ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ରପ୍ତାନିରେ ହ୍ରାସ, ୨୦୨୩-୨୪ ଆର୍ଥିକବର୍ଷରେ ରପ୍ତାନି ୩.୧୧% ସଂକୁଚିତ

Image Courtesy: abplive

ନୂଆଦିଲ୍ଲୀ,୧୬/୦୪: ଚଳିତବର୍ଷ ମାର୍ଚ୍ଚରେ ଦେଶର ରପ୍ତାନିରେ ହ୍ରାସ ଦେଖାଦେଇଛି । ଏହି ସମୟରେ ଦେଶରୁ  ମୋଟ ୪୧୬୮ କୋଟି ଡଲାର ମୂଲ୍ୟର ସାମଗ୍ରୀ ବିଦେଶକୁ  ରପ୍ତାନି ହୋଇଛି । ତେବେ ସମଗ୍ର ୨୦୨୩-୨୪ ଆର୍ଥିକବର୍ଷରେ  ରପ୍ତାନି ୩.୧୧% ସଂକୁଚିତ ହୋଇଛି । ଆଲୋଚ୍ୟ ସମୟରେ  ଦେଶରୁ ମୋଟ ୪୩୭୦୬ କୋଟି ଡଲାର ମୂଲ୍ୟର ସାମଗ୍ରୀ  ରପ୍ତାନି ହୋଇଛି । ଭୁ-ରାଜନୈତିକ ସମସ୍ୟା ବିଶ୍ୱ ବଜାରକୁ  ପ୍ରଭାବିତ କରିଛି । ଏହାର ପ୍ରଭାବ ଭାରତର ରପ୍ତାନି ଉପରେ  ପଡ଼ିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । 

ଆମଦାନିରେ ମଧ୍ୟ ହ୍ରାସ ଘଟିଛି । ଗତ ମାର୍ଚ୍ଚ ମାସରେ ଦେଶର ଆମଦାନିରେ  ୫.୯୮% ହ୍ରାସ ଦେଖାଦେଇଛି । ଏହି ସମୟରେ ଦେଶକୁ ମୋଟ ୫୭୨୮ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନି  ହୋଇଛି । ଏଥିସହିତ ବାଣିଜ୍ୟ ନିଅଣ୍ଟ ୧୫୬୦ କୋଟି ଡଲାର  ରହିଛି । 

ସୋମବାର ଜାରି ହୋଇଥିବା ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ  ଅନୁସାରେ, ୨୦୨୩-୨୪ରେ ଦେଶକୁ ମୋଟ ୬୭୭୨୪  କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନି ହୋଇଛି, ଯାହାକି  ୨୦୨୨-୨୩ରେ ୭୧୫୯୭ କୋଟି ଡଲାର ଥିଲା । ଏ କ୍ଷେତ୍ରରେ  ୫.୪୧% ହ୍ରାସ ଘଟିଛି । ଗତ ଆର୍ଥିକବର୍ଷରେ ଦେଶର ବାଣିଜ୍ୟ  ନିଅଣ୍ଟ ରହିଛି ୨୪୦୧୭ କୋଟି ଡଲାର । ମଧ୍ୟପ୍ରାଚ୍ୟରେ  ସଂକଟ ବଢୁଥିବାବେଳେ ଏହାକୁ ନେଇ ବାଣିଜ୍ୟ ସଚିବ  ସୁନିଲ ବର୍ଥୱଲ କହିଛନ୍ତି ଯେ, ସ୍ଥିତି ଉପରେ ମନ୍ତ୍ରାଳୟ ନଜର  ରଖିଛି । ଏହା ଉପରେ ଉପଯୁକ୍ତ ପଦକ୍ଷେପ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.