ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ

ଅହମ୍ମଦାବାଦ,୧୩/୦୫: ଆଇପିଏଲ୍‌ର ୬୩ତମ ଲିଗ୍‌ ମୁକାବିଲାରେ ଘରୋଇ ଗୁଜରାଟ ଟାଇଟନ୍ସ ଓ କୋଲକାତା ନାଇଟ  ରାଇଡର୍ସ (କେକେଆର) ସାମ୍ନାସାମ୍ନି ହେବେ। ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଟାଇଟନ୍ସ ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ତେଣୁ ଦଳ ସୋମବାର ଆଉ ଏକ ଚମକପ୍ରଦ ବିଜୟ ଲାଗି ସବୁ ଶକ୍ତି ଖଟାଇବାକୁ  ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରି ସାରିଥିବା କେକେଆର ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି । 

ଉଭୟ ଦଳ ଚଳିତ ସିଜନରେ ପ୍ରଥମ ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ତେଣୁ ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା ସହଜ ହେବନି । କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ହାରିବା ପରେ ଟାଇଟନ୍ସ ଗତ ୧୦ତାରିଖରେ ସୁପରକିଙ୍ଗସକୁ ୩୫ରନ୍‌ରେ ହରାଇପରାଜୟଧାରା ଭାଙ୍ଗିଥିଲା । ଅଧିନାୟକ  ଶୁଭମନ ଗିଲ୍‌ ଓ ବି ସାଇ ସୁଦର୍ଶନ ଶତକୀୟ  ଇନିଂସ୍‌ ଖେଳି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ସୋମବାର ଘରୋଇ ଦର୍ଶକ ଉଭୟଙ୍କ  ବ୍ୟାଟରୁ ବଡ଼ ଇନିଂସ୍‌ ନେଇ ଆଶାବାଦୀ ରହିଛନ୍ତି । ମଧ୍ୟକ୍ରମ ବ୍ୟାଟର ଉପଯୋଗୀ ଇନିଂସ୍‌ ଖେଳିଲେ ଦଳ ବଡ଼ ସ୍କୋର କରିପାରିବ । ବୋଲିଂ ବିଭାଗର ପ୍ରଦର୍ଶନ ଭଲ ରହିଛି । ପେସ୍‌ ବୋଲର ମୋହିତ ଶର୍ମା,  ସନ୍ଦିପ ୱାରିୟର ଓ ରସିଦ ଖାନ୍‌ ପ୍ରଭାବୀ ପ୍ରଦର୍ଶନ  କରିଛନ୍ତି । ସୋମବାର କେକେଆର ବ୍ୟାଟର ଏବଂ ରସିଦଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । 

କେକେଆର୍‌ ୯ଟି ମ୍ୟାଚ୍‌ ଜିତି ୧୮ପଏଣ୍ଟ  ସହ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି । ଦଳ ସବୁ ବିଭାଗରେ ଆଧିପତ୍ୟ ଜାରି ରଖିଛି । ସୋମବାର ଆଉ ଏକ ଅଲରାଉଣ୍ଡ୍‌ ପ୍ରଦର୍ଶନ  ବଳରେ ପ୍ରଥମ ୨ଟି ସ୍ଥାନ ପକ୍କା କରିବା ଲକ୍ଷ୍ୟରେ  ରହିବ । ପ୍ଲେ-ଅଫ୍‌ ସ୍ଥାନ ପକ୍କା ହୋଇସାରିଥିବାରୁ  ଦଳ ଫିଲ୍‌ ସଲ୍ଟକୁ ବିଶ୍ରାମ ଦେଇ ରହମନୁଲ୍ଲା  ଗୁରବାଜଙ୍କୁ ସୁଯୋଗ ଦେବା ସମ୍ଭାବନା ରହିଛି । 

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ  ୬ଟି ମ୍ୟାଚ୍‌ରୁ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ  ୪ଟିରେ ବିଜୟ ହାସଲ କରିଛନ୍ତି । ମାତ୍ର ଚେନ୍ନାଇ ସୁପରକିଙ୍ଗ୍‌ସ ବିପକ୍ଷ ଗତ ମ୍ୟାଚ୍‌ରେ ଟାଇଟନ୍ସ  ପ୍ରଥମେ ବ୍ୟାଟିଂ କରି ବିଜୟ ହାସଲ କରିଥିଲା । ଟସ୍‌  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଫଳପ୍ରଦ ହେବ ।

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.