ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ଯଶିନ୍ତା କଲ୍ୟାଣ: ଦେଶର ପ୍ରଥମ ମହିଳା ପିଚ୍‌ କ୍ୟୁରେଟର

ବେଙ୍ଗାଲୁରୁ,୨୭/୦୨: ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଚାଲିଛି ମହିଳା ପ୍ରିମିୟର ଲିଗ୍‌  (ଡବ୍ଲ୍ୟୁପିଏଲ୍‌)ର ଦ୍ୱିତୀୟ  ସଂସ୍କରଣ । ଯେଉଁ ପିଚ୍‌ରେ ମ୍ୟାଚ୍‌ ଖେଳାଯାଉଛି,  ତାହାକୁ ପ୍ରସ୍ତୁତ  କରିଛନ୍ତି ଜଣେ ମହିଳା କ୍ୟୁରେଟର । ସେ ହେଉଛନ୍ତି ଯଶିନ୍ତା କଲ୍ୟାଣ । ବୟସ ୪୯ ବର୍ଷ । ରଣଜୀ ଟ୍ରଫିରେ ଜଣେ ନିରପେକ୍ଷ  କ୍ୟୁରେଟର ଭାବେ ସେ ବେଶ ଜଣାଶୁଣା । କଲ୍ୟାଣ କ୍ରିକେଟର ନଥିଲେ । ୩ ଦଶନ୍ଧି  ପୂର୍ବରୁ ସେ ଘର ଛାଡ଼ି ବେଙ୍ଗାଲୁରୁ ପଳାଇ  ଆସିଥିଲେ । 




ପ୍ରଥମେ ସେ  ରିସେପସନିଷ୍ଟ୍‌ ଏବଂ ପରେ  କ୍ରୀଡ଼ା ପ୍ରଶାସନରେ ପ୍ରବେଶ  କରିଥିଲେ । ଏହାପରେ  ପିଚ୍‌ କ୍ୟୁରେଟର ପ୍ରଶିକ୍ଷଣ  ନେଇ ଦେଶର ପ୍ରଥମ  ମହିଳା କ୍ୟୁରେଟର  ହେବାର ଗୌରବ ଅର୍ଜନ  କରିଥିଲେ । କଲ୍ୟାଣଙ୍କ  ଜନ୍ମ ହାରୋବେଲେ  ଗ୍ରାମରେ । ବେଙ୍ଗାଲୁରୁ ଠାରୁ ୮୦ କି.ମି ଦୂର ।  ନିଜ ଅଞ୍ଚଳରେ ସେମିତି ବିଶେଷ ସୁବିଧା  ସୁଯୋଗ ନଥିବାରୁ ରୋଜଗାର ଆଶାରେ ୧୯ ବର୍ଷ  ବୟସରେ ଘର ଛାଡ଼ିଥିଲେ । ଦୀର୍ଘ ବର୍ଷ ଧରି ସେ  କର୍ଣ୍ଣାଟକ କ୍ରିକେଟ୍‌ ସଂଘ ସହ ଜଡ଼ିତ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.