ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL-2024: ଆଜି ଗୁଜରାଟ ଟାଇଟନ୍ସ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା

ଅହମ୍ମଦାବାଦ, ୨୪/୦୩: ଚଳିତ ଆଇପିଏଲ୍‌ର ପଞ୍ଚମ ଲିଗ୍‌ ମ୍ୟାଚ୍‌ରେ ରବିବାର ଘରୋଇ ଗୁଜରାଟ ଟାଇଟନ୍ସ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ । ଘରୋଇ ଗ୍ରାଉଣ୍ଡ୍‌ରେ ଟାଇଟନ୍ସ ଦମ୍‌ଦାର ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ ୨ଦଳର  ଅଧିନାୟକଙ୍କ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ । ଗତ ୨ଟି ସିଜନ ଧରି ହାର୍ଦ୍ଦିକ ପାଣ୍ଡ୍ୟା  ଟାଇଟନ୍ସ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ  ଅଧିନରେ ଦଳ ଥରେ ଚାମ୍ପିଅନ୍‌ ଓ ଥରେ ରନର୍ସ  ଅପ୍‌ ହୋଇଥିଲା । ମାତ୍ର ଏଥର ସେ ମୁମ୍ବାଇ  ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି । ବର୍ତ୍ତମାନ ତାଙ୍କ ଅଧିନରେ ସବୁଠୁ ସଫଳ ଅଧିନାୟକ ରୋହିତ  ଶର୍ମା ଖେଳିବେ । ସେହିପରି ପାଣ୍ଡ୍ୟା ଟାଇଟନ୍ସ ଛାଡ଼ିବା ପରେ ଶୁଭମନ ଗିଲ୍‌ ରବିବାର  ଅଧିନାୟକ ରୂପେ ପଦାର୍ପଣ କରିବାକୁ ଯାଉଛନ୍ତି ।  

ଗତ ୨ବର୍ଷ ମଧ୍ୟରେ ଉଭୟ ଦଳ ପରସ୍ପରକୁ  ୪ଥର ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍‌  ଜିତିଛନ୍ତି । ମାତ୍ର ଏଥର ନୂଆ ଅଧିନାୟକଙ୍କ  ରଣ କୌଶଳକୁ ନେଇ ଦର୍ଶକ ମହଲରେ ଉତ୍କଣ୍ଠା ବଢିଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଷ୍ଟାର୍‌ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବିନା ଗ୍ରାଉଣ୍ଡକୁ ଓହ୍ଲାଇବ । ହେଲେ ତାଙ୍କ ଅନୁପସ୍ଥିତି ପ୍ରଭାବ ପକାଇବ ନାହିଁ । ରୋହିତ ଶର୍ମା ଓ ଇଶାନ କିଷନ ଓପନ୍‌ କରିବେ । ମଧ୍ୟ କ୍ରମରେ ତିଳକ ବର୍ମା, ଟିମ ଡେଭିଡ୍‌ ଓ ପାଣ୍ଡ୍ୟାଙ୍କ ଭଳି  ଦୁର୍ଦ୍ଦର୍ଷ ବ୍ୟାଟର ରହିଛନ୍ତି । ସେହିପରି ଗତ  ସିଜନ ଖେଳିନଥିବା ଯଶପ୍ରୀତ ବୁମରା ଫିଟ୍‌ ହୋଇ ଫେରିଥିବାରୁ ଦଳର ବୋଲିଂ ବିଭାଗ  ମଧ୍ୟ ବେଶ୍‌ ଶକ୍ତିଶାଳୀ ମନେ ହେଉଛି ।  

ଟାଇଟନ୍ସ ଦଳରେ ମଧ୍ୟ ଆହତ  ସମସ୍ୟା ରହିଛି । ଗତ ସିଜନରେ ସର୍ବାଧିକ  ୱିକେଟ୍‌ ନେଇଥିବା ମହମ୍ମଦ ସାମି ଏଥର  ଅନୁପସ୍ଥିତ ରହିଛନ୍ତି। ଅବଶ୍ୟ ଇମ୍ପାକ୍ଟ  ପ୍ଲେୟାର ନିୟମ ରହିଥିବାରୁ ବୋଲିଂ  ବିଭାଗ ସେତେ ପ୍ରଭାବିତ ହେବ ନାହିଁ ।  

ଡେଥ୍‌ ଓଭର ଗୁଡ଼ିକରେ ବିସ୍ଫୋରକ ବ୍ୟାଟିଂ  ପାଇଁ ଟାଇଟନ୍ସ ଦଳରେ ଡେଭିଡ୍‌ ମିଲର, ରାହୁଲ  ତେୱାତିଆ ଓ ରସିଦ ଖାନ୍‌ ରହିଥିବାବେଳେ ବର୍ତ୍ତମାନ ଶାହରୁଖ ଖାନ୍‌ ସେମାନଙ୍କ ସହ  ଯୋଡି ହୋଇଛନ୍ତି । ତେଣୁ ଟାଇଟନ୍ସର  ବ୍ୟାଟିଂ ବିଭାଗ ବେଶ୍‌ ଲମ୍ବା ହୋଇଯାଇଛି ।  

ଦିଲସାନ ମଦୁଶଙ୍କା ଓ ଜାସନ ବେହରନଡର୍ଫ ଆହତ ହୋଇ ବାଦ ପଡ଼ିଛନ୍ତି ।  ଉଭୟଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ  ଯଥାକ୍ରମେ କ୍ୱେନା ମଫାକା ଓ ଲ୍ୟୁକ ଉଡ୍‌ଙ୍କୁ  ଚୁକ୍ତି କରିଛି । ରବିବାର ଉଭୟଙ୍କ ମଧ୍ୟରୁ  ଜଣେ ଆଇପିଏଲ ପଦାର୍ପଣ କରିବେ ।  

ଅହମ୍ମଦାବାଦ ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତିରେ କାକର ପଡ଼ିବା ସମ୍ଭାବନା ନାହିଁ । ତେଣୁ ଟସ୍‌ କିଛି ପ୍ରଭାବ ପକାଇବ ନାହିଁ । ଟସ୍‌ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଲେ ମଧ୍ୟ ମ୍ୟାଚ ଜିତିପାରିବେ । 

ସମ୍ଭାବ୍ୟ 

ଗୁଜରାଟ ଟାଇଟନ୍ସ ଏକାଦଶ:  ଶୁଭମନ ଗିଲ୍‌(ଅଧିନାୟକ), ରିଦ୍ଧିମାନ ଶାହା,  ବି ସାଇ ସୁଦର୍ଶନ, ଅଜମତୁଲ୍ଲା ଓମାରଜାଇ/ କେନ ୱିଲିୟମସନ, ଡେଭିଡ ମିଲର, ଶାହରୁଖ  ଖାନ, ରାହୁଲ ତେୱାତିଆ, ରସିତ ଖାନ, ଉମେଶ  ଯାଦବ, ସ୍ପେନ୍‌ସର ଜନସନ, ମୋହିତ ଶର୍ମା ।

ମୁମ୍ବାଇ ଇଣ୍ଡିଆନ୍ସ ଏକାଦଶ:  ରୋହିତ ଶର୍ମା, ଇଶାନ କିଷନ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ନେହାଲ  ୱଧେରା, ଟିମ ଡେଭିଡ୍‌, ରୋମାରିଓ ସେଫର୍ଡ,  ପିୟୂଷ ଚାୱଲା, ଯଶପ୍ରୀତ ବୁମରା, ଲ୍ୟୁକ  ଉଡ୍‌/କ୍ୱେନା ମଫାକା, କୁମାର କାର୍ତ୍ତିକେୟ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.