ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ପ୍ୟାରିସ୍ ପାରାଅଲିମ୍ପିକ୍ସ : ଷଷ୍ଠ ଦିନରେ ଭାରତକୁ ୨ ରୌପ୍ୟ ଓ ୩ କାଂସ୍ୟ ସହ ୫ ପଦକ, ମେଡାଲ ସଂଖ୍ୟା ୨୦କୁ ବୃଦ୍ଧି

ପ୍ୟାରିସ୍, ୪।୯: ଟୋକିଓ ପାରାଲିମ୍ପିକ୍ସର ପଦକ ସଂଖ୍ୟା (୧୯ଟି) ପ୍ୟାରିସରେ ଅତିକ୍ରମ କରିଛି ଭାରତ । କ୍ରୀଡ଼ାର ଷଷ୍ଠ ଦିବସରେ ଆଜି ୫ଟି ପଦକ ମିଳିଥିଲା । ହାଇ ଜମ୍ପରେ ଶରଦ କୁମାର ରୌପ୍ୟ ଓ ମାରିୟାପ୍ପାନ ଥଙ୍ଗାଭେଲୁ ବ୍ରୋଞ୍ଜ, ଜାଭେଲିନ ଥ୍ରୋରେ ଅଜିତ ସିଂ ରୌପ୍ୟ ଓ ଗୁରଜାର ସୁନ୍ଦର ସିଂ ବ୍ରୋଞ୍ଜ ଏବଂ ମହିଳା ୪୦୦ ମିଟରରେ ଦୀପ୍ତି ଜୀବନଜୀ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୨୦ରେ (୩ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ) ପହଞ୍ଚିଛି । ହାଇଜମ୍ପ ଓ ଜାଭେଲିନ ଥ୍ରୋରେ ଦୁଇଟି ଲେଖାଏଁ ପଦକ ମିଳିଥିଲା । ମହିଳା ୧୦ ମିଟର ଏୟାର ରାଇଫଲ୍‌ (ଏସ୍‌ଏଚ୍‌-୧)ରେ ସ୍ୱର୍ଣ୍ଣ ପଦକ ଜିତିଥିବା ଷ୍ଟାର୍‌ ସୁଟର ଅବନୀ ଲେଖରା ମଙ୍ଗଳବାର ନିରାଶ କରିଥିଲେ । ପୁରୁଷ ଜାଭେଲିନ୍‌ (ଏଫ୍‌-୪୬): ଅଜିତ ସିଂହ ରୌପ୍ୟ ଓ ଗୁରଜର ସୁନ୍ଦର ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଅଜିତ ପଞ୍ଚମ ପ୍ରୟାସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୬୫.୬୨ ମିଟର ଦୂର ଫିଙ୍ଗି ଦ୍ୱିତୀୟ ଏବଂ ଗୁରଜର ଚତୁର୍ଥ ପ୍ରୟାସରେ ସିଜନର ଶ୍ରେଷ୍ଠ ପ୍ରଦର୍ଶନ ୬୪.୯୬ମିଟର ଦେଇ ତୃତୀୟ ସ୍ଥାନରେ ରହିଥିଲେ । 

କ୍ୟୁବାର ଗୁଲିଏର୍ମୋ ଭାରୋନା ଗୋଞ୍ଜାଲେଜ ୬୬.୧୪ମିଟର ସହ ସ୍ୱର୍ଣ୍ଣ ଜିତିଥିଲେ । ରିଙ୍କୁ ୬୧.୫୮ମିଟର ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଗତ ଟୋକିଓ ପାରାଲିମ୍ପିକ୍ସରେ ଗୁରଜର ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ ତାଙ୍କ ନାମରେ ବିଶ୍ୱ ରେକର୍ଡ଼ (୬୮.୬୦ମିଟର) ରହିଛି । ପୁରୁଷ ହାଇଜମ୍ପ (ଟି-୬୩) : ଶରଦ କୁମାର ୧.୮୮ମିଟର ଉଚ୍ଚ ଜମ୍ପ କରି ପାରାଲିମ୍ପିକ୍ସ ରେକର୍ଡ଼ ସହ ରୌପ୍ୟ ଏବଂ ମାରିୟାପ୍ପାନ ଥଙ୍ଗାଭେଲୁ ୧.୮୫ମିଟର ସହ ବ୍ରୋଞ୍ଜ ପଦକ ଜିତିଥିଲେ । ଶୈଳେଶ କୁମାର ୧.୮୫ମିଟର ଉଚ୍ଚ ଜମ୍ପ କରିଥିଲେ ବି ଚତୁର୍ଥ ସ୍ଥାନରେ ରହିଥିଲେ । ଆମେରିକାର ଏଜ୍‌ରା ଫ୍ରେଚ୍‌ ୧.୯୪ ମିଟର ଜମ୍ପ କରି ପାରାଲିମ୍ପିକ୍ସ ରେକର୍ଡ଼ ସହ ସ୍ୱର୍ଣ୍ଣ ପାଇଥିଲେ । ଥଙ୍ଗାଭେଲୁ ପାରାଲିମ୍ପିକ୍ସରେ ତୃତୀୟ ପଦକ ଜିତିଛନ୍ତି । ପୂର୍ବରୁ ୨୦୧୬ ରିଓରେ ସ୍ୱର୍ଣ୍ଣ ଏବଂ ୨୦୨୦ ଟୋକିଓରେ ରୌପ୍ୟ ଜିତିଥିଲେ । ଶରଦଙ୍କର ଏହା ଦ୍ୱିତୀୟ ପାରାଲିମ୍ପିକ୍ସ ପଦକ । ଟୋକିଓରେ ସେ ବ୍ରୋଞ୍ଜ ପାଇଥିଲେ । ମହିଳା ୪୦୦ ମିଟର (ଟି-୨୦): ଫାଇନାଲ୍‌ରେ ବିଶ୍ୱ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ବିଜୟିନୀ ଦୀପ୍ତି ୫୫.୮୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଥିଲେ । 

