ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜା ପରେ ରାଫାରେ ଇସ୍ରାଏଲର ନରସଂହାର , ୨୪ ଘଣ୍ଟାରେ ୧୬୦ ମୃତ

ରାଫା – ପୁଣି ରକ୍ତମୁଖା ହେଲା ଇସ୍ରାଏଲ। ଗାଜାକୁ ଶ୍ମଶାନ କରିବା ପରେ ଏବେ ଇସ୍ରାଏଲୀୟ ସେନା ରାଫାରେ ପୂରା ଶକ୍ତିର ସହ ଆତଙ୍କ ଖେଳାଇ ଦେଇଛି। ବିଶ୍ୱର ଅନେକ ଦେଶ ଓ ଅନ୍ତରାଷ୍ଟ୍ରୀୟ ଅପରାଧ ନ୍ୟାୟାଳୟ(ଆଇସିସି)ର ଚେତାବନୀ ସତ୍ତ୍ୱେ ନେତନ୍ୟାହୁଙ୍କ ସେନାର ଆଗାମୀ ଟାର୍ଗେଟ୍‌ ରାଫାକୁ ମୁର୍ଦାଘରରେ ପରିଣତ କରିବା। ରବିବାର ଇସ୍ରାଏଲୀୟ ସେନା ରାଫାର ଶରଣାର୍ଥୀ ଶିବିର ଗୁଡ଼ିକ ଉପରେ ଏମିତି ଭାବେ ଆକ୍ରମଣ କରିଥିଲେ, ଯେମିତି କି କାହାକୁ ଛାଡ଼ିବ ନାହିଁ। ଏପିର ରିପୋର୍ଟ ଅନୁସାରେ, ଗାଜା ଓ ୱେଷ୍ଟ ବ୍ୟାଙ୍କରୁ ନିଜ ଜୀବନ ବଞ୍ଚାଇ ରହୁଥିବା ଶରଣାର୍ଥୀଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ ହୋଇଛି। 

ଫିଲିସ୍ତିନୀ ଅଧିକାରୀଙ୍କ କହିବାନୁସାରେ , ଗତ ୨୪ ଘଣ୍ଟାରେ ତାଲ-ଅଲ-ସୁଲତାନ, ଜବଲିଆ, ନୁସିରତ ଓ ଗାଜା ସହରରେ ଇସ୍ରାଏଲୀୟ ହମଲାରେ ଅତି କମ୍‌ରେ ୧୬୦ ଜଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଶିବିର ଗୁଡ଼ିକ ଉପରେ ହମଲା ପରର ଦୃଶ୍ୟ ହୋଇଛି ଖୁବ୍‌ ଭୟଙ୍କର ଓ ହୃଦୟ ଥରା। ଆକାଶରୁ ବର୍ଷୁ ଥିବା ନିଆଁରେ କେଉଁଠି ମୃତଦେହ ସବୁ ଜଳୁଛି ତ ଆଉ କେଉଁଠି ତମ୍ୱୁ ଜଳୁଛି। ଆଉ କେଉଁଠି ଶୁଭୁଛୁ ଆର୍ତ୍ତ ଚିତ୍କାର ତ ଅନ୍ୟ କେଉଁଠି ପୂରା ଶୂନଶାନ।

ଗାଜା ଓ ୱେଷ୍ଟ ବ୍ୟାଙ୍କ୍‌ର ଅଧିକାରୀଙ୍କ କହିବା ହେଲା କି, ୧୫ ଦିନ ପୂର୍ବେ ଯେଉଁ ଲୋକ ଇସ୍ରାଏଲୀୟ ହମଲାରୁ ରକ୍ଷା ପାଇ ଶରଣାର୍ଥୀ ଶିବିର ଗୁଡ଼ିକରେ ଆଶ୍ରୟ ନେଇ ଥିଲେ , ତାଙ୍କ ଉପରେ ବି ଇସ୍ରାଏଲର ହମଲା ହୋଇଛି। ରାତିର ଅନ୍ଧକାରରେ ହୋଇଥିବା ହମଲାରେ ଅନେକ ଲୋକଙ୍କ ଜୀବନ ଯାଇଛି। କିଛି ଦିନ ଗଭୀର ନିଦ୍ରାରେ ଶୋଇ ଥିବା ବେଳେ ସବୁଦିନ ପାଇଁ ସେମିତି ଶୋଇ ଯାଇଛନ୍ତି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ବିସ୍ଥାପିତ ଲୋକଙ୍କ ପାଇଁ ନିର୍ମିତ ଏକ ସେଣ୍ଟର ଉପରେ ଇସ୍ରାଏଲୀୟ ଏୟାର ଷ୍ଟ୍ରାଇକ୍‌ରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି। ଆଉ କିଛି ଲୋକଙ୍କ ହସ୍ପିଟାଲରେ ଚିକିତ୍ସା ଚାଲିଛି। ମୃତ୍ୟୁ ସଂଖ୍ୟା ଆଉ ବଢିପାରେ।


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.