ନୀଳଗିରି, ୧୭/୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ଉଦଘାଟିତ ହୋଇଛି । ଆଜି ଓଡିଶା ଗସ୍ତରେ ଆସି ସୁଭଦ୍ରା ଯୋଜନା ସହ ପ୍ରଧାନମନ୍ତ୍ରୀ ଆବାସ ଘରର ଗୃହ ପ୍ରବେଶ ଓ ଅନ୍ୟ ଯୋଜନା ମାନ ଉଦଘାଟନ କରିଛନ୍ତି । ଅନୁରୂପ ଭାବେ ଆଜି ନୀଳଗିରି ବ୍ଲକ ପ୍ରଶାସନ ତରଫରୁ ନୀଳଗିରି ଷ୍ଟାଡିୟମ ପରିସରରେ ମହିଳାମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ମୁଖ୍ୟ ଅତିଥି ଭାବେ ବିଧାୟକ ସନ୍ତୋଷ ଖଟୁଆ, ସମାନ୍ନିତ ଅତିଥି ଭାବେ ନୀଳଗିରି ବ୍ଲକ ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ, ଏନଏସି ଭାଇସ ଚେୟାରମ୍ୟାନ, ଉପ ଜିଲ୍ଲାପାଳ, ବିଡିଓ, ସିଡିପିଓ, ମିଶନ ଶକ୍ତି ଅଧିକାରୀମାନେ ଉପସ୍ଥିତ ଥିଲେ । ପରେ ମୁଖ୍ୟ ଅତିଥି ସୁଭଦ୍ରା ଯୋଜନାର ଚେକ ହିତାଧିକାରୀଙ୍କୁ ପ୍ରଦାନ କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଗୃହ ପ୍ରବେଶର ଶୁଭାରମ୍ଭ କରିଛନ୍ତି । ତେବେ ସୁଭଦ୍ରା ଯୋଜନା ପାଇ ମହିଳାମାନେ ବେଶ ଖୁସି ହୋଇଥିବାବେଳେ ଏହି ଅର୍ଥକୁ ସେମାନେ ସଠିକ ରାସ୍ତାରେ ବିନିଯୋଗ କରିବେ ବୋଲି କହିଛନ୍ତି ।