ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜସ୍ଥାନର ଏକ ରାସାୟନିକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୫ ଶ୍ରମିକ ମୃତ...

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାର ଏକ ରାସାୟନିକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ପ୍ରାୟ ୫ ଜଣଙ୍କର ମୃତ୍ୟୁ ଖବର ରହିଛି । ଘଟଣାସ୍ଥଳରେ ଅନେକ ଅଗ୍ନିଶମ ବାହିନୀ ଗାଡି ନିୟୋଜିତ ରହିଛି । ଏଥି ସହିତ ଅନେକ ଲୋକ ଗମ୍ଭୀର ହେବାର ଖବର ମଧ୍ୟ ସାମ୍ନାକୁ ଆସିଛି। ସମସ୍ତ ଆହତଙ୍କୁ ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନା ପଠାଯାଉଛି । 

ସୂଚନାନୁସାରେ, ଏହି ଘଟଣା ବାସି ପୋଲିସ ଷ୍ଟେସନ ଅଞ୍ଚଳର ବୈନାଡାର ଅଟେ। ଏଠାରେ ଥିବା ଏକ ରାସାୟନିକ କାରଖାନାରେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଏକ ବଡ଼ ଧରଣର ବିସ୍ଫୋରଣ ଶୁଣାଗଲା । ଏହା ପରେ କାରଖାନା ଭିତରୁ ଉଚ୍ଚ ନିଆଁ ବାହାରିବା ଆରମ୍ଭ ହେଲା । ଏଠାରେ କାର୍ଯ୍ୟ କରୁଥିବା ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ବାହାରକୁ ଦୌଡିଥିଲେ । 

କୁହାଯାଉଛି ଯେ କାରଖାନା ଭିତରେ ବଏଲର ଫାଟିଯିବା କାରଣରୁ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଓ ଅଗ୍ନିକାଣ୍ଡ ଯୋଗୁଁ କାରଖାନାରେ କାର୍ଯ୍ୟରତ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଚାରିଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ନିଆଯାଇଛି । ବର୍ତ୍ତମାନ ଗୁରୁତର ଆହତ ଶ୍ରମିକ ମାନଙ୍କୁ ଏସଏମଏସ ହସ୍ପିଟାଲକୁ ପଠାଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.