ପ୍ରମୂଖ ଖବର
  • କାଲିମେଳା: ଲଗାଣ ବର୍ଷାରେ ବେହାଲ ଜନଜୀବନ, ପାହାଡ ଧସିବାରୁ ରାସ୍ତା ବନ୍ଦ
  • ||
  • ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶ ଆରମ୍ଭ, ପ୍ରଥମ ଦିନରେ ଅଭିଭାଷଣ ରଖିଲେ ରାଜ୍ୟପାଳ ରଘୁବର ଦାସ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଓଲଟିଲା ​କାଉଡିଆଙ୍କୁ ନେଇ ଯାଉଥିବା ବସ୍, ୫ରୁ ଉର୍ଦ୍ଧ୍ଵ ଆହତ
  • ||

ସିଭିଲ୍‌ ସର୍ଭିସ୍‌ ଇତିହାସରେ ପ୍ରଥମ, ମହିଳାରୁ ପୁରୁଷ ହେଲେ IRS ଅଧିକାରୀ

ମଦୁରାଇ, ୧୧/୦୭ : ସିଭିଲ୍‌ ସର୍ଭିସ୍‌ ଇତିହାସରେ ପ୍ରଥମ। ମହିଳାରୁ ପୁରୁଷ ହେଲେ IRS ଅଧିକାରୀ। ଲିଙ୍ଗ ପରିବର୍ତ୍ତନ ପରେ ବଦଳାଇଲେ ନାମ। ଏମ୍‌ ଅନୁସୂୟାରୁ ହେଲେ ଅନୁକାଥିର ସୂର୍ଯ୍ୟା ଏମ୍‌। ହାଇଦ୍ରାବାଦରେ ମୁତୟନ ଆଇଆରଏସ୍‌ର ଜଣେ ମହିଳା ଅଧିକାରୀ ଏବେ ପୁରୁଷ ହୋଇଛନ୍ତି। ୩୫ ବର୍ଷୀୟ ଅଧିକାରୀ ଜଣକ ଲିଙ୍ଗ ପରିବର୍ତ୍ତନ ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି। 

ମଦୁରାଇ ବାସିନ୍ଦା ଅନୁକାଥିର ସୂର୍ଯ୍ୟା ଏମ୍‌। ସେ ୨୦୧୩ ବ୍ୟାଚ୍‌ର ଆଇଆରଏସ୍‌ ଅଧିକାରୀ। ୧୧ ବର୍ଷ ଚାକିରି କରିବା ପରେ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ସୂର୍ଯ୍ୟା ଏମ୍‌। ତାଙ୍କ ଲିଙ୍କ୍‌ଡଇନ୍‌ ପ୍ରୋଫାଇଲ ଅନୁସାରେ, ଡିସେମ୍ବର ୨୦୧୩ରୁ ମାର୍ଚ୍ଚ ୨୦୧୮ ଯାଏ ସେ ଚେନ୍ନାଇରେ ଆସିଷ୍ଟାଣ୍ଟ କମିଶନର ପଦରେ ଥିଲେ। ଏହାପରେ ୨୦୧୮ ଏପ୍ରିଲରୁ ୨୦୨୩ ଡିସେମ୍ବର ଯାଏ ତାଙ୍କୁ ତାମିଲନାଡୁରେ ଡେପୁଟି କମିଶନର ପଦରେ କରାଯାଇଥିଲା ନିୟୋଜିତ। ଏବେ ସେ ହାଇଦ୍ରାବାଦରେ ଜଏଣ୍ଟ କମିଶନର ଭାବେ ଅଛନ୍ତି କର୍ତ୍ତବ୍ୟରତ। ସୂର୍ଯ୍ୟା ଏମ୍‌ ଚେନ୍ନାଇର ମାଡ୍ରାସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ହାସଲ କରିଛନ୍ତି ଇଲୋକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ରେ ବ୍ୟାଚଲର ଡିଗ୍ରୀ।

ଲିଙ୍ଗ ପରିବର୍ତ୍ତନ ପରେ ସରକାରୀ ରେକର୍ଡରେ ବି ନାମ-ଲିଙ୍ଗ ବଦଳାଇବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ ସୂର୍ଯ୍ୟା ଏମ୍‌। ତେବେ ମନ୍ତ୍ରାଳୟ ପକ୍ଷରୁ ଜୁଲାଇ ୯ରେ ତାଙ୍କୁ ମିଳିଛି ଅନୁମତି। ଏବେ ସମସ୍ତ ସରକାରୀ କାଗଜପତ୍ରରେ ବଦଳିଛି ସୂର୍ଯ୍ୟା ଏମ୍‌ଙ୍କ ନାମ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ଅନ୍ୟ ସିଭିଲ୍ ସର୍ଭିସ୍ ଅଧିକାରୀ। 

୨୦୧୪ ଏପ୍ରିଲ ୧୫ରେ ଭାରତରେ ପୁରୁଷ ଓ ମହିଳାଙ୍କ ବ୍ୟତୀତ ଟ୍ରାନ୍ସ ଜେଣ୍ଡରଙ୍କୁ ମାନ୍ୟତା ଦେଇଥିଲେ ସୁପ୍ରିମକୋର୍ଟ। ନାଲସା ବନାମ ୟୁନିଅନ ଅଫ ଇଣ୍ଡିଆ ମାମଲାରେ ଏହି ଐତିହାସିକ ରାୟ ଦେଇ ଟ୍ରାନ୍ସଜେଣ୍ଡରଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିଥିଲେ ସର୍ବୋଚ୍ଚ ଅଦାଲତ। ୨୦୧୯ରେ ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଲାଗୁ ହୋଇଥିଲା ରାଇଟ୍ ଅଫ୍ ପ୍ରୋଟେକ୍ସନ ଆକ୍ଟ। ଏହି ଆକ୍ଟ ଅନୁଯାୟୀ ସରକାରୀ ଦସ୍ତାବିଜ୍‌ରେ ପୁରୁଷ କିମ୍ବା ମହିଳା ଭାବେ ଚିହ୍ନଟ ହେବା ପାଇଁ ଟ୍ରାନ୍ସଜେଣ୍ଡରଙ୍କୁ କରିବାକୁ ପଡିବ ଲିଙ୍ଗ ପରିବର୍ତ୍ତନ ସର୍ଜରୀ। ଏହାପରେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସଂଶୋଧିତ ପ୍ରମାଣପତ୍ର ପାଇଁ କରିବାକୁ ପଡ଼ିବ ଆବେଦନ। ଜିଲ୍ଲା ମାଜିଷ୍ଟ୍ରେଟ୍ ମଞ୍ଜୁରି ଦେବାପରେ ଉକ୍ତ ବ୍ୟକ୍ତି ପୁରୁଷ କିମ୍ଵା ମହିଳା ରୂପରେ ଚିହ୍ନଟ ହେବେ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.