ଭାରତର ସର୍ବକନିଷ୍ଠ ଟ୍ରାକ୍‌ ଆଥଲେଟ୍‌ ଭାବେ ସେ ପାରାଲିମ୍ପିକ୍ସ ପଦକ ଜିତିବାର ରେକର୍ଡ଼ ସ୍ଥାପନ କରିଛନ୍ତି । ଏବେ ତାଙ୍କୁ ୨୦ ବର୍ଷ ବୟସ । ପାରାଲିମ୍ପିକ୍ସ ପଦାର୍ପଣରେ ସେ ପଦକ ଜିତିବାରେ ସଫଳ ହୋଇଛନ୍ତି । ୟୁକ୍ରେନର ୟୁଲିଆ ଶୁଲାୟର ୫୫.୧୬ ସେକେଣ୍ଡ ସହ ସ୍ୱର୍ଣ୍ଣ ଏବଂ ବିଶ୍ୱ ରେକର୍ଡ଼ଧାରୀ ତୁର୍କୀ ଆଥଲେଟ ଆୟସେଲ ଓଣ୍ଡର ୫୫.୨୩ସେକେଣ୍ଡ ସହ ରୌପ୍ୟ ପଦକ ଜିତିଛନ୍ତି । ପାରା ଆଥଲେଟିକ୍‌ ବିଶ୍ୱ ଚାମ୍ପିଅନସିପ୍‌ ବ୍ରୋଞ୍ଜ ପଦକ ବିଜୟିନୀ ଭାଗ୍ୟଶ୍ରୀ ଯାଦବ ମହିଳା ସଟ୍‌ପୁଟ୍‌ (ଏଫ୍‌୩୪)ରେ ନିରାଶ କରିଥିଲେ । ସେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ୭.୨୮ମିଟର ଫିଙ୍ଗିଥିଲେ ମଧ୍ୟ ପଞ୍ଚମ ସ୍ଥାନରେ ରହିଥିଲେ । 

ଚୀନର ଲିଜୁଆନ ଜୌ ୯.୧୪ମିଟର ସହ ସ୍ୱର୍ଣ୍ଣ, ପୋଲାଣ୍ଡର ଲୁସିନା କର୍ଣ୍ଣୋବାୟ ୮.୩୩ମିଟର ସହ ରୌପ୍ୟ ଏବଂ ମରକ୍କୋର ସାଇଦା ଅମୌଡି ୭.୮୦ମିଟର ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ତାରକା ସୁଟର ଅବନୀଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ସେ ମହିଳା ୫୦ମିଟର ରାଇଫଲ୍‌ ଥ୍ରୀ ପୋଜିସନ୍‌ (ଏସ୍‌ଏଚ୍‌-୧) ଇଭେଣ୍ଟର ଫାଇନାଲ୍‌ରେ ପ୍ରବେଶ କରି ପଦକ ଆଶା ଦେଇଥିଲେ । ମାତ୍ର ଫାଇନାଲ୍‌ରେ ସେ ମୋଟ ୪୨୦.୬ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଜର୍ମାନୀର ନତାଶା ହିଲ୍‌ଟ୍ରପ୍‌ ୪୫୬.୫ପଏଣ୍ଟ ସହ ସ୍ୱର୍ଣ୍ଣ, ସ୍ଲୋଭାକିଆର ଭେରୋନିକା ଭଡୋଭିକୋଭା ୪୫୬.୧ପଏଣ୍ଟ ସହ ରୌପ୍ୟ ଏବଂ ଚୀନର କୁଇକିଙ୍ଗ୍‌ ଝାଙ୍ଗ୍‌ ୪୪୬.୦ ପଏଣ୍ଟ ସହ ବ୍ରୋଞ୍ଜ ପଦକ ପାଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.