ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

IPL 2024: ଦ୍ୱିତୀୟ କ୍ୱାଲିଫାୟରରେ ମୁହାଁମୁହିଁ ହେବେ ରୟାଲ୍ସ- ସନରାଇଜର୍ସ, ଟ୍ରାଭିସେକ ଯୋଡ଼ିଙ୍କୁ ଅଟକାଇବେ ସ୍ପିନ୍‌ ଟାଇଟନ୍ସ

ଚେନ୍ନାଇ,୨୪/୦୫: ଶୁକ୍ରବାର ଖେଳାଯିବ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା। ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଚିପକ୍‌ ଷ୍ଟାଡ଼ିୟମ୍‌ରେ ସାମ୍ନାସାମ୍ନି ହେବେ। ଏହି ମ୍ୟାଚ୍‌ର ବିଜେତା ଫାଇନାଲ୍‌ରେ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ଶେଷ ସୁଯୋଗକୁ ହାତଛଡ଼ା କରିବାକୁ ଚାହୁଁନଥିବା ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ  ପ୍ରସ୍ତୁତ । ଫଳରେ ମ୍ୟାଚ୍‌ଟି ତୀବ୍ର ସଂଘର୍ଷପୂର୍ଣ୍ଣ ହେବ । ସନରାଇଜର୍ସ କ୍ୱାଲିଫାୟରରେ ପରାଜିତ  ହୋଇଥିଲା । ଅନ୍ୟ ପଟରେ ରାଜସ୍ଥାନ ରୟାଲ୍ସ ଏଲିମିନେଟର ମୁକାବିଲାରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁକୁ ପରାସ୍ତ କରି ବିଜୟଧାରାକୁ ଫେରିଥିଲା । 

ସନରାଇଜର୍ସର  ବ୍ୟାଟର ଓ ରାଜସ୍ଥାନ ରୟାଲ୍ସର ବୋଲରଙ୍କ ମଧ୍ୟରେ ଅସଲ ଲଢେଇ ହେବ । ଏଥର ଆଇପିଏଲ୍‌ରେ ସନରାଇଜର୍ସ ବିସ୍ଫୋରକ ବ୍ୟାଟିଂ କରି ସବୁଠୁ ଦୁର୍ଦ୍ଧର୍ଷ ଦଳ ଭାବେ ପ୍ରମାଣିତ କରିଛି । ଦଳର ଓପନିଂ ଯୋଡି ଟ୍ରେଭିସ୍‌ ହେଡ୍‌ ଓ ଅଭିଷେକ  ଶର୍ମା ଅନେକ ରେକର୍ଡ ଭାଙ୍ଗିଛନ୍ତି। ଓଭର ପିଛା ୧୩.୬୫ ହାରରେ ରନ୍‌ ସଂଗ୍ରହ କରି ଆଇପିଏଲ୍‌  ଇତିହାସରେ ସବୁଠୁ ବିସ୍ଫୋରକ ଯୋଡି ଭାବେ ଉଭୟ ପ୍ରମାଣିତ କରିଛନ୍ତି। ଉଭୟଙ୍କ ଧୂଆଁଧାର  ବ୍ୟାଟିଂ ବଳରେ ସନରାଇଜର୍ସ ଏକମାତ୍ର ଦଳ ଭାବେ ୨ଥର ପାୱାର ପ୍ଲେରେ ୧୦୦ ରନ୍‌ ସଂଗ୍ରହ କରିଥିଲା ।  

ରାଜସ୍ଥାନ ରୟାଲ୍ସ ସେଭଳି ବିସ୍ଫୋରକ ବ୍ୟାଟିଂ କରିନଥିଲେ ହେଁ ଚଳିତ ସିଜନର ସବୁଠୁ ସନ୍ତୁଳିତ ଦଳ ଭାବେ ପ୍ରମାଣିତ କରିଛି । ପ୍ରତିପକ୍ଷକୁ ହରାଇବା ପାଇଁ ଦଳର ବୋଲିଂ ବିଭାଗ  ଯଥେଷ୍ଟ କହିଲେ ଭୁଲ ହେବ ନାହିଁ । ନୂଆ ବଲ୍‌ରେ ଟ୍ରେଣ୍ଟ ବୋଲ୍ଟଙ୍କ ସୁଇଂ ପ୍ରତିପକ୍ଷଙ୍କ  ପାଇଁ କଠିନ ପରୀକ୍ଷା ହୋଇଛି । ସେହିପରି ମଧ୍ୟ ଭାଗରେ ଦୁଇ ଶ୍ରେଷ୍ଠ ସ୍ପିନର ରବି ଅଶ୍ୱିନ ଓ ୟୁଝବେନ୍ଦ୍ର ଚହଲ ରନ୍‌ ଗତିରେ  ଅଂକୁଶ ଲଗାଇବାର କ୍ଷମତା ରଖିଛନ୍ତି । 

ଲିଗ୍‌ ପର୍ଯ୍ୟାୟରେ ଉଭୟ ଦଳ ପରସ୍ପରକୁ  ଥରେ ମାତ୍ର ଭେଟିଥିଲେ। ସନରାଇଜର୍ସ ମାତ୍ର ୧ ରନ୍‌ରେ ବିଜୟ ହାସଲ କରିଥିଲା । ଶେଷ ବଲ୍‌ରେ ୨ରନ୍‌ ଆବଶ୍ୟକ ହେଉଥିବାବେଳେ ଭୁବନେଶ୍ୱର କୁମାରଙ୍କ ଏକ ଫୁଲଟସ୍‌ ବଲ୍‌କୁ ପରଖି ନପାରି ରୋଭମାନ ପାୱେଲ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ।  

ଶୁକ୍ରବାର ରାଜସ୍ଥାନ ରୟାଲ୍ସ ଏକାଦଶ ଅପରିବର୍ତ୍ତିତ ରଖିପାରେ । ମାତ୍ର ସନରାଇଜସ ଦଳରେ ପରିବର୍ତ୍ତନ ନଶ୍ଚିତ । ମଧ୍ୟକ୍ରମକୁ ସୁଦୃଢ  କରିବା ପାଇଁ ବିଜୟକାନ୍ତ ବିୟସକାନ୍ତଙ୍କ ସ୍ଥାନରେ ଆଡେନ ମାରକ୍ରମ କମ୍ବା ଗ୍ଲେନ ଫିଲିପ୍ସଙ୍କୁ ସୁଯୋଗ  ମିଳିପାରେ। ସେହିପରି ସାନବୀର ସିଂହଙ୍କ ସ୍ଥାନରେ ମୟଙ୍କ ମାର୍କେଣ୍ଡେ ପ୍ରତ୍ୟାବର୍ତ୍ତନ କରିପାରନ୍ତି । 

ଗ୍ରୀଷ୍ମ ପ୍ରବାହରେ ଶୁଷ୍କ ଚିପକ ପିଚ୍‌  ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ମାତ୍ର ସତର୍କତା ଅବଲମ୍ବନ କଲେ ବିଶାଳ ସ୍କୋର ସମ୍ଭବ ହୋଇ ପାରିବ । ଏଠାରେ ଦ୍ୱିତୀୟ ଭାଗରେ  ବ୍ୟାଟିଂ କରିଥିବା ଦଳ ଶେଷ ୭ଟିରୁ ୫ଟି ମ୍ୟାଚ୍‌  ଜିତିଛନ୍ତି । ତେଣୁ ଶୁକ୍ରବାର ମଧ୍ୟ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ରାଜସ୍ଥାନ ରୟାଲ୍ସ: ଯଶସ୍ୱୀ  ଜୈସ୍ୱାଲ୍‌, ଟମ କୋହଲର-କ୍ୟାଡମୋର, ସଞ୍ଜୁ ସାମସନ(ଅଧିନାୟକ),ରିୟାନ ପରାଗ, ଧ୍ରୁବ  ଜୁରେଲ, ସିମରନ ହେତମାୟର, ଆର  ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଅଭେଶ ଖାନ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ। (ଇମ୍ପାକ୍ଟ ପ୍ଲେୟାର:  ରୋଭମାନ ପାୱେଲ) 

ସନରାଇଜର୍ସ : ଟ୍ରେଭିସ୍‌  ହେଡ୍‌, ଅଭିଷେକ ଶର୍ମା, ରାହୁଲ ତ୍ରିପାଠୀ, ନିତିଶ କୁମାର ରେଡ୍ଡୀ,ଗ୍ଲେନ ଫିଲିପ୍ସ/ଆଡେନ ମାରକ୍ରମ, ହେନରିକ କ୍ଲାସେନ, ଅବଦୁଲ ସମଦ,  ସାହବାଜ ଅହମ୍ମଦ, ପ୍ୟାଟ କମିନ୍ସ(ଅଧିନାୟକ),  ଭୁବନେଶ୍ୱର କୁମାର, ମୟଙ୍କ ମାର୍କଣ୍ଡେ ।  (ଇମ୍ପାକ୍ଟ ପ୍ଲେୟାର: ଟି ନଟରାଜନ)

  • PrameyaOdia
  • prameya
  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.