ନିର୍ବାଚନ ଖବର
  • ୧୭ରେ କ୍ୟାମ୍ପସ ଯାଞ୍ଚ କରିବେ ଶିକ୍ଷକ, ୧୮ରେ ଖୋଲିବ ସ୍କୁଲ
  • ||
  • ରାଜନୀତିରୁ ସନ୍ନ୍ୟାସ ନେଲେ କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ
  • ||
  • ଜେଲ୍‌ ବିଭାଗରେ ବଡ଼ ଧରଣ ଅଦଳବଦଳ: ୧୯ଜଣ ଜେଲର୍‌ଙ୍କ ବଦଳି
  • ||
  • ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ବିଧାୟକ ପ୍ରଶାନ୍ତ ଜଗଦେବ
  • ||
  • ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ: ଆଜି ମଙ୍ଗଳକୃତ୍ୟ ନୀତି, ସୋମବାର ହର-ଗୌରୀଙ୍କ ପଡିବ ହସ୍ତଗଣ୍ଠି
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଜି ହାଇ-ଭୋଲଟେଜ ଟକ୍କର, ନସାଓରେ ଭାରତ- ପାକିସ୍ତାନ ମୁକାବିଲା
  • ||
  • ରବିବାର ସନ୍ଧ୍ୟା ୭ଟା ୧୫ରେ ଶପଥ ସମାରୋହ ଉତ୍ସବ, ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି
  • ||
  • ଓଡ଼ିଶା ଛୁଇଁଲା ମୌସୁମୀ, ହେଲେ ତାତିରୁ ମିଳିବନି ତ୍ରାହି, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ
  • ||

ସମ୍‌ ଫୁଲନଖରା କ୍ୟାମ୍ପସ୍‌ରେ ବିଶ୍ୱ ମାତୃ ଦିବସ ପାଳିତ

ଭୁବନେଶ୍ୱର, ୧୪/୫ : ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ଫୁଲନଖରା କ୍ୟାମ୍ପସ୍‌ରେ ସ୍ଥାନୀୟ ସେଂଟ ଜାଭିୟର୍‌ ହାଇସ୍କୁଲ୍‌ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । 

ଏହି ଅବସରରେ ସେଂଟ ଜାଭିୟର୍‌ ହାଇସ୍କୁଲ୍‌ର ଅଧ୍ୟକ୍ଷା ରଶ୍ମିତା ରାଉତରାୟଙ୍କ ତତ୍ତ୍ବାବଧାନରେ ୬ଷ୍ଠ ଶ୍ରେଣୀର ଛାତ୍ରୀ ତମନ୍ନା କାନୁନ୍‌ଗୋ, ଆଦ୍ୟାଶା ପଟ୍ଟନାୟକ ଓ ୮ମ ଶ୍ରେଣୀର ଛାତ୍ରୀ ଶିବାନୀ ଦାସଙ୍କ ସମେତ ଶିକ୍ଷୟତ୍ରୀ ଅନୀମା କର, ସୁଶ୍ରୀ ରୋଜିନା ମୁଦୁଲି, ମୋମିତା ରାୟ, ସୁଶ୍ରୀ ସୁସ୍ମିତା ସ୍ୱାଇଁ, ରୁଦ୍ର ନାରାୟଣ ସାହୁ, ସସ୍ମିତା ହାତି, ଅନୁଜା ମହାନ୍ତି, ପ୍ରଣତି ବିଶ୍ୱାଳ, ସୁଶ୍ରୀ ଦୀପିକା ଦାସ, ଦିଲ୍ଲୀପ କୁମାର ରାଣା ଓ ସୁଶ୍ରୀ ଈପ୍ସିତା ମହାନ୍ତି ସାମିଲ ହୋଇଥିଲେ । 

ଏହି ଅବସରରେ ହସ୍ପିଟାଲର ଡାକ୍ତର ସିଦ୍ଧାର୍ଥ ଗୌତମ ଓ ନର୍ସିଂ ସୁପରିଟେଣ୍ଡେଂଟ ଇନ୍‌ଚାର୍ଜ କମଳିନୀ ମଲ୍ଲିକଙ୍କ ସମେତ ହସ୍ପିଟାଲ୍‌ର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । କେକ୍‌ କାଟି ଏହି ଦିବସକୁ ହସ୍ପିଟାଲ ପରିସରରେ ପାଳନ କରିଥିଲେ ଛାତ୍ରଛାତ୍ରୀ ଓ ହସ୍ପିଟାଲ୍‌ କର୍ମଚାରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.