଶୀର୍ଷ ସ୍ଥାନ  ବଜାୟ ରଖିବ । 

ଚଳିତ ଡବ୍ଲ୍ୟୁଟିସି ଚକ୍ରରେ ଭାରତ  ଇତିମଧ୍ୟରେ ୮ଟି ଟେଷ୍ଟ ଖେଳିଥିବାବେଳେ ୫ଟିରେ  ବିଜୟ, ଗୋଟିଏ ଡ୍ର’ ଏବଂ ୨ଟିରେ ପରାଜିତ ହୋଇଛି । ଅଷ୍ଟ୍ରେଲିଆ ସର୍ବାଧିକ ୧୧ଟି ଟେଷ୍ଟ ଖେଳି ସାରିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.