ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

୨୦୨୪ରେ ସଫ୍ଟ ଲ୍ୟାଣ୍ଡିଂ କରିବ ବିଶ୍ୱ ଅର୍ଥନୀତି, ଦ୍ରୁତ ବିକାଶ ହାରରେ ବଢ଼ିବ ଭାରତ

Published By : Prameya | December 6, 2023 3:48 PM

ନୂଆଦିଲ୍ଲୀ, ୬।୧୨: ବର୍ଷ ୨୦୨୩ରେ ବିଶ୍ୱ ଅର୍ଥନୀତି ଅନେକ ଆହ୍ୱାନର ସାମ୍ନା କରିଛି । ଉଚ୍ଚ ସୁଧ ହାର ଏବଂ ମହାମାରୀ ପରବର୍ତ୍ତୀ ଅସ୍ଥିରତା ସତ୍ତେ୍ୱ ବିଶ୍ୱ ଅର୍ଥନୀତିରେ ସ୍ଥିରତା ବଜାୟ ରହିଛି  । ସନ୍ତୋଷଜନକ ଅଭିବୃଦ୍ଧି ହାସଲ କରିଛନ୍ତି ଆମେରିକା, ଚୀନ୍‌ ଏବଂ ଭାରତ  । ତଥାପି ରହିଛି ଅନିଶ୍ଚିତତାର ଛାୟା । ୨୦୨୩ ଶେଷ ହେବାକୁ ଯାଉଥିବାବେଳେ ୨୦୨୪ରେ ବିଶ୍ୱ ଅର୍ଥବ୍ୟବସ୍ଥା ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଆକଳନ କରିଛନ୍ତି ବିଶେଷଜ୍ଞ । ଡିବିଏସ୍‌ ଇକୋନୋମିକ୍ସ ଆଉଟ୍‌ଲୁକ୍‌ ଏବଂ ମାର୍କେଟ ଷ୍ଟ୍ରାଟେଜି-୨୦୨୪ ଅନୁସାରେ, ୨୦୨୩ରେ ଉଚ୍ଚ ସୁଧ ହାର, ମହାମାରୀ ପରେ ବିଭିନ୍ନ ପ୍ରକାର ସଂଶୋଧନ, ଚୀନ୍‌ରେ ଲଗାତର ଲକ୍‌ଡାଉନ୍‌ ଆଦି କେତେକ ସମସ୍ୟା ହେତୁ ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସାମ୍ନା କରିଥିଲା । କିନ୍ତୁ ୨୦୨୪ରେ ବିଶ୍ୱ ଅର୍ଥନୀତି ସଫ୍ଟ ଲ୍ୟାଣ୍ଡିଂ କରିବ । ଆମେରିକା ଏବଂ ୟୁରୋପରେ ମାନ୍ଦାବସ୍ଥା ହୋଇ ନ ପାରେ ବୋଲି ଅନୁମାନ କରାଯାଉଛି । 

