ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

IPL 2024: ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ- ସୁପରକିଙ୍ଗ୍‌ସ ମୁକାବିଲା, ସାମ୍ନାସାମ୍ନି ହେବେ ଗୁରୁ-ଶିଷ୍ୟ

ବିଶାଖାପଟ୍ଟନମ୍‌,୩୧/୦୩: ଆଇପିଏଲ୍‌ର ୧୪ତମ  ଲିଗ୍‌ ମୁକାବିଲାରେ ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ  ସୁପରକିଙ୍ଗ୍‌ସ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ଜରିଆରେ ଗୁରୁ ମହେନ୍ଦ୍ର ସିଂହ ଧୋନି ଓ ଶିଷ୍ୟ ରିଷଭ ପନ୍ତ ସାମ୍ନା ସାମ୍ନି  ହେବେ । ଧୋନି ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଛନ୍ତି । ସେହିପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ୧୫  ମାସ ପରେ ଫିଟ୍‌ ହୋଇ ଖେଳ ଆରମ୍ଭ କରିଛନ୍ତି । ଉଭୟଙ୍କ ମଧ୍ୟରେ ସାକ୍ଷାତ ଉପସ୍ଥିତ ଦର୍ଶକଙ୍କୁ ଭାବ ବିହ୍ୱଳ କରିବ । 

କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ହାରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ପାଇଁ ବ୍ୟାକୁଳ । ସାମ୍ନାରେ୨ଟି ମ୍ୟାଚ୍‌ ଜିତିସାରିଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ସୁପରକିଙ୍ଗ୍‌ସ । ଆହତ ଜର୍ଜ୍ଜରିତ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ରବିବାର ବିଜୟ କଠିନ ହେବା ଆଶା କରାଯାଉଛି । ବିଶାଖାପଟ୍ଟନମ୍‌କୁ ଘରୋଇ ଗ୍ରାଉଣ୍ଡ ରୂପେ ବାଛିଥିବା ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଶ୍ରେଷ୍ଠ ଖେଳ ପ୍ରଦର୍ଶନ କରିବା ଲକ୍ଷ୍ୟ ରଖିଛି । 

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବିଜୟ ସହଜ ହେବ  ନାହିଁ । ବ୍ୟାଟିଂ ବିଭାଗରେ ସନ୍ତୁଳନ ନାହିଁ । ବୋଲିଂ ବିଭାଗ ଆହତ ସମସ୍ୟାରୁ ବାହାରି ନାହିଁ। ଦଳରେ ବହୁ  ତାରକା ଖେଳାଳି ରହିଛନ୍ତି । ମାତ୍ର ସମସ୍ତେ ଉପର ଭାଗରେ  ଖେଳିବାକୁ ପସନ୍ଦ କରନ୍ତି । ମଧ୍ୟ ଭାଗ ଓ ନିମ୍ନ ଭାଗରେ ବିସ୍ଫୋରକ ବ୍ୟାଟିଂ କରିବା ଭଳି ଖେଳାଳି ଦଳରେ ନାହାନ୍ତି ।  ପେସ୍‌ ବୋଲର ଈଶାନ୍ତ ଶର୍ମା ଆହତ ଥିବାବେଳେ ଆନରିଚ  ନର୍ଜ ଓ ଝେୟ ରିଚାର୍ଡସନ ଏପର୍ଯ୍ୟନ୍ତ ଲୟ ଫେରି ପାଇ ନାହାନ୍ତି । ଦଳରେ ଅଲ୍‌ରାଉଣ୍ଡରଙ୍କ ଅଭାବ ସ୍ପଷ୍ଟ ବାରି ହୋଇ ପଡ଼ୁଛି । 

ସୁପରକିଙ୍ଗ୍‌ସ ସବୁ ବିଭାଗରେ ଶକ୍ତିଶାଳୀ । ବ୍ୟାଟିଂ  ବିଭାଗ ବେଶ୍‌ ଲମ୍ବା । ବୋଲିଂ ବିଭାଗରେ ଯଥେଷ୍ଟ ବିଭିନ୍ନତା  ରହିଛି । ତେଣୁ ସୁପରକିଙ୍ଗ୍‌ସର ବିଜୟ ସମ୍ଭାବନା ଅଧିକ । ବିଶାଖାପଟ୍ଟନମ୍‌ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ  ରହିବ । ଟସ୍‌ ବିଜୟୀ ଦଳ ଫିଲ୍ଡିଂ କରିବା ନିଶ୍ଚିତ ।  ତେବେ ପନ୍ତଙ୍କ ବ୍ୟାଟିଂ ଓ କୁଲଦୀପ ଯାଦବଙ୍କ  ବୋଲିଂ ଉପରେ କ୍ୟାପିଟାଲ୍ସର ଭାଗ୍ୟ ନିର୍ଭର କରିବ ।  

ସମ୍ଭାବ୍ୟ ଦଳ

କ୍ୟାପିଟାଲ୍ସ ଏକାଦଶ: ଡେଭିଡ୍‌ ୱାର୍ଣ୍ଣର, ମିଚେଲ  ମାର୍ଶ, ରିକି ଭୁଇ/ପୃଥ୍ୱୀ ଶ, ରିଷଭ ପନ୍ତ(ଅଧିନାୟକ), ଟ୍ରିଷ୍ଟନ  ଷ୍ଟବ୍ସ, ଅଭିଷେକ ପୋରେଲ, ଅକ୍ଷର ପଟେଲ, କୁଲଦୀପ ଯାଦବ,  ମୁକେଶ କୁମାର, ଆନରିଚ ନର୍ଜ, ଖଲିଲ ଅହମ୍ମଦ, ଲଳିତ ଯାଦବ । 

ସୁପରକିଙ୍ଗ୍‌ସ ଏକାଦଶ: ଋତୁରାଜ  ଗାଏକୱାଡ୍‌(ଅଧିନାୟକ), ରଚିନ ରବିନ୍ଦ୍ର, ଅଜିଙ୍କ୍ୟ ରାହାଣେ,  ଶିବମ ଦୁବେ, ଡାରିଲ ମିଚେଲ, ରବିନ୍ଦ୍ର ଜାଡେଜା, ସମୀର  ରିଜଭୀ, ମହେନ୍ଦ୍ର ସିଂହ ଧୋନି, ଦୀପକ ଚହର, ତୁଷାର  ଦେଶପାଣ୍ଡେ, ମଥିଶା ପତିରଣା, ମୁସ୍ତାଫିଜୁର ରେହମାନ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.