ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଇପିଏଲ ୨୦୨୪ : ରାଜସ୍ଥାନକୁ ୨୦୨ରନ୍‌ର ଟାର୍ଗେଟ୍ ଦେଲା ହାଇଦ୍ରାବାଦ

ହାଇଦ୍ରାବାଦ – ଆଇପିଏଲ ୨୦୨୪ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ( ଏସଆରଏଚ) ଓ ରାଜସ୍ଥାନ ରୟାଲ୍ସ (ଆରଆର) ସାମ୍ନା ସାମ୍ନି ହୋଇଛନ୍ତି । ଉକ୍ତ ମ୍ୟାଚ୍‌ଟି ଆଜି ( ୨ ମେ) ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଛି। ଯେଉଁଥିରେ ହାଇଦ୍ରାବାଦ ଟିମ୍‌ର ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ ଏବଂ ୨୦୨ ରନ୍‌ର ଟାର୍ଗେଟ୍‌ ସେଟ୍‌ କରିଛନ୍ତି। 

ହାଇଦ୍ରାବାଦ ଟିମ୍‌ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ୍ ହରାଇ ୨୦୧ ରନ୍‌ କରି ପାରିଛି। ଟିମ୍‌ ୩୫ ରନ୍‌ରେ ୨ଟି ୱିକେଟ୍‌ ହରାଇ ଦେଇଥିଲା। ଏହାପରେ ଟ୍ରେଭିସ୍‌ ହେଡ୍‌ ଓ ନୀତିଶ ରେଡ୍ଡୀ ୫୭ଟି ବଲ୍‌ରେ ୯୬ରନ୍‌ର ଏକ ପାର୍ଟନରସିପ୍‌ କରିଛନ୍ତି। ନୀତିଶ ୪୨ଟି ବଲ୍‌ରେ ୭୬ ରନ୍‌ର ଅପରାଜେୟ ପାଳି ଖେଳିଥିବା ବେଳେ ହେଡ୍‌ ୪୪ଟି ବଲ୍‌ରେ ୫୮ରନ୍‌ କରିଛନ୍ତି। ନୀତିଶ ୩୦ ଓ ହେଡ୍‌ ୩୭ଟି ବଲ୍‌ରେ ଫିଫ୍ଟି କରିଛନ୍ତି। ଶେଷରେ ହେନରିକ୍‌ କ୍ଲାସେନ ୧୯ଟି ବଲ୍‌ରେ ୪୨ ରନ୍‌ କରିଛନ୍ତି। 

ଅନ୍ୟପଟେ ରାଜସ୍ଥାନ ଟିମ୍‌ ପାଇଁ ଦ୍ରୁତ ବୋଲର ଆବେଶ ଖାନ ସବୁଠୁ ଅଧିକ ୨ ୱିକେଟ୍‌ ନେଇଛନ୍ତି। ସନ୍ଦୀପ ଶର୍ମାଙ୍କୁ ଗୋଟିଏ ୱିକେଟର ସଫଳତା ମିଳିଛି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.