ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ

Published By : Prameya | May 18, 2024 7:44 AM

ମୁମ୍ବାଇ,୧୮/୦୫: ଚଳିତ ଆଇପିଏଲ୍‌ରେ ଶନିବାର ବହୁ ଚର୍ଚ୍ଚିତ ମୁକାବିଲା ରହିଛି । ଆଇପିଏଲ୍‌ ଇତିହାସର ସବୁଠୁ ଲୋକପ୍ରିୟ ଦୁଇ ଦଳ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଚେନ୍ନାଇ ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଟୁର୍ଣ୍ଣାମେଣ୍ଟର ଏହି ୬୮ତମ ଲିଗ୍‌ ମୁକାବିଲା ଉଭୟ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ଇତି ମଧ୍ୟରେ କୋଲକାତା ନାଇଟ୍‌ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ- ଅଫ୍‌ରେ ପ୍ରବେଶ କରିସାରିଛନ୍ତି । ଶନିବାର ବିଜେତା ଚତୁର୍ଥ ଦଳ ଭାବେ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିଥିବାରୁ ମ୍ୟାଚ୍‌କୁ ଦେଇ ଦର୍ଶକଙ୍କ ମହଲରେ ପ୍ରବଳ ଉତ୍କଣ୍ଠା ପ୍ରକାଶ ପାଇଛି ।  

ଏଥର ଉଭୟ ଦଳ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳାଯାଇଥିଲା । ସୁପରକିଙ୍ଗ୍‌ସ ୬ୱିକେଟ୍‌ରେ ଉକ୍ତ ମ୍ୟାଚ୍‌ ଜିତିଥିଲା । ଏଥର ଘରୋଇ  ଗ୍ରାଉଣ୍ଡ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ମାତ୍ର ବର୍ଷା  ଘରୋଇ ଦଳର ସବୁ ସ୍ୱପ୍ନ ମଉଳାଇଦେବାର ଆଶଙ୍କା ରହିଛି । ଶନିବାର ବର୍ଷା ମ୍ୟାଚ୍‌ରେ ବାଧା ସୃଷ୍ଟି କରିବ  ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଅପରାହ୍ଣରେ ୪୦ରୁ ୫୦ କିଲୋ ମିଟର ବେଗରେ ପବନ  ବହିବ ଓ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୧୫ ଓ  ୧୬ ତାରିଖରେ ଏଠାରେ ପାଗ ଶୁଖିଲା ରହିଥିଲା । ମାତ୍ର ପୂର୍ବ ରାତିରେ ବର୍ଷା ହୋଇଥିଲା ଓ ଆଜି ଦିନ  ସାରା ପାଗ କୋହଲା ରହିଥିଲା । ଅପରାହ୍ଣରେ ବର୍ଷା  ହୋଇଛି ଓ ଶନିବାର ସମ୍ଭାବନା ରହିଛି । ଅବଶ୍ୟ  ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ଜଳ ନିଷ୍କାସନ ବ୍ୟବସ୍ଥା ବେଶ୍‌  ଉନ୍ନତ । ପ୍ରବଳ ବର୍ଷା ହେଲେ ମଧ୍ୟ ଅଧ ଘଣ୍ଟାଏ ମଧ୍ୟରେ  ଗ୍ରାଉଣ୍ଡକୁ ଶୁଖାଇ ଖେଳ ଆରମ୍ଭ କରାଯାଇପାରିବ ।  

ବର୍ଷା ଆଶଙ୍କା ଘରୋଇ ଦଳର ଚିନ୍ତା ବଢାଇ ଦେଇଛି । ବର୍ଷା ଯୋଗୁଁ ଖେଳ ବାତିଲ ହେଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ପ୍ଲେ-ଅପ୍‌ ସ୍ୱପ୍ନ ଧୂଳିସାତ୍‌ ହୋଇଯିବ । ସୁପରକିଙ୍ଗ୍‌ସ  ଚତୁର୍ଥ ଦଳ ଭାବେ ପ୍ଲେ-ଅଫ୍‌ରେ ପ୍ରବେଶ କରିବ ।  

ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୩ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ  ହାସଲ କରିଛି ଓ ରନ ରେଟ୍‌ ୦.୩୮୭ ରହିଛି ।  ସେହିପରି ସୁପରକିଙ୍ଗ୍‌ସ ୧୩ଟି ମ୍ୟାଚ୍‌ରୁ ୧୪ ପଏଣ୍ଟ  ଅର୍ଜନ କରିଛି ଓ ରନ ରେଟ୍‌ ୦.୫୩୮ ରହିଛି । ଶନିବାର ବଡ଼ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ବଢାଇ ପାରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ଲେ-ଅଫ୍‌ରେ  ପ୍ରବେଶ କରିପାରିବ । ପ୍ରଥମେ ବ୍ୟାଟିଂ କଲେ ସୁପରକିଙ୍ଗ୍‌ସକୁ ୧୮ ରନ୍‌ରେ ହରାଇବାକୁ ହେବ । ସେହିପରି ଦ୍ୱିତୀୟରେ ବ୍ୟାଟିଂ କଲେ ଦଳକୁ ୧୧ଟି  ବଲ୍‌ ବାକି ଥାଇ ବିଜୟ ହାସଲ କରିବାକୁ ପଡ଼ିବ ।  

କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ମନୋବଳ ଊଦ୍ଧ୍ୱର୍ରେ  ରହିଛି । କେବଳ ଗ୍ଲେନ ମ୍ୟାକ୍ସୱେଲଙ୍କୁ ଛାଡ଼ି ଦେଲେ ବାକି ସମସ୍ତ ଖେଳାଳି ଫର୍ମ ଫେରି ପାଇଛନ୍ତି । ମାତ୍ର ୱିଲ ଜ୍ୟାକ୍ସ ଓ ରିସ ଟପଲିଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ସୁପରକିଙ୍ଗ୍‌ସ ମଧ୍ୟ ଏକାଧିକ ଖେଳାଳିଙ୍କୁ ହରାଇ ସାରିଛି । ମୁସ୍ତାଫିଜୁର ରେହମାନ, ମଥିଶା ପତିରଣା, ଦୀପକ ଚହରଙ୍କ  ବିନା ଦଳର ବୋଲିଂ ବିଭାଗ ଦୁର୍ବଳ ହୋଇ ଯାଇଛି ।  

ସବୁ ଦିନ ଭଳି ଶନିବାର ମଧ୍ୟ ଦୁଇ ଦଳର ତାରକା ଖେଳାଳି ବିରାଟ କୋହଳି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟଙ୍କ  ସମର୍ଥକ ଆସନ୍ତା କାଲି ଷ୍ଟାଡ଼ିୟମ୍‌କୁ ହଳଦିଆ ଓ ନାଲି  ରଙ୍ଗରେ ପୂର୍ଣ୍ଣ କରିଦେବେ। କୋହଲି ସମ୍ପ୍ରତି ଚମତ୍କାର  ଫର୍ମରେ ରହିଛନ୍ତି। ସେ ଇତି ମଧ୍ୟରେ ୬୬୧ ରନ୍‌ ସଂଗ୍ରହ କରିସାରିଛନ୍ତି । ଧୋନି  ବିଳମ୍ବରେ ବ୍ୟାଟିଂ କରିବାକୁ ଓହ୍ଲାଉଥିଲେ ହେଁ ଫିଲ୍ଡିଂ ବେଳେ ତାଙ୍କ ରଣନୀତି  ସୁପରକିଙ୍ଗ୍‌ସ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ । 

ଚିନ୍ନାସ୍ୱାମୀ ଷ୍ଟାଡ଼ିୟମ୍‌ର ପିଚ୍‌ ଉଭୟ ବ୍ୟାଟିଂ ଅନୁକୂଳ ରହିବ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍‌  ଫିଲ୍ଡ ଯୋଗୁଁ ଏଠାରେ ବିଶାଳ ସ୍କୋର ସଂଗୃହୀତ  ହେବା ସହଜ । ପ୍ରଥମ ଭାଗ ତୁଳନାରେ ଦ୍ୱିତୀୟ  ଭାଗରେ ବ୍ୟାଟିଂ ସହଜ ହେବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ରୟାଲ୍‌ ଚ୍ୟାଲେଞ୍ଜର୍ସ : ଫାଫ ଡୁ ପ୍ଲେସି(ଅଧିନାୟକ), ବିରାଟ କୋହଲି, କାମେରନ  ଗ୍ରୀନ, ରଜତ ପାତିଦାର, ଗ୍ଲେନ ମ୍ୟାକ୍ସୱେଲ୍‌, ଦିନେଶ କାର୍ତ୍ତିକ, ମହିପାଲ୍‌ ଲୋମରର, ସ୍ୱପ୍ନିଲ ସିଂହ, କରଣ  ଶର୍ମା, ମହମ୍ମଦ ସିରାଜ, ୟଶ ଦୟାଲ । (ଇମ୍ପାକ୍ଟ  ପ୍ଲେୟାର: ଲୋକି ଫର୍ଗୁସନ) ।  

ସୁପରକିଙ୍ଗ୍‌ସ : ରଚିନ ରବିନ୍ଦ୍ର,  ଋତୁରାଜ ଗାଏକୱାଡ୍‌(ଅଧିନାୟକ), ଡାରିଲ  ମିଚେଲ, ମୋଇନ ଅଲି, ଶିବମ ଦୁବେ, ରବିନ୍ଦ୍ର  ଜାଡେଜା, ସମୀର ରିଜଭୀ, ମହେନ୍ଦ୍ର ସିଂହ ଧୋନି,  ସର୍ଦୁଲ ଠାକୁର, ତୁଷାର ଦେଶପାଣ୍ଡେ, ସିମରଜିତ  ସିଂହ । (ଇମ୍ପାକ୍ଟ ପ୍ଲେୟାର: ମହୀଶ ତୀକ୍ଷଣା) ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.