ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଶର ସବୁ ସମସ୍ୟା ପାଇଁ ରୋଜମେରୀ ତେଲ, ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ

ଆଜିର ପ୍ରଦୂଷିତ ଜଳବାୟୁରେ କେଶଜନିତ ସମସ୍ୟା ଉପୁଜିବା ଅତ୍ୟନ୍ତ ସାଧାରଣ । ଏହାକୁ ଆଖିଆଗରେ ରଖି ଏକ ଶୃଙ୍ଖଳିତ ଖାଦ୍ୟପେୟ ସହ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଆବଶ୍ୟକ । ଏଥିସହିତ କେଶର ସ୍ୱତନ୍ତ୍ର ରୂପରେ ଯତ୍ନ ନେବା ମଧ୍ୟ ଆବଶ୍ୟକ ରହିଛି। ସେହିପରି କେଶର ଅନେକ ସମସ୍ୟାକୁ ଦେଖି ହେୟାର୍ ପ୍ରଡକ୍ଟର ବଜାର ମଧ୍ୟ ଲଗାତାର ବଢିଚାଲିଛି। ମାର୍କେଟରେ ଏଭଳି କିଛି ପ୍ରଡକ୍ଟ ରହିଛି, ଯାହା କେଶ ଝଡିବା ଏବଂ ଘନ ହେବାରେ ଲାଭପ୍ରଦ ବୋଲି ଦାବି କରିଥାନ୍ତି। କିନ୍ତୁ ଏଥିମଧ୍ୟରୁ ବହୁତ କମ୍ ପ୍ରମାଣିତ ହୋଇପାରନ୍ତି। ଯେଉଁ ଅଳ୍ପକିଛି ଲାଭଦାୟକ ସାବ୍ୟସ୍ତ ହୁଅନ୍ତି, ସେଗୁଡିକର ଦାମ୍ ଏବଂ ରିସ୍କ ଉଭୟ ଅଧିକ ହୋଇଥାଏ। ଏହାରି ମଧ୍ୟରେ ରୋଜମେରୀ ପ୍ରକୃତିକ ତେଲ ଲାଭଦାୟକ ବୋଲି ଜଣାପଡିଛି। 

କାରଣ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ କୁହାଯାଇଥିଲା ଯେ; ରୋଜ୍ମେରୀ ତେଲ ମିନୋକ୍ସିଡିଲ୍ ଭଳି ହିଁ ପ୍ରଭାବକାରୀ। ଏହି ଭିଡିଓ ଏକ ପ୍ଲାଷ୍ଟିକ୍ ସର୍ଜନ୍ର କହିଥିଲେ ଯେ, ୨୦୧୫ର ଏକ ଅନୁସନ୍ଧାନ ଅନୁଯାୟୀ, ଏହି ତେଲର ବ୍ୟବହାର ଦ୍ୱାରା କେଶ ମୂଳ କୁଣ୍ଡାଇ ହେବା ବା ଜଳାପୋଡା ହେବାର ସମ୍ଭାବନା କମ୍ ହୋଇଥାଏ ବୋଲି ଜଣାପଡିଛି । ଏହା ପରଠାରୁ ଲୋକମାନେ ଅନେକ ସଫଳ କାହାଣୀ ସେୟାର୍ କରିଛନ୍ତି। #rosemaryoil ଟ୍ୟାଗ୍ର ବ୍ୟବହାର ପ୍ରାୟ ୧ଲକ୍ଷରୁ ଅଧିକଲୋକ କରିଛନ୍ତି। 

ନ୍ୟୁୟର୍କ ସିଟିରେ ବୋର୍ଡ ସାର୍ଟିଫାଏଡ୍ ସ୍କିନ୍ ଏକ୍ସପର୍ଟ ଡାକ୍ତର ମିଶେଲ୍ ହେନରୀ ଏକ ଗଣମାଧ୍ୟମ ସାକ୍ଷାତକାରରେ  କହିଛନ୍ତି ଯେ, ରୋଜ୍ମେରୀ ତେଲ ସବୁଠୁ ଭଲ ବିକଳ୍ପ ଅଟେ। ଏହା କେଶ ଜନିତ ସମସ୍ତ ସମସ୍ୟାରୁ ନିସ୍ତାର ଦିଏ । ଏଥିସହ ରୋଜ୍ମେରୀ ତେଲ୨.୫ପ୍ରତିଶତ ମିନୋକ୍ସିଡିଲ୍ ସହ ସମାନ ଏବଂ ଏହା ବହୁତ ପ୍ରଭାବଶାଳୀ। ଗର୍ଭବର୍ତ୍ତୀ ମହିଳାମାନେ ମିନୋକ୍ସିଡିଲ୍ ବଦଳରେ ଏହି ତେଲର ବ୍ୟବହାର କରିପାରିବେ। ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ ଏବଂ ସମ୍ପୂର୍ଣ ଭାବରେ ସୁରକ୍ଷିତ ଅଟେ। ସେହିପରି ରକ୍ତ ସଂଚାଳନକୁ ଠିକ୍ କରିଥାଏ ଏବଂ ଫୁଲିଥିବା ମୁଣ୍ଡରୁ ମଧ୍ୟ ଆରାମ ଦେଇଥାଏ ବୋଲି କହିଛନ୍ତି।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.