ଚୀନ୍‌ରେ ପ୍ରପର୍ଟି ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସୁଧାର ଆଣିବା ପାଇଁ କାର୍ଯ୍ୟ ଚାଲିଛି । ଏହାଦ୍ୱାରା ବିତ୍ତୀୟ କ୍ଷେତ୍ରଗୁଡ଼ିକରେ ସ୍ଥିରତା ଆସିବା ନେଇ ଆଶା ରହିଛି । ଫଳରେ ବିଶ୍ୱ ଅର୍ଥନୀତି ୬୦% ସଫ୍ଟ ଲ୍ୟାଣ୍ଡିଂ କରିବ । ଏହି ସମୟରେ ଭାରତୀୟ ଅର୍ଥନୀତି ଦୃଢ଼ ଅଭିବୃଦ୍ଧି ସହ ଆଗକୁ ବଢ଼ିବ ।  ଡିବିଏସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ତାଇମୁର ବେଗ୍‌ ଏବଂ ବରିଷ୍ଠ ଅର୍ଥନୀତିଜ୍ଞ ରାଧିକା ରାଓଙ୍କୁ ନେଇ ପ୍ରସ୍ତୁତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ୱ ବଜାରରେ ବିଭିନ୍ନ ପ୍ରକାର ଅସ୍ଥିରତାଗୁଡ଼ିକୁ ଦୃଢ଼ତାର ସହ ସାମ୍ନା କରିଆସିଛି ଭାରତ । ଦେଶର ବିନିର୍ମାଣ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଛି । ଗ୍ରାମାଞ୍ଚଳ ଚାହିଦାକୁ ଅତିକ୍ରାନ୍ତ କରିଛି ସହରାଞ୍ଚଳ ଚାହିଦା । ନିବେଶ ଧାରା ଜାରି ରହିଛି । ଏଣୁ ୨୦୨୪ରେ ଭାରତ ଆକର୍ଷଣୀୟ ଅଭିବୃଦ୍ଧି ହାସଲ କରିବ, ଏଥିରେ ସନ୍ଦେହ ନାହିଁ । ଡିବିଏସ୍‌ର ପୂର୍ବାନୁମାନ ଅନୁସାରେ ୨୦୨୩-୨୪ ଆର୍ଥିକବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୮% ରହିବ । ପୂର୍ବରୁ ଏହାର ଆକଳନ ଥିଲା ୬.୪% । ୨୦୨୪ ଏପ୍ରିଲ-ମେ’ରେ ଭାରତରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । କ୍ୟାମ୍ପେନିଂ ସମୟରେ ଚାହିଦାରେ ବଡ଼ ବୃଦ୍ଧି ଘଟିବା ଆଶା ରହିଛି । 

ବିବାହ ଋତୁରେ ବଢ଼ିଲା ସୁନାର ଚମକ: ୬୪ ହଜାର ପାର୍, ବର୍ଷକରେ ୬୭ ହଜାର ଛୁଇଁପାରେ

ସେହିଭଳି ନିର୍ବାଚନ ପରେ ୨୦୨୪-୨୫ ଆର୍ଥିକବର୍ଷର ଅନ୍ତରୀଣ ବଜେଟରେ ପୁଞ୍ଜି ବ୍ୟୟ ଉପରେ ସର୍ବାଧିକ ପ୍ରାଥମିକତା ଦେଇପାରନ୍ତି ନୂଆ ସରକାର । ଏହା ଅର୍ଥନୀତିରେ ବିକାଶ ହାର ସୁନିଶ୍ଚିତ କରିବ ବୋଲି ଡିବିଏସ୍‌ ରିପୋର୍ଟରେ ଆଶା ପ୍ରକାଶ ପାଇଛି । ଭାରତ ବିଶ୍ୱର ନୂଆ ବିନିର୍ମାଣ ହବ୍‌ ପାଲଟିବାକୁ ଯାଉଛି । ଚାଇନାକୁ ମାତ୍‌ ଦେବା ପାଇଁ ଭାରତ ସରକାର ନୂଆ ରଣନୀତି ଆପଣେଇ ବଡ଼ ବଡ଼ କମ୍ପାନିଙ୍କୁ ଆକର୍ଷିତ କରୁଛନ୍ତି । ଟେଲିକମ୍‌/ହ୍ୟାଣ୍ଡ୍‌ସେଟ୍‌ ଆସେମ୍ବ୍ଲି କ୍ଷେତ୍ରରେ ଭାରତର ଉପସ୍ଥିତି ବଢ଼ିଚାଲିଛି । କମ୍ପାନିଗୁଡ଼ିକ ପାଇଁ ଆର୍ଥିକ ପ୍ରୋତ୍ସାହନ, ସକ୍ରିୟ ଘରୋଇ କ୍ଷେତ୍ର ଏବଂ ଭିତ୍ତିଭୂମିରେ ନିବେଶ ବୃଦ୍ଧି ଯୋଗୁ ଭାରତରେ ବିକାଶ ପାଇଁ ଏକ ଅନୁକୂଳ ପରିବେଶ ତିଆରି ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.