ନୂଆଦିଲ୍ଲୀ, ୧/୯ : ଜବଲପୁରର ଡୁମନା ଏୟାରପୋର୍ଟରୁ ହାଇଦ୍ରାବାଦ ଲାଗି ଉଡ଼ାଣ ଭରି ସାରିଥିବା ବିମାନକୁ ବମରେ ଉଡ଼ାଇବାକୁ ଆସିଲା ଧମକ । ଯେଉଁ କାରଣରୁ ଏହାକୁ ନାଗପୁରରେ ଇମରଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା । ଉଡ଼ାଣ ଭରିବାର କିଛି ଘଣ୍ଟା ପରେ ବିମାନକୁ ନାଗପୁର ଡାଇଭର୍ଟ କରାଯାଇଥିଲା ଏବଂ ଏୟାରପୋର୍ଟରେ ଇମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା ।
ଇଣ୍ଡିଆ ଏୟାରଲାଇନ୍ସ ଅନୁସାରେ , ଫ୍ଲାଇଟ ୬ଇ ୭୩୦୮କୁ ବମରେ ଉଡ଼ାଇବାକୁ ଧମକ ମିଳିଥିଲା । ବିମାନରେ ଜବଲପୁରରୁ ୬୨ଜଣ ଯାତ୍ରୀ ଥିଲେ । ମାତ୍ର କମ୍ପାନୀ କିଛି ସମୟ ପରେ ନାଗପୁରରୁ ହାଇଦ୍ରାବାଦ ଲାଗି ବିମାନ ଉଡ଼ାଣ ଭରିବାର ଦାବି କରିଛି ।
ଇଣ୍ଡିଗୋ ତରଫରୁ ସୂଚନା ଜାରି କରାଯାଇ କୁହାଯାଇଥିଲା କି, ୧ ସେପ୍ଟେମ୍ବର ୨୦୨୪ରେ ବମର ଧମକ କାରଣରୁ ଜବଲପୁରରୁ ହାଇଦ୍ରାବାଦ ଯିବାକୁ ଥିବା ଉଡ଼ାଣ ୬ଇ ୭୩୦୮କୁ ନାଗପୁର ପଟକୁ ମୋଡ଼ି ଦିଆଯାଇଥିଲା । ଲ୍ୟାଣ୍ଡ ହେବା ପରେ ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଏବଂ ସୁରକ୍ଷାର ଯାଞ୍ଚ ତୁରନ୍ତ ଆରମ୍ଭ କରାଯାଇଥିଲା । ଯାତ୍ରୀଙ୍କୁ ସହାୟତା ସହ ଜଳପାନର ବି ବ୍ୟବସ୍ଥା କରାଯାଇଥିଲା । କୌଣସି ଅସୁବିଧା ଲାଗି କ୍ଷମା ପ୍ରାର୍ଥନା କରୁଛୁ ।