ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନ ବିପକ୍ଷରେ ଶ୍ରେଷ୍ଠ ପ୍ରଦର୍ଶନ କରିବୁ: ପାଣ୍ଡ୍ୟା

ନ୍ୟୁୟର୍କ,୦୭/୦୬: ବିଶ୍ୱକପ୍‌ର ବହୁ ପ୍ରତୀକ୍ଷିତ ଭାରତ- ପାକିସ୍ତାନ ମ୍ୟାଚ୍‌ ଆସନ୍ତା ୯ ତାରିଖରେ ଖେଳାଯିବ । ଏହି ମ୍ୟାଚ୍‌  ଦେଖିବା ପାଇଁ ଉଭୟ ଦେଶର ପ୍ରଶଂସକମାନେ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । କେବଳ ଉଭୟ ଦେଶର ପ୍ରଶଂସକ ନୁହେଁ ବରଂ ବିଶ୍ୱସ୍ତରରେ ମ୍ୟାଚ୍‌କୁ  ନେଇ ଉତ୍ସାହ ବଢ଼ିବାରେ  ଲାଗିଛି । ଆୟର୍ଲାଣ୍ଡ  ବିପକ୍ଷରେ ସହଜ ବିଜୟ  ସହ ଭାରତ ବିଶ୍ୱକପ୍‌  ଅଭିଯାନ ଆରମ୍ଭ କରିଛି । ପାକିସ୍ତାନ ବିପକ୍ଷରେ ଦଳ  ଅନୁରୂପ ପ୍ରଦର୍ଶନ କରିବା  ସହ ବିଜୟ ଜାରି ରଖିବ  ବୋଲି ଟିମ୍‌ ଇଣ୍ଡିଆର ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦୃଢ଼ୋକ୍ତି ଦେଇଛନ୍ତି । 

ପାଣ୍ଡ୍ୟା କହିଛନ୍ତି, ଆମର ବୋଲିଂ ବାହିନୀ ଅପେକ୍ଷାକୃତ  ଶକ୍ତିଶାଳୀ ରହିଛି । ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ଏବଂ ଅର୍ଶଦୀପ ସିଂହଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି ।  ଆମ ନିକଟରେ ବଡ଼ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରହିଛି ।  ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବଭଳି ଆହ୍ୱାନପୂର୍ଣ୍ଣ ହେବ । ଅଧିକ  ଚାପ ରହିବ । ପାକିସ୍ତାନକୁ ହରାଇବାକୁ ହେଲେ ଆମକୁ ସବୁ  ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ । ପାକିସ୍ତାନକୁ  ହରାଇବା ଆମର ଲକ୍ଷ୍ୟ । ଯଦି ଆମେ ଏହି ମ୍ୟାଚ୍‌ ଜିତିବାରେ  ସଫଳ ହେଉ ନିଶ୍ଚିତ ଭାବେ ଆମ ପାଇଁ ଖୁସିର ବିଷୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.