ନୂଆଦିଲ୍ଲୀ,୦୭/୦୯: ପୁଣି ଇସ୍ରାଏଲର ଆକ୍ରମଣ। ଗାଜାର ସ୍କୁଲ ଓ ଆବାସିକ ଅଞ୍ଚଳ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ଫଳରେ ୧୩ ଜଣ ପାଲେଷ୍ଟାଇନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ହୋଇଥିବା ନେଇ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ସରକାରୀ ଏଜେନ୍ସି WAFAକୁ ସୂଚନା ଦେଇଛନ୍ତି ।
ତେବେ WAFA କହିଛି ଯେ, ଗାଜାର ସ୍କୁଲ୍ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟି ଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ୮ ଜଣ ଶରଣାର୍ଥୀ ଥିଲେ। ଇସ୍ରାଏଲ୍ ସେନା ଏକ ବିବୃତ୍ତିରେ କହିଛି ଯେ, ହମାସ କମାଣ୍ଡ ଏବଂ କଣ୍ଟ୍ରୋଲ ସେଣ୍ଟରରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଛି। ଏମାନଙ୍କୁ ଉତ୍ତର ଗାଜାର 'ହଲିମା ଅଲ-ସାଦିଆ' ସ୍କୁଲ୍ ଆଶ୍ରୟସ୍ଥଳୀରେ ଲୁଚାଇ ରଖାଯାଇଥିଲା। ତେବେ ଗାଜାରେ ପିଲାମାନଙ୍କୁ ପୋଲିଓ ଟିକା ଦେବା ପାଇଁ ତିନି ଦିନ ଯୁଦ୍ଧ ବିରାମ ରହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆହ୍ୱାନ କ୍ରମେ ଅଗଷ୍ଟ ୩୦ରୁ ୩ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ରହିଥିଲା। ଏହାପରେ ପୁଣି ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ।