ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚର୍ଚ୍ଚାରେ ଆଇପିଏସ ବର ଏବଂ ଆଇଏଏସ କନ୍ୟାଙ୍କ ବିବାହ, ହେଲିକପ୍ଟରରେ ଶଶୁର ଘରେ ପହଞ୍ଚିଲେ ବୋହୁ

ଚୁରୁ,୨/୨ : ରାଜସ୍ଥାନର ଚୁରୁରେ ଆଇପିଏସ ଦେବେନ୍ଦ୍ର ଏବଂ ଆଇଏଏସ ଅପରାଜିତାଙ୍କ ବିବାହ ଚର୍ଚ୍ଚାରେ । ଖାସୌଲୀ ଗାଁର ଦୟାନନ୍ଦ ରୁୟଲଙ୍କ ପୁଅ ଦେବେନ୍ଦ୍ର ରୁୟଲ ଏବଂ ଭରତପୁରର ଡ.ଅମର ସିଂହ ସିନାସିନିବାରର ଆଇଏଏସ ଝିଅ ଅପରାଜିତାଙ୍କ ବିବାହ କେବଳ ୧ଟଙ୍କା ଏବଂ ନଡ଼ିଆ ନେଇ ହୋଇଛି । ଏହା ବ୍ୟତୀତ ଆଇପିଏସ ବର ଦେବେନ୍ଦ୍ର ନିଜ ନୂତନ ଆଇଏଏସ କନ୍ୟା ଅପରାଜିତାଙ୍କୁ ହେଲିକପ୍ଟରରେ ବିଦା କରି ନିଜ ଘରକୁ ନେଇଛନ୍ତି ।

ବିବାହ ଲାଗି ଖାସୌଲୀରେ ଲଗଜୁରୀ ଗାଡ଼ିର ଲମ୍ବା ଲାଇନ୍ ଭରତପୁରର ଏକ ହୋଟେଲରେ ବିବାହ ଗାର୍ଡେନ ଲାଗି ଛଡ଼ାଯାଇଥିଲା । ୩୧ଜାନୁଆରୀରେ ଏକ ହସ ଖୁସି ମାହୋଲରେ ଦୁଇ ଜଣ ଆଇପିଏସ ଏବଂ ଆଇଏଏସର ରିତୀନିତୀ ସହ ବିବାହ ସମ୍ପନ୍ନ ହୋଇଥିଲା ଏବଂ ସବୁ ଲୋକ ପୁଣି ଚୁରୁ ଲାଗି ଗାଡ଼ିରେ ବାହାରି ଯାଇଥିଲେ । ବର ଦେବେନ୍ଦ୍ର ଏବଂ କନ୍ୟା ଅପରାଜିତା ହେଲିକପ୍ଟରରେ ଖସୌଲୀ ପହଞ୍ଚିଥିଲେ ଯାହାଙ୍କୁ ଦେଖିବା ଲାଗି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।

ହେଲିକପ୍ଟରରେ ଆସିଥିବା କନ୍ୟାଙ୍କୁ ଦେଖିବା ଲାଗି ହଜାର ହଜାର ସଂଖ୍ୟାରେ ମହିଳା ଏବଂ ବନ୍ଧୁବାନ୍ଧବ ନିର୍ମାଣଧିନ ଅସ୍ଥାୟୀ ହେଲିପ୍ୟାଡ଼ରେ ଏକାଠି ହୋଇଥିଲେ । କନ୍ୟା ନେଇ ପହଞ୍ଚିଥିବା ବରର ସ୍ବାଗତ କରିବା ଲାଗି ରାଜସ୍ଥାନୀ ଲୋକଗୀତ ସହ ଢପ ଏବଂ ଚଙ୍ଗର ଏକ ଅଲଗା କାର୍ଯ୍ୟକ୍ରମ ରଖଯାଇଥିଲା । ହେଲିକପ୍ଟର ଆସିବା ପରେ ଅସ୍ଥାୟୀ ହେଲିପ୍ୟାଡ଼ରେ ସ୍ବାଗତ ଲାଗି କାରପେଟ ଲଗାଯାଇଥିଲା। ମହିଳାମାନେ ରାଜସ୍ଥାନୀ ଭାଷାରେ ବିବାହର ଗୀତ ଗାଉଥିଲେ । ପୁରା ଗାଁ ନିଜ ବର ଆଇପିଏସ ଏବଂ ଆଇଏଏସ ବୋହୁକୁ ସ୍ବାଗତ କରିବାକୁ ଅପେକ୍ଷା କରିଥିଲେ । 

ଉଭୟେ ଆଇପିଏସ ଓ ଆଇଏଏସ ଉତ୍ତରପ୍ରଦେଶରେ ପୋଷ୍ଟେଡ ଅଛନ୍ତି । କନ୍ୟା ଅପରାଜିତା ଡ.ଅମର ସିଂହ ସିନାସିନିବାର ଏବଂ ମା’ ଡ.ନୀତିନ ଉଭୟେ ଡକ୍ଟର ଅଟନ୍ତି ଏବଂ ଭରତପୁରରେ ରହିଥାନ୍ତି । ସେହିଭଳି ବର ଆଇପିଏସ ଦେବେନ୍ଦ୍ର ରୁୟଲଙ୍କ ବାପା ଦୟାନନ୍ଦ ରୁୟଲ ଏସଡିଏମ୍ ଅଟନ୍ତି ଏବଂ ମା’ ସୁମିତ୍ରା ଗୃହିଣୀ ଅଟନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.