ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିର ଆଗାମୀ ଅଧ୍ୟକ୍ଷ କିଏ ? ଏହି ନାଁକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୧/୬ :  ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ‌ରେ କେନ୍ଦ୍ରରେ ତୃତୀୟ ଥର ଲାଗି ଏନଡିଏ ସରକାର ଗଢିଛି । ଏଥର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କ୍ୟାବିନେଟରେ ସ୍ଥାନ ମିଳିଛି । ନଡ୍ଡାଙ୍କ କ୍ୟାବିନେଟରେ ଫେରିବା ପରେ ବିଜେପି ନେତୃତ୍ବରେ ପରିବର୍ତ୍ତନର ଚର୍ଚ୍ଚା ବି ଦ୍ରୁତ ହୋଇଯାଇଛି  । 

ରାଜନୈତିକ ମହଲରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ନଡ୍ଡାଙ୍କ ସ୍ଥାନ କିଏ ନେବେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଏହି ରେଶରେ ଦୁଇଟି ନାଁ ସବୁଠାରୁ ଆଗରେ ଥିଲା । ପ୍ରଥମ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦ୍ବିତୀୟ ଶିବରାଜ ସିଂହ ଚୌହାନ । କିନ୍ତୁ ଏହି ଦୁଇ ଜଣଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଯାଇଛି । ଏଭଳି ସ୍ଥଳେ ଏବେ ଏହି ଦୁଇ ନେତାଙ୍କ ଅଧ୍ୟକ୍ଷ ହେବା ସମ୍ଭବ ନୁହେଁ । 

ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ଅଟନ୍ତି । ସେ ୧୯୮୩ରେ ନିଜ ରାଜନୈତିକ ଜୀବନ ଏବିଭିପିରୁ ଆରମ୍ଭ କରିଥିଲେ । ମାତ୍ର ଏବେ ଓଡ଼ିଶାରେ ବିଜେପି ସରକାର ହୋଇଛି ଏବଂ ପ୍ରଧାନଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ଏଭଳି ସ୍ଥଳେ ସେ ରେଶରୁ ବାହାରେ ଥିବା କୁହାଯାଉଛି ।

ଏହିଭଳି ଭାବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ନାଁ ବି ଏହି ରେଶରେ ଥିଲା । କିନ୍ତୁ ତାଙ୍କୁ ବି ମୋଦୀ କ୍ୟାବିନେଟରେ ସ୍ଥାନ ଦିଆଯାଇଛି । ତାଙ୍କୁ କୃଷି ମନ୍ତ୍ରାଳୟ ଦାୟିତ୍ବ ଦିଆଯାଇଛି । ଫଳରେ ତାଙ୍କ ନାଁ ବି ଏହି ରେଶରେ ବାହାରେ ଅଛି ।

ବିଜେପିର ଅଧ୍ୟକ୍ଷ ପଦ ଲାଗି ୪ଆହୁରି ନାଁ ଆଗରେ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏଥିରୁ ଗୋଟିଏ ନାଁ ବିନୋଦ ତାଓ୍ବଡ଼େଙ୍କ ସାମିଲ ଅଛି । ତାଓ୍ବଡ଼େ ବିଜେପିର ମହାସଚିବ ଅଛନ୍ତି । ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ରହିସାରିଥିବା ତାଓ୍ବଡ଼େଙ୍କୁ ବିଏଲ ସନ୍ତୋଷଙ୍କ ପରେ ସବୁଠାରୁ ଅଧିକ ପ୍ରଭାବଶାଳୀ ମହାସଚିବ ବୋଲି ଗଣାଯାଏ । ସେ ମରାଠୀ ଅଟନ୍ତି । ଚଳିତ ବର୍ଷ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ବି ଅଛି । ଏଭଳି ସ୍ଥଳେ ତାଓ୍ବଡ଼େ ଏହି ରେଶରେ ଆଗରେ ଥିବା କୁହାଯାଉଛି ।

ଅଧ୍ୟକ୍ଷ ପଦ ରେଶରେ ଦ୍ବିତୀୟ ନାଁ ବିଜେପିର ଓବେସୀ ମୋର୍ଚ୍ଚା ମୁଖ୍ୟ ଲକ୍ଷ୍ମଣଙ୍କ ବି ଅଛି । ଲକ୍ଷ୍ମଣ ତେଲେଙ୍ଗାନାରୁ ଆସନ୍ତି । ଏହା ସେହି ରାଜ୍ୟ ଅଟେ, ଯେଉଁଠାରେ ବିଜେପି ଆନ୍ଧ୍ରପ୍ରଦେଶ ପରେ ଦକ୍ଷିଣରେ ସବୁଠାରୁ ଅଧିକ ଧ୍ୟାନ ଦେଉଛି । 

ବିଜେପି ଅଧ୍ୟକ୍ଷ ରେଶରେ ସୁନୀଲ ବଂଶଲଙ୍କ ନାଁ ବି ସାମିଲ ଅଛି । ଯିଏ ବର୍ତ୍ତମାନ ମହାସଚିବ ଅଛନ୍ତି । ଏହାସହ ସେ ପଶ୍ଚିମବଙ୍ଗ, ତେଲେଙ୍ଗାନା ଏବଂ ଓଡ଼ିଶା ଭଳି ୩ରାଜ୍ୟର ଇନଚାର୍ଜ ବି ଅଛନ୍ତି ।

କୁହାଯାଉଛି କି ରାଜସ୍ଥାନରୁ ରାଜ୍ୟସଭା ସଦସ୍ୟ ଏବଂ ଭ୍ୟାରୋ ସିଂହ ଶେଖାଓ୍ବତଙ୍କ ଶିଷ୍ୟ ଓମ ମାଥୁର ବି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରେଶରେ ଅଛନ୍ତି । ମାଥୁରଙ୍କ ଚେହେରାରେ ହସ ସହ ନିଜ କଥା କହିବା ଶୈଳୀ ଲାଗି ଜଣାଯାଇଥାଏ । ସେ ଆରଏସଏସର ପ୍ରଚାରକ ରହିସାରିଛନ୍ତି ଏବଂ ପିଏମ୍ ମୋଦୀଙ୍କ ଘରୋଇ ରାଜ୍ୟ ଗୁଜୁରାଟର ପ୍ରଭାରୀ ବି ରହି ସାରିଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.