ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ

ମୁମ୍ବାଇ,୦୩/୦୫: ଚଳିତ ଆଇପିଏଲର ୫୧ତମ  ଲିଗ୍‌ ମୁକାବିଲାରେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ୧୦ଟି  ମ୍ୟାଚ୍‌ରୁ ମାତ୍ର ୬ ପଏଣ୍ଟ ହାସଲ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହି ମ୍ୟାଚ୍‌ ଶେଷ ସୁଯୋଗ କହିଲେ ଭୁଲ ହେବ ନାହିଁ । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ  ହେଲେ ଅତି କମ୍‌ରେ ୧୪ ପଏଣ୍ଟର ଆବଶ୍ୟକ  ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ଶେଷ ୪ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିପାରିବ ।  ସେହିପରି ନାଇଟ ରାଇଡର୍ସ ୱାଙ୍ଖଡ଼େରେ ଗତ ୧୨ ବର୍ଷ  ହେଲା ଜିତି ନାହିଁ । ଶୁକ୍ରବାର ଦୀର୍ଘ ଅପେକ୍ଷାରେ  ପୂର୍ଣ୍ଣଛେଦ ପକାଇବାକୁ ନାଇଟ ରାଇଡର୍ସ ଲକ୍ଷ୍ୟ ରଖିଛି । 

ଚଳିତ ସିଜନରେ ଉଭୟ ଦଳ ପ୍ରଥମ କରି ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ନାଇଟ ରାଇଡର୍ସ ସମ୍ପ୍ରତି ପଏଣ୍ଟ ତାଲିକାର  ଦ୍ୱିତୀୟ ସ୍ଥାନରେ ରହିଛି । ଶୁକ୍ରବାର ବିଜୟ ସହ ପ୍ଲେ-ଅଫ୍‌ ଦ୍ୱାରରେ  ପହଞ୍ଚିବାକୁ ଦଳ ପ୍ରୟାସ କରିବ ।  

ନାଇଟ୍‌ ରାଇଡର୍ସ ୨୦୧୨ରେ ଶେଷ ଥର ପାଇଁ  ୱାଙ୍ଖଡ଼େରେ ବିଜୟ ହାସଲ କରିଥିଲା । ସୁନୀଲ  ନାରାଏନ୍‌ ୧୫ ରନ୍‌ରେ ୪ଟି ୱିକେଟ୍‌ ନେଇ ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଏଥର ମଧ୍ୟ ନାରାଏନ୍‌ ପ୍ରତିପକ୍ଷଙ୍କ ପାଇଁ ଚିନ୍ତାର  କାରଣ ସାଜିଛନ୍ତି । ମାତ୍ର ବୋଲିଂ ଅପେକ୍ଷା ଓପନିଂ  ବ୍ୟାଟର ଭାବେ ସେ ଆତଙ୍କ ଖେଳାଇଛନ୍ତି । ରୋହିତ ଶର୍ମାଙ୍କ ବିପକ୍ଷରେ ମଧ୍ୟ ନାରାଏନଙ୍କ ପ୍ରଦର୍ଶନ ବେଶ୍‌  ଚମତ୍କାର ରହିଛି । ସେ ଆଇପିଏଲ୍‌ରେ ରୋହିତଙ୍କୁ  ୯ଥର ଆଉଟ୍‌ କରିସାରିଛନ୍ତି । 

ଶୁକ୍ରବାର ନାରାଏନଙ୍କ  ଅପେକ୍ଷା ରୋହିତ ଓ ମିଚେଲ ଷ୍ଟାର୍କଙ୍କ ମଧ୍ୟରେ  ଜୋରଦାର ଲଢେଇ ହେବା ଆଶା କରାଯାଉଛି । ରୋହିତ  ଏଥର ବାମ ହାତି ପେସ୍‌ ବୋଲରଙ୍କ  ବିପକ୍ଷରେ ୫ଥର ଆଉଟ୍‌ ହୋଇ ସାରିଛନ୍ତି । ଶୁକ୍ରବାର ମୁମ୍ବାଇ ଇଣ୍ଡିଆନ୍ସ  ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା  ନାହିଁ । ସୂର୍ଯ୍ୟକୁମାର ଯାଦବ ଓ ନୂଆନ  ତୁଷାରା ଇମ୍ପାକ୍ଟ ବଦଳ ଭାବେ ଖେଳିବେ । ନାଇଟ୍‌  ରାଇଡର୍ସ ଦଳରେ ପରିବର୍ତ୍ତନ ହେବ। ହର୍ଷିତ  ରାଣାଙ୍କ ସ୍ଥାନରେ ବୈଭବ ଆରୋରା ଖେଳିବା  ଏକ ପ୍ରକାର ନିଶ୍ଚିତ । ରୋହିତ ମଧ୍ୟ ଏକ ରେକର୍ଡ ନିକଟତର ହୋଇଛନ୍ତି । ସେ ଆଉ ୨୯ ରନ୍‌ କଲେ ଟି-ଟ୍ୱେଣ୍ଟିରେ ୧୨,୦୦୦ ରନ୍‌ ପୂରଣ କରିବେ ।  

ୱାଙ୍ଖଡ଼େ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ। ମାତ୍ର ପ୍ରଥମାର୍ଦ୍ଧରେ ପେସ୍‌ ବୋଲର ଫାଇଦା ଉଠାଇ  ପାରିବେ । ସମୁଦ୍ର କୂଳରେ ଷ୍ଟାଡିୟମ୍‌ ରହିଥିବାରୁ ଅପରାହ୍ଣରେ ଏଠାରେ ନୂଆ ବଲ୍‌ ସୁଇଂ ହେବ । ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।

ସମ୍ଭାବ୍ୟ ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ:  ରୋହିତ ଶର୍ମା,  ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା,  ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ) ନେହାଲ ୱଧେରା,  ଟିମ ଡେଭିଡ୍‌, ମହମ୍ମଦ ନବି, ପିୟୂଷ ଚାୱଲା,  ଗେରାଲ୍ଡ କୋଏଜି, ଯଶପ୍ରୀତ ବୁମରା । (ଇମ୍ପାକ୍ଟ  ପ୍ଲେୟାର:ନୂଆନ ତୁଷାରା) । 

ନାଇଟ୍‌ ରାଇଡର୍ସ : ଫିଲ ସଲ୍ଟ,  ସୁନିଲ ନାରାଏନ, ଅଙ୍ଗକ୍ରିଶ ରଘୁବଂଶୀ, ଶ୍ରେୟାସ  ଆୟର(ଅଧିବନାୟକ),ଭେଙ୍କଟେଶ ଆୟର, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ, ମିଚେଲ  ଷ୍ଟାର୍କ, ବରୁଣ ଚକ୍ରବର୍ତ୍ତୀ, ବୈଭବ ଆରୋରା ।  (ଇମ୍ପାକ୍ଟ ପ୍ଲେୟାର: ସୂୟାଶ ଶର୍ମା) ